ETV Bharat / bharat

250 କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲାଷ୍ଟିକ ମିଶାଇଲର ସଫଳ ପରୀକ୍ଷଣ - Crystal Maze 2 - CRYSTAL MAZE 2

India successfully tests new 250 km strike range air-launched ballistic missile: ନୂତନ ବାଲାଷ୍ଟିକ ମିଶାଇଲର ପରୀକ୍ଷଣ ସଫଳ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା 250 କିଲୋମିଟର ରହିଛି । ଅଧିକ ପଢନ୍ତୁ

Crystal Maze 2
Crystal Maze 2
author img

By ETV Bharat Odisha Team

Published : Apr 24, 2024, 8:30 AM IST

ହାଇଦ୍ରାବାଦ: ଭାରତ ନଜ ଶକ୍ତିକୁ ବଢାଇବା ପାଇଁ ଅନେକ ନୂଆ ନୂଆ କ୍ଷେପଣାସ୍ତ୍ରର ପରୀକ୍ଷଣ ଜାରି ରଖିଛି । ଏହାରି ଭିତରେ ଗତକାଲି (ମଙ୍ଗଳବାର) ରାତିରେ ମଧ୍ୟମ ଧରଣର ଦୂରଗାମୀ ବାଲିଷ୍ଟିକ ମିଶାଇଲ ନୂତନ ସଂସ୍କରଣରକୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ଏହି ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିଶାଇଲର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ମିଶାଇଲର ଲକ୍ଷ୍ୟଭେଦ କ୍ଷମତା 250 କିଲୋମିଟର ରହିଛି । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଅଧୀନରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ ଏହାର କାର୍ଯ୍ୟକ୍ଷମତାକୁ ପ୍ରମାଣିତ କରିଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭାରତୀୟ ବାୟୁସେନା ଦ୍ବାରା ପରୀକ୍ଷିତ ଏହି କ୍ଷେପଣାସ୍ତ୍ର ହେଉଛି ଇସ୍ରାଏଲର ଅରିଜିନ କ୍ରିଷ୍ଟାଲ ମେଜ 2 (CRYSTAL MAZE 2 ) ବାଲାଷ୍ଟିକ ମିଶାଇଲ ଅଟେ । ଏହା ROCKS ନାମରେ ମଧ୍ୟ ପରିଚିତ ।

ଜାତୀୟ ସୁରକ୍ଷା ପ୍ରତିଷ୍ଠାନର ଜଣେ ବରିଷ୍ଠ ଅଧିକାରୀ ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତ ସପ୍ତାହରେ ଆଣ୍ଡାମାନର ଦ୍ୱୀପପୁଞ୍ଜର ଏକ ପରୀକ୍ଷଣ ପରିସରରେ ସୁଖୋଇ -30 MKI ଯୁଦ୍ଧ ବିମାନ ଦ୍ୱାରା ଏହି କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଆଣ୍ଡାମାନ ଏବଂ ନିକୋବର ଦ୍ବିପପୁଞ୍ଜର ତିନି ସେନାର କମାଣ୍ଡ ପରେ ଏହି ଅଞ୍ଚଳରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଥିଲା । ଭାରତୀୟ ବାୟୁସେନା ବର୍ତ୍ତମାନ ମେକ୍ ଇନ୍ ଇଣ୍ଡିଆ ଜରିଆରେ ବହୁ ସଂଖ୍ୟକ ଇସ୍ରାଏଲ୍ କ୍ଷେପଣାସ୍ତ୍ର ହାସଲ କରିବାକୁ ଯୋଜନା କରୁଛି । ଏହା ଦେଶକୁ ଏକ ସ୍ବତନ୍ତ୍ର ସାମର୍ଥ୍ୟ ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ITCMର ସଫଳ ପରୀକ୍ଷଣ - Flight Test Of ITCM

ଭାରତୀୟ ବାୟୁସେନା ଦ୍ୱାରା ସୁଖୋଇ -30 ଯୁଦ୍ଧ ବିମାନରୁ ନିକ୍ଷେପ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଉପରକୁ ଯାତ୍ରା କରିବା ପରେ ଉଚ୍ଚ ବେଗରେ ଲକ୍ଷ୍ୟସ୍ଥଳ ଆଡକୁ ଗତି କରୁଛି । କ୍ରିଷ୍ଟଲ ମେଜ 2 କ୍ରିଷ୍ଟଲ ମେଜ 1 ଠାରୁ ସମ୍ପୁର୍ଣ୍ଣ ଅଲଗା । ଯାହାକି ବହୁ ପୂର୍ବରୁ ଇସ୍ରାଏଲରୁ ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ ହୋଇଥିଲା । କ୍ରିଷ୍ଟାଲ୍ ମ୍ୟାଜ୍ 2 ହେଉଛି ଏକ ବିସ୍ତାରିତ ଷ୍ଟାଣ୍ଡ-ଅଫ୍ ରେଞ୍ଜ୍ ଏୟାର ଟୁ ସର୍ଫେସ ମିଶାଇଲ ଅଟେ । ଭାରତୀୟ ବାୟୁସେନା ଦ୍ବାରା ଦୀର୍ଘ ଦୂରଗାମୀ ରାଡାର ଏବଂ ଭାରତୀୟ ଶତ୍ରୁମାନଙ୍କର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭଳି ଟାର୍ଗେଟରେ ଆକ୍ରମଣ କରିବାକୁ ଏହା ଯୋଜନା କରାଯାଇଛି । ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ବାରା ସଂରକ୍ଷିତ କ୍ଷେତ୍ରରେ ଏହି ବାଲାଷ୍ଟିକ ମିଶାଇଲ ଅଧିକ ପ୍ରଭାବଶାଳୀ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.