ETV Bharat / bharat

ଶତ୍ରୁଙ୍କ ହୋସ୍ ଉଡ଼ାଇବ ହାଇଟେକ ରାଇଫଲ AK 203, ମିନିଟ୍‌ରେ 700 ରାଉଣ୍ଡ ଫାୟାରିଂ - INDIAN SOLDIERS AK 203 GUN - INDIAN SOLDIERS AK 203 GUN

AK 203 GUN: ଇଣ୍ଡୋ-ଋଷିୟାନ ରାଇଫଲ ପ୍ରାଇଭେଟ ଲିମିଟେଡ କୋରବା ସହଯୋଗରେ ଭାରତରେ AK-203 ରାଇଫଲର ପ୍ରସ୍ତୁତି କରୁଛି । ଏହି ରାଇଫଲ INSAS ଏବଂ AK-47 ଅପେକ୍ଷା ଅଧିକ ବିପଜ୍ଜନକ ଅଟେ । ଅଧିକ ପଢନ୍ତୁ

AK 203 GUN
AK 203 GUN
author img

By ETV Bharat Odisha Team

Published : Apr 8, 2024, 4:32 PM IST

Updated : Apr 8, 2024, 4:56 PM IST

ଭୋପାଳ: ବଢିବ ସେନାର ବଳ । ସେନା ଯବାନକୁ ମିଳିବ ହାଇଟେକ୍ ରାଇଫଲ । ବର୍ତ୍ତମାନ ଏକେ-47 ନୁହେଁ, ଆସୁଛି ଆଉ ଏକ ଗନ୍ । ଏକ ମିନିଟରେ ହେବ 700 ରାଉଣ୍ଡ ଫାୟାରିଂ । ଏନେଇ ଗ୍ରେନାଡିୟର୍ସ ରେଜିମେଣ୍ଟାଲ ପକ୍ଷରୁ କୁହାଯାଇଛି । AK-47 ଏବଂ INSAS ରାଇଫଲ ପରେ ବର୍ତ୍ତମାନ ସେନା ଏବଂ ସୁରକ୍ଷା ଏଜେନ୍ସି ସୈନ୍ୟମାନଙ୍କୁ ନୂଆ ରାଇଫଲ AK-203 ଦେବାକୁ ଯାଉଛି । ଏହା ସ୍ବଦେଶୀ ନିର୍ମିତ ଗନ୍ ଅଟେ । ପୂର୍ବ ଦୁଇ ରାଇଫଲ ଅପେକ୍ଷା ଏହା ଅଧିକ ପ୍ରଭାବଶାଳୀ ଅଟେ । ଯୁଦ୍ଧ ପରିସ୍ଥିତିରେ ସୈନ୍ୟମାନଙ୍କ ବଡ ଶକ୍ତି ହେଉଛି ତାଙ୍କ ବନ୍ଧୁକ, ଏଭଳି ପରିସ୍ଥିତିରେ AK 203 ରାଇଫଲ ସେନାର ଶକ୍ତିକୁ ଦ୍ବିଗୁଣିତ କରିବ ।

ଜିଆରଏସରେ ଅନୁଷ୍ଠିତ ହୋଇଥିଲା AK 203 ତାଲିମ: ଜିଆରଏସରେ ଅନୁଷ୍ଠିତ ହୋଇଥିଲା AK 203 ତାଲିମ: ଜବଲପୁରର ଗ୍ରେନାଡିୟର୍ସ ରେଜିମେଣ୍ଟାଲ୍ ସେଣ୍ଟର (GRC) ସେନା ଯବାନମାନଙ୍କୁ ତାଲିମ ଦେଉଥିବା ଏକ କେନ୍ଦ୍ର ଅଟେ । ଏଠାରେ AK-203 ରାଇଫଲ ଚଳାଇବା ପାଇଁ ତାଲିମ ଦିଆଯାଇଥାଏ ।

AK-203 ରାଇଫଲ କଣ: ବର୍ତ୍ତମାନ ସୁଦ୍ଧା ସେନା ପ୍ରାୟତଃ AK AK-47 ଏବଂ INSAS ରାଇଫଲ ବ୍ୟବହାର କରୁଛି । କିନ୍ତୁ ଅନେକ କ୍ଷେତ୍ରରେ ଏହି ରାଇଫଲ ଅପେକ୍ଷା AK-203 ରାଇଫଲର କାର୍ଯ୍ୟ ଉତ୍ତମ ବୋଲି କୁହାଯାଇଛି । ଅନ୍ୟ ରାଇଫଲ ଠାରୁ ଏହାର ଓଜନ କମ୍ ରହିଛି । ଓଜନ ମାତ୍ର 3.8 କିଲୋଗ୍ରାମ ହୋଇଥିବା ବେଳେ ଫାୟାର ପାଓ୍ବାର ଅନ୍ୟ ରାଇଫଲ ଅପେକ୍ଷା ଅଧିକ ଅଟେ । ଏହା 800 ମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ । ଏହି ରାଇଫଲ INSAS ରାଇଫଲ ଅପେକ୍ଷା ପ୍ରତି ମିନିଟରେ 50 ରାଉଣ୍ଡ ଗୁଳି ଚଳାଇପାରେ । ଏହାର ଅର୍ଥ AK-203 ରାଇଫଲ ଏକ ମିନିଟରେ 700 ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚାଳନା କରିପାରେ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା ସପ୍ତାହରେ ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି, ହୋଇପାରେ AK-203 ରାଇଫଲ ଚୁକ୍ତି

ଏକେ 47ର ଶାସନ ଶେଷ ହେବ: ବର୍ତ୍ତମାନ ସମୟରେ ଏକେ-47ର ଦବଦବା ରହିଛି । କାରଣ ଏହାର ଓଜନ କମ୍ ରହିଥିବା ବେଳେ ଫାୟାର ପାଓ୍ବାର(ମାରକ କ୍ଷମତା) ଶକ୍ତି ଭଲ ରହିଛି । ଏହି ରାଇଫଲ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି । ତେବେ ବର୍ତ୍ତଜମାନ AK-203 ର ଆଗମନ ପରେ ଏକେ 47ର ରାଜତ୍ବ ଶେଷ ହେବ ।

ଅଗ୍ନିବୀରଙ୍କୁ ମିଳିବ ଏକେ-203ର ଟ୍ରେନିଂ: ଏହି ବନ୍ଧୁକର ବ୍ୟବହାର କରିବା ଅତି ସରଳ ଅଟେ ଅଳ୍ପ ସମୟ ମଧ୍ୟରେ ଆସେସବଲ କରାଯାଇ ପାରିବ । ଏହି ରାଇଫ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ । ଭାରତୀୟ ସେନା ଏହି ବନ୍ଧୁକ ବ୍ୟବହାର ହେବା ଦ୍ବାରା ଶତ୍ରୁମାନଙ୍କ ପାଇଁ ବିପଦ ବଢିବ । ଅନ୍ୟପଟେ ସୈନ୍ୟମାନଙ୍କୁ ମଧ୍ୟ Ak 203 ରାଇଫଲ ବ୍ୟବହାରର ତାଲିମ ଦିଆଯିବ । ସୁରକ୍ଷା କ୍ଷେତ୍ରରେ ମଧ୍ୟ ଅଧିକ ସୁଦୃଢ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2024, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.