ETV Bharat / bharat

ସଂସଦରେ ଶହୀଦ ଅଗ୍ନିବୀର ପ୍ରସଙ୍ଗ: କ୍ଷତିପୂରଣ ନେଇ ମିଛ କହିଥିଲେ ରାହୁଲ, 98 ଲକ୍ଷ ମିଳିଛି କହିଲା ଭାରତୀୟ ସେନା - agniveer yojana

author img

By ETV Bharat Odisha Team

Published : Jul 4, 2024, 10:18 AM IST

Agniveer Yojana: ଅଗ୍ନିବୀରଙ୍କୁ କ୍ଷତିପୂରଣ ଦିଆନଯିବା ନେଇ ସଂସଦରେ ଅଭିଯୋଗ କରିଥିଲେ ରାହୁଲ । ଶହୀଦ ଅଗ୍ନିବୀରଙ୍କ ପରିବାରକୁ 98 ଲକ୍ଷ ଟଙ୍କା ଦିଯାଇଥିବା ସ୍ପଷ୍ଟି କରଣ ରଖିଲା ଭାରତୀୟ ସେନା । ଅଧିକ ପଢନ୍ତୁ

Agniveer Yojana
Agniveer Yojana (@RahulGandhi)

ନୂଆଦିଲ୍ଲୀ: ଶହୀଦ ଅଗ୍ନିବୀର ଅଜୟ କୁମାରଙ୍କୁ କ୍ଷତିପୂରଣ ଦିଆନଯିବା ନେଇ ସଂସଦରେ ଅଭିଯୋଗ ଆଣିଥିବା ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜବାବ ଦେଲା ଭାରତୀୟ ସେନା । ଶହୀଦ ଅଜୟ କୁମାରଙ୍କୁ 98.39 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ପରେ 67 ଲକ୍ଷ ଟଙ୍କା ମୂଲ୍ୟର ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ଭାରତୀୟ ସେନାର ଏଡିଜି ପିଆଇ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେ ଏକ୍ସରେ କହିଛନ୍ତି, ''ସୋସିଆଲ ମିଡିଆର କିଛି ପୋଷ୍ଟ ଗୁଡିକରୁ ଜଣାପଡିଛି ଯେ, କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଶହୀଦ ହୋଇଥିବା ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ । ଶହୀଦ ଅଜୟ କୁମାରଙ୍କ ସର୍ବୋଚ୍ଚ ବଳିଦାନକୁ ଭାରତୀୟ ସେନା ନମନ କରୁଛି । ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହା ସହିତ ଅଜୟଙ୍କ ପରିବାରକୁ ମୋଟ 98.39 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅଗ୍ନୀବାର ନିୟ ଅନୁଯାୟୀ, ଅନୁକମ୍ପା ରାଶି ଓ ଅନାନ୍ୟ ସୁବିଧା ପାଇଁ 67 ଲକ୍ଷ୍ୟ ଟଙ୍କା ପୋଲିସର ଯାଞ୍ଚ ପରେ ପ୍ରଦାନ କରାଯିବ । ମୋଟ ପରିମାଣ ପ୍ରାୟ 1.65 କୋଟି ଟଙ୍କା ହେବ ।''

ଏହା ମଧ୍ୟ ପଢନ୍ତୁ-ରାହୁଲଙ୍କୁ ବାଳକବୁଦ୍ଧି କହି ମୋଦିଙ୍କ ଆକ୍ରମଣ; କହିଲେ ହିନ୍ଦୁଙ୍କୁ ହିଂସୁକ କହିଥିବା ଲୋକକୁ ଦେଶବାସୀ କେବେ ଭୁଲିବେନି - PM MODI SPEECH IN PARLIAMENT

ଗତକାଲି ରାହୁଲ ଗାନ୍ଧୀ ଟ୍ବିଟରରେ ଏକ ପୋଷ୍ଟ କରି, ଶହୀଦ ଅଗ୍ନିବୀର ପରିବାରକୁ କ୍ଷତିପୂରଣ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ମିଥ୍ୟା କହିଛନ୍ତି ଏବଂ ଏଥିପାଇଁ ସେ କ୍ଷମା ମାଗନ୍ତୁ ବୋଲି କହିଥିଲେ ରାହୁଲ। ସୋମବାର ସଂସଦରେ ରାହୁଲ ରାଷ୍ଟ୍ରୁପତିଙ୍କ ସମ୍ବୋଧନ ପରେ ଧନ୍ୟବାଦ ପ୍ରସ୍ତାବ ରଖୁଥିଲେ । ଏହି ସମୟରେ ଅଗ୍ନିପଥ ଯୋଜନାକୁ ସମାଲୋଚନା କରିଥିଲେ । ସେ କହିଥିଲେ, ଡ୍ୟୁଟିରେ ଥିବା ସମୟରେ ଶହୀଦ ହେଉଥିବା ଅଗ୍ନିବୀରଙ୍କୁ ସରକାର ଶହୀଦ ମାନ୍ୟତା ଦେଉନାହାନ୍ତି । ଯଦି ସେମାନଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉନାହିଁ । ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଅଗ୍ନିବୀର ଶହୀଦଙ୍କୁ ଏକ କୋଟି ଟଙ୍କା କ୍ଷତି ପୂରଣ ଯୋଗାଇ ଦିଆଯାଏ । ରାହୁଲ ଗାନ୍ଧୀ ଅଗ୍ନିବୀରଙ୍କୁ ନେଇ ଭୁଲ ମତ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.