ETV Bharat / bharat

ଶ୍ରୀଲଙ୍କା ଏବଂ ମରିସସକୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ଆରମ୍ଭ ହେଲା UPI ସେବା

author img

By ETV Bharat Odisha Team

Published : Feb 12, 2024, 3:33 PM IST

UPI Services In Sri Lanka-Mauritius: ଶ୍ରୀଲଙ୍କା ଏବଂ ମରିସସକୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଉଭୟ ଦେଶରେ ଆରମ୍ଭ ହେଲା UPI ସେବା । ଅଧିକ ପଢନ୍ତୁ,

UPI Services In Sri Lanka-Mauritius
UPI Services In Sri Lanka-Mauritius

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ମରିସସରେ ଆରମ୍ଭ ହେଲା ୟୁପିଆଇ ଯୁଗ । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନ୍ଧେ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଧ ଜୁଗନାଥଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ( UPI) ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନାଥାଉକି, ଗତବର୍ଷ ଜୁଲାଇ ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମାସିନ୍ଦେ ନୂଆଦିଲ୍ଲୀ ଗସ୍ତ ସମୟରେ ୟୁପିଆଇ ସେବା ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।

ଆଜି ବିଶେଷ ଦିନ କହିଲେ ମୋଦି: ଦୁଇ ଦେଶରେ ୟୁପିଆଇ ସେବା ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଭାରତ ମହାସାଗରୀୟ କ୍ଷେତ୍ରର ତିନି ଦେଶ ପାଇଁ ଆଜି ବିଶେଷ ଦିନ । ଆଜି ଆମେ ଆମର ଐତିହାସିକ ସମ୍ପର୍କକୁ ଏକ ଆଧୁନିକ ଡିଜିଟାଲ୍ ତରିକାରେ ସଂଯୋଗ କରିଛୁ । ଏହା ଜନସାଧରଣଙ୍କୁ ଦିଆଯାଇଥିବା ବିକାଶ ପ୍ରତିଶ୍ରୁତିର ଏକ ପ୍ରମାଣ । ଫିଣ୍ଟେକ୍ କନେକ୍ଟିଭିଟି କେବଳ ସୀମା କାରବାରରେ ସାହାଯ୍ୟ କରିବ ନାହିଁ ବରଂ ସୀମାପାର ସମ୍ପର୍କକୁ ମଧ୍ୟ ମଜବୁତ କରିବ। ୟୁପିଆଇ ପାଖରେ ବର୍ତ୍ତମାନ ନୂଆ ଦାୟିତ୍ବ ରହିଛି । "

ସେ ଆହୁରି ମଧ୍ୟ କହିଛନ୍ତି, "ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମିରେ ଭାରତ ପାଇଁ ଏକ ବଡ ପରିବର୍ତ୍ତନ ଆଣିଛି ଡିଜିଟାଲ । ଛୋଟଛୋଟ ଗାଁର କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଡିଟାଲ ପେମେଣ୍ଟ କରୁଛନ୍ତି । 'ପଡୋଶୀ ପ୍ରଥମ' ହେଉଛି ଭାରତର ନୀତି । ଆମର ସାମୁଦ୍ରିକ ଦୃଷ୍ଟିକୋଣ ହେଉଛି SAGAR । ସମସ୍ତ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ବିକାଶ ଆମର ଲକ୍ଷ୍ୟ ଅଟେ ।"

ଏହା ମଧ୍ୟ ପଢନ୍ତୁ: ଶ୍ରୀଲଙ୍କା ଓ ମରିସସରେ ଆରମ୍ଭ ହେବ UPI ସେବା, ଆଜି ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ

ମରିସସ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ ପ୍ରବିନ୍ଧ ଜୁଗନାଥ କହିଛନ୍ତି, "ମହତ୍ତ୍ବପୂର୍ଣ୍ଣ ଅବସରରେ ଆପଣଙ୍କ ସହିତ ଯୋଡି ହୋଇ ମୁଁ ଅତ୍ୟନ୍ତ ଖୁସି । RuPay କାର୍ଡ ଆମର ଜାତୀୟ ପେମେଣ୍ଟ ସ୍ବିଚର କୋ ବ୍ରାଣ୍ଡେଡ୍ । MoCASକୁ ମରିସସରେ ଘରୋଇ କାର୍ଡ ଭାବେ ବ୍ୟବହାର କରାଯିବ । ଭାରତ ଏବଂ ମରିସସ ମଧ୍ୟରେ ସାସ୍କୃତିକ, ବାଣିଜ୍ୟିକ ଏବଂ ଲୋକଙ୍କଠାରୁ ଲୋକଙ୍କ ପର୍ଯ୍ୟନ୍ତ ସମ୍ପର୍କ ବାଣ୍ଟିଛନ୍ତି । ଏହି ସମ୍ପର୍କ ଶତାବ୍ଦୀ ଧରି ରହି ଆସିଛି ।

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି: ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନ୍ଧେ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ହେବ। ରାମ ମନ୍ଦିର ପ୍ରତିଷ୍ଠା ନେଇ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଏହା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ପ୍ରତିଫଳିତ କରିଥାଏ । ହଜାରେ ବର୍ଷ ଧରି ଦୁଇ ଦେଶ ମଧ୍ୟରେ କାରବାର ଜାରି ରହିଛି । କିନ୍ତୁ ସେତେବେଳେ କୌଣସି ସେଣ୍ଟ୍ରାଲ ବ୍ୟାଙ୍କ ନଥିଲା । ଆମର ସଂଗ୍ରହାଳୟରେ ଅନେକ ମୁଦ୍ରା ରହିଛି । ଯାହାକୁ ବିଭିନ୍ନ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇଛି । ଆଜି ଆମେ ଟେକ୍ନୋଲୋଜି ଅପଗ୍ରେଡ କରୁଛୁ । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.