ETV Bharat / bharat

ତଟରକ୍ଷୀ ଦିବସରେ କୋଷ୍ଟଗାର୍ଡ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; କହିଲେ 'ଉତ୍ସର୍ଗୀକୃତ ସେବା ଅତୁଳନୀୟ'

author img

By ETV Bharat Odisha Team

Published : Feb 1, 2024, 11:01 AM IST

Indian Coast Guard Raising Day 2024: ତଟରକ୍ଷା ବାହିନୀ ସେବା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୧ ତାରିଖକୁ ଭାରତୀୟ ତଟ ସୁରକ୍ଷା ବାହିନୀ ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

Indian Coast Guard Raising
Indian Coast Guard Raising

ହାଇଦ୍ରାବାଦ: ଆଜି ଦେଶ ପାଳୁଛି 48ତମ ତଟରକ୍ଷୀ ଦିବସ । ଭାରତୀୟ ତଟ ସୁରକ୍ଷା ଦାୟିତ୍ବ ଇଣ୍ଡିଆନ କୋଷ୍ଟଗାର୍ଡ ବା ଭାରତୀୟ ତଟରକ୍ଷା ବାହିନୀ ହାତରେ ଅର୍ପଣ କରାଯାଇଛି । ଇଣ୍ଡିଆନ କୋଷ୍ଟଗାର୍ଡ ହେଉିଛି ଏକ ମଲ୍ଟି ମିଶନ୍ ସଂଗଠନ, ଯେଉଁମାନ ବର୍ଷସାରା ସମୁଦ୍ରରେ ରିଅଲ୍ ଲାଇଫ୍ ଅପରେସନ୍ କରିଥାଆନ୍ତି । ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଦେଶ୍ୟ ହେଉଛି ଆମର ସୁରକ୍ଷା(We Protect) । ସମୁଦ୍ରପଥକୁ ସୁରକ୍ଷା ଦେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ତଟରକ୍ଷା ବାହିନୀର ଯବାନ । ସେମାନଙ୍କ ସେବା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୧ ତାରିଖକୁ ଭାରତୀୟ ତଟସୁରକ୍ଷାବାହିନୀ ଦିବସ ଭାବରେ ପାଳନ କରାଯାଏ ।

ସ୍ଥଳ ଜଳ ଓ ଆକାଶରେ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ଆମ ସେନା । ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ପଚିଚାଳିତ ହେଉଥିବା ଏହି ଦିବସ 1977 ମସିହା ଫେବୃଆରୀ 1 ତାରିଖରେ ଭାରତୀୟ ସମ୍ବିଧାନର 1978 ତଟରକ୍ଷୀ ଅଧିନିୟମ ଦ୍ବାରା ସ୍ଥାପନ କରାଯାଇଥିଲା । ତଟରକ୍ଷୀ ବାହିନୀରେ ଅଧିକାରୀମାନଙ୍କ ପଦବୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ପଦବି ସହିତ ସମାନ । ୨୦୨୫ ବେଳକୁ ୨୦୦ ପୃଷ୍ଠଭୂମି ଓ ୮୦ ବିମାନ ବଳ ସ୍ତର ହାସଲ କରିବାକୁ ଏହା ଲକ୍ଷ୍ୟ ରଖିଛି । ଇଣ୍ଡିଆନ କୋଷ୍ଟଗାର୍ଡ 1 ଫେବୃଆରୀ 2024 ଅର୍ଥାତ ଆଜିର ଦିନରେ 48ତମ ତଟରକ୍ଷୀ ଦିବସ ପାଳନ କରୁଛି । ଜେନେରାଲ ଡ୍ୟୁଟି ଅଫିସର, ପାଇଲଟ୍‌ ଅଫିସର, ଟେକ୍ନିକାଲ ଅଫିସର କିମ୍ବା ଆଇନ ଅଫିସର ଭାବେ ୪ ଶାଖା ମଧ୍ୟରୁ ଗୋଟିଏ ଶାଖାରେ ତଟରକ୍ଷୀରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଏ । 2008ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭାରତୀୟ ତଟରକ୍ଷୀ ବାହିନୀ, ସମ୍ପତ୍ତି ଏବଂ ଭିତ୍ତିଭୂମି ବିସ୍ତାର ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେବେ ଏହି ଅବସରରେ ବାୟୁସେନା ପକ୍ଷରୁ ମଧ୍ୟ ଶୁଭେଚ୍ଛା ଜଣାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ : ଭାରତୀୟ ତଟରକ୍ଷୀ ଦିବସ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତୀୟ ତଟରକ୍ଷୀ ବାହିନୀର ମିଶନ:

  • ସାମୁଦ୍ରିକ ଇକୋସିଷ୍ଟମର ସୁରକ୍ଷା ।
  • ବୈଜ୍ଞାନିକ ତଥ୍ୟ ସଂଗ୍ରହ ।
  • ଶତ୍ରୁତା ଏବଂ ଶାନ୍ତି ସମୟରେ ଦେଶକୁ ସୁରକ୍ଷା ପ୍ରଦାନ କରିବା ।
  • ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ଆଇନ ପ୍ରଣୟନ କରିବା ।
  • କୃତ୍ରିମ ଭୂମି, ଟର୍ମିନାଲଜର ସୁରକ୍ଷା କରିବା ।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା: ଭାରତୀୟ ତଟରକ୍ଷୀ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 48ତମ ତଟରକ୍ଷୀ ଦିବସ ଅବସରରେ ସମସ୍ତ କୋଷ୍ଟଗାର୍ଡ ଅଧିକାରୀଙ୍କୁ ଶୁଭେଚ୍ଛା । ସାମୁଦ୍ରିକ ନିରାପତ୍ତା, ଜାତୀୟ ସୁରକ୍ଷା ଏବଂ ପରିବେଶ ପ୍ରତି ସେମାନଙ୍କର ଉତ୍ସର୍ଗୀକତା ଅତୁଳନୀୟ । ସେମାନଙ୍କର ନିରନ୍ତର ସଚେତନତା ଏବଂ ସେବା ପାଇଁ ଭାରତ ସେମାନଙ୍କୁ ଅଭିବାଦନ ଜଣାଉଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.