ETV Bharat / bharat

IAF ଟ୍ରେନିଂ ବିମାନରେ ଯାନ୍ତ୍ରିକ ତ୍ରୁଟି, ହାଇଦ୍ରାବାଦ ଆକାଶରେ ଫସିଲା ୪୦ମିନିଟ

author img

By ETV Bharat Odisha Team

Published : Mar 1, 2024, 5:34 PM IST

IAF Plane Circling Hyderabad Skies: ହାଇଦ୍ରାବାଦ ଆକାଶରେ ଦୀର୍ଘ ୪୦ ମିନିଟ ଫସିଲା ଭାରତୀୟ ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ । ଯାନ୍ତ୍ରିକ ତ୍ରୁଟି ଥିବା ସୂଚନା । ଅଧିକ ପଢନ୍ତୁ

IAF Plane Circling Hyderabad Skies
IAF Plane Circling Hyderabad Skies

ହାଇଦ୍ରାବାଦ: ଭାରତୀୟ ବାୟୁସେନା (IAF) ଟ୍ରେନିଂ ଏୟାରକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି । ଫଳରେ ହାଇଦ୍ରାବାଦ ଆକାଶରେ ଦୀର୍ଘ ୪୦ ମିନିଟ ଘୁରି ବୁଲିଲା ବିମାନ । ବିମାନରେ ଥିବା ୨ ଜଣ ପାଇଲଟ ତୁରନ୍ତ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ଚାହୁଁଥିବା ବେଳେ ଏପରି ଆକାଶରେ ବିମାନଟି ଚକ୍କର କାଟିଥିଲା । ଅପରାହ୍ନରେ ଏଭଳି ଦୃଶ୍ୟ ଦେଖି ଲୋକେ ଆଚମ୍ବିତ ହୋଇପଡ଼ିଥିଲେ ।

ଦୀର୍ଘ ୨ ଘଣ୍ଟା ଧରି ହାଇଦ୍ରାବାଦ ଆକାଶରେ ଭାରତୀୟ ବାୟୁସେନା ବିମାନ ଫସି ରହିବା ପରେ ଶେଷରେ ଜରୁରୀକାଳୀନ ଅବତରଣ ପାଇଁ ଆସିଥିଲା ଗ୍ରୀନ ସିଗ୍ନାଲ । ବେଗମପେଟ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପାଇଲଟଙ୍କୁ ଏ ନେଇ ସୂଚନା ଦିଆଯାଇଥିଲା । ଏହାପରେ ୧୨ ଜଣଙ୍କ ସହ ବେଗମପେଟ ବିମାନ ବନ୍ଦରରେ ବିମାନଟି ସୁରକ୍ଷିତ ଅବତରଣ କରିଛି । ଏନେଇ ଆଇଏଏଫ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଭିଜିଲାଣ୍ଟ ପାଇଲଟ ଅବଗତ ହେବା ପରେ ବିମାନରେ ଥିବା ସମସ୍ତ କ୍ରୁ ମେମ୍ବରଙ୍କୁ ଅବଗତ କରାଇଥିଲେ । ସୁରକ୍ଷାକୁ ପ୍ରାଥମିକତା ଦେଇ ଆକାଶରେ ରହିଥିଲା ବିମାନ । ପ୍ରାୟ ୪୦ ମିିନିଟ ଧରି ବିମାନର ଯାନ୍ତ୍ରିକ ତ୍ରୁଟିକୁ ସୁଧାରିବାକୁ ଉଦ୍ୟମ କରାଯାଇଥିଲା ।

ଏହା ବି ପଢନ୍ତୁ- ଅବତରଣ ପୂର୍ବରୁ ଝଡରେ ଫସିଲା ବିମାନ, ୪୦ ଯାତ୍ରୀ ଆହତ

ତେବେ ଦକ୍ଷ କ୍ରୁ ମେମ୍ବରଙ୍କ ପ୍ରଚେଷ୍ଟାରେ ତ୍ରୁଟି ସୁଧାରିବା ପରେ ଅବତରଣ ଲାଗି ଏଟିସିକୁ ସୂଚନା ଦିଆଯାଇଥିଲା । ଏହି ଟ୍ରେନିଂ ଏୟାରକ୍ରାଫ୍ଟର ଜରୁରୀକାଳୀନ ଅବତରଣ ଲାଗି ପୂର୍ବରୁ ବେଗମପେଟ ବିମାନ ବନ୍ଦରକୁ ଅବଗତ କରାଯାଇଥିଲା । ଏହାପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ ହାର୍ଡ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ହୋଇଥିଲେ । ବିମାନର ଜରୁରାକାଳୀନ ଅବତରଣ ପୂର୍ବରୁ ହାଇଦ୍ରାବାଦ ଏୟାରପୋର୍ଟରେ ଉଡାଣ ଓ ଅବତରଣ ହେବାକୁ ଥିବା ବିମାନର ପ୍ରକ୍ରିୟାକୁ ତୁରନ୍ତ ଶେଷ କରାଯାଇଥିଲା । ସେପଟେ ଏହି ବିମାନର ଜରୁରୀକାଳୀନ ଅବତରଣ ନ ହେବା ପର୍ଯ୍ୟନ୍ତ ରନୱେରେ ପାର୍କ ଥିବା ଟାକ୍ସି ଓ ଏୟାରକ୍ରାଫ୍ଟକୁ ଗ୍ରାଉଣ୍ଡକୁ ଅଣାଯାଇଥିଲା ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟର ହାଇଡ୍ରଲିକ୍‌ ୱିଙ୍ଗରେ ଯାନ୍ତ୍ରିକ ତ୍ରୁଟି ଆସିବା କାରଣରୁ ବିମାନ ବାଧ୍ୟ ହୋଇ ଆକାଶରେ ଘୁରି ବୁଲେ । ଆଉ ଯେତେବେଳେ ବିମାନରୁ ଇନ୍ଧନ ଶେଷ ହୋଇ ଆସେ ସେତେବେଳେ ବିମାନଟି ଜରୁରୀକାଳୀନ ଅବତରଣ କରିଥାଏ । ଏହି ଜରୁରୀକାଳୀନ ଅବତରଣ ଲାଗି ନିକଟସ୍ଥ ଏୟାରପୋର୍ଟକୁ ସୂଚିତ କରାଯାଇଥିବା ବେଳେ ଏହା ସମସ୍ତ ପ୍ରକାର ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.