ETV Bharat / bharat

ଲଦାଖରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର ‘ଆପାଚେ’ - Apache helicopter - APACHE HELICOPTER

Apache helicopter makes precautionary landing: ଲଦାଖରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର ‘ଆପାଚେ’ । ଯାନ୍ତ୍ରିକ ତ୍ରୁଟି ସନ୍ଦେହ । କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଲା ବାୟୁସେନା । ଅଧିକ ପଢନ୍ତୁ

ଲଦାଖରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର ‘ଆପାଚୀ’

author img

By ETV Bharat Odisha Team

Published : Apr 4, 2024, 5:02 PM IST

ନୂଆଦିଲ୍ଲୀ/ଲଦାଖ: ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ‘ଆପାଚେ’ ଲଦାଖରେ ଜରୁରୀ ଅବତରଣ କରିଛି । ଏକ ଅପରେସନ ଟ୍ରେନିଂ ସମୟରେ ବାୟୁସେନା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଏହା ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଉଛି, ଲଦାଖର ଭୌଗଳିକ ସ୍ଥିତି କାରଣରୁ ଉଡାଣରେ ସମସ୍ୟା ଦେଖାଯାଇଥିଲା । ତେବେ ବିମାନରେ ଥିବା ଉଭୟ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ତାଙ୍କୁ ନିକଟସ୍ଥ ଏୟାରବେସକୁ ନିଆଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ଉଭୟ ସମ୍ପୂର୍ଣ୍ଣ ଠିକ ଅଛନ୍ତି ।

ଆପାଚେ ହେଲିକପ୍ଟରର ଜରୁରୀକାଳୀନ ଅବତରଣର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ବାୟୁସେନା କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଇଛି । ସେନାର ସାଉଥ-କମାଣ୍ଡର ଜେନେରାଲ୍ ଅଫିସର ଲେଫ୍ଟନାଣ୍ଟ ଜେନେରାଲ୍ ଏ.କେ ସିଂ ଖବର ସରବରାହ ସଂସ୍ଥା ‘ପିଟିଆଇକୁ’ ଏହି ସୂଚନା ଦେଇଛନ୍ତି । ଲଦାଖର ସାଉଥ-କମାଣ୍ଡ ଅଞ୍ଚଳରେ ଏହି ମିଡିୟମ ଲିଫ୍ଟ ଆଟାକ ହେଲିକପ୍ଟର ସ୍କ୍ବାର୍ଡନ ଚଳିତବର୍ଷ ମାର୍ଚ୍ଚ 15 ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା । ଏହା ପରେ ନିୟମିତ ଉଡାଣ ଅପରେସନରେ ନିୟୋଜିତ ହେବାରେ ଲାଗିଛି । ଏହି ଅତ୍ୟାଧନିକ ହେଲିକପ୍ଟର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବହନ କରିବା ସହ ଆକ୍ରମଣ କ୍ଷମତା ରଖିଛି । ଏହାକୁ ଦୁଇଟି ପାଇଲଟ ଉଡାଇ ପାରିବେ । ଏହା ଉଭୟ ରାତି ଓ ଦିନରେ ଆକ୍ରମଣ କରିପାରିବ । ଏବେ କେଉଁ କାରଣରୁ ଏହି ହେଲିକପ୍ଟରଟି ଜରୁରୀ ଅବତରଣ କଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସ ଛାଡିଲେ ବାପି ସର୍ଖେଲ, ନିକଟରେ ସ୍ତ୍ରୀ ଧରିଥିଲେ ଶଙ୍ଖ - Bapi Sarkhel Quits Congress

ନିକଟରେ ରାଜସ୍ଥାନରେ ଏକ ତେଜସ ବିମାନ ଦୁର୍ଘଟଣାର ଶିକାର ହୋଇ ଜଳିଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଚାଲିଥିବା ସମରାଭ୍ୟାସରେ ଏହି ଅଘଟଣ ଘଟିଥିଲା । ଏହା ଏକ ସିଙ୍ଗଲ ସିଟର ବିମାନ ଥିଲା । ପାଇଲଟ ପାରାଚ୍ୟୁଟରେ ଇଜେକ୍ଟ କରିବାରେ ସଫଳ ହୋଇଥିଲେ । ବିମାନଟି ଏକ ଗ୍ରାମରେ ଖସିପଡି ଜଳିଯାଇଥିଲା । ଯାହାର ବିଭାଗୀୟ ତଦନ୍ତ ଜାରି ରଖିଛି ବାୟୁସେନା । ତେବେ ଏହା ଦେଶର ପ୍ରଥମ ତେଜସ ଲଢୁଆ ବିମାନ ଦୁର୍ଘଟଣା ଥିଲା । ନିକଟରେ ହାଲ ସ୍ବଦେଶୀ ତେଜସର ସଫଳ ଉଡାଣ କରିଛି । 2028 ସୁଦ୍ଧା ଏହାକୁ ବାୟୁସେନାରେ ସାମିଲ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.