ETV Bharat / bharat

ମମତାଙ୍କ ସ୍କ୍ରିପ୍ଟ, ନୀତିଶଙ୍କ ରୋଲ; ରିଲିଜ ପୂର୍ବରୁ ଇଣ୍ଡିଆ ମହାମେଣ୍ଟ ଫିଲ୍ମ ଫ୍ଲପ୍

India block alliance facing many difficulties: କ୍ଷମତା ପାଇଁ ଏକାଠି ହେଲେ । ନିଜ ଅସ୍ତିତ୍ବ ରକ୍ଷା ପାଇଁ ତୁହାକୁ ତୁହା ବୈଠକ କଲେ । ନିର୍ବାଚନରେ ବିଜେପିକୁ ଅଟକାଇବା ପାଇଁ ହୃଦୟ ମିଶୁନଥିଲେ ବି ମନକୁ ମିଶାଇଲେ । ଲମ୍ବା ଲମ୍ବା ଫୋଟ ସୁଟ କଲେ । ବହୁ ବିଚାର ବିମର୍ଶ ପରେ ଗଠବନ୍ଧନର ନା ବି ‘ଇଣ୍ଡିଆ’ ରଖିଲେ । ଗଠବନ୍ଧନ ପାଇଁ ମମତା ବାନାର୍ଜୀ ସ୍କ୍ରିପ୍ଟ ଲେଖିଥିଲେ, ନୀତିଶ କୁମାର ଅଭିନୟ କରୁଥିଲେ ହେଲେ ଫିଲ୍ମ ରିଲିଜ ପୂର୍ବରୁ ଫ୍ଲପ ହେବାକୁ ଯାଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 27, 2024, 10:07 PM IST

ମମତାଙ୍କ ସ୍କ୍ରିପ୍ଟ, ନୀତିଶଙ୍କ ରୋଲ, ରିଲିଜ ପୂର୍ବରୁ ଇଣ୍ଡିଆ ଗଠବନ୍ଧନ ଫିଲ୍ମ ଫ୍ଲପ

ନୂଆଦିଲ୍ଲୀ: କ୍ଷମତା ପାଇଁ ଏକାଠି ହେଲେ । ନିଜ ଅସ୍ତିତ୍ବ ରକ୍ଷା ପାଇଁ ତୁହାକୁ ତୁହା ବୈଠକ କଲେ । ନିର୍ବାଚନରେ ବିଜେପିକୁ ଅଟକାଇବା ପାଇଁ ହୃଦୟ ମିଶୁନଥିଲେ ବି ମନକୁ ମିଶାଇଲେ । ଲମ୍ବା ଲମ୍ବା ଫୋଟ ସୁଟ କଲେ । ବହୁ ବିଚାର ବିମର୍ଶ ପରେ ଗଠବନ୍ଧନର ନା ବି ‘ଇଣ୍ଡିଆ’ ରଖିଲେ । କିନ୍ତୁ ଏକାଧିକ ବୈଠକ ସତ୍ବେ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇପାରୁନାହିଁ। ପରିଣାମ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏକାକୀ ଲଢିବାକୁ ଘୋଷଣା କଲେଣି । ପଞ୍ଜାବରେ ଆମ ଆଦମୀ ପାର୍ଟି ନିଜ ରାସ୍ତା ଦେଖିଲାଣି । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏକାକୀ ସିଟ ବୁଝାମଣା କରିଦେଲେଣି। ହେଲେ ଆଶ୍ଚର୍ଯ୍ୟ ଇଣ୍ଡିଆ ବ୍ଲକ ଗଠନର ମୂଳଦୁଆ ପକାଇଥିବା ନୀତିଶ କୁମାର ହିଁ ଅଲଗା ହେବାକୁ ପ୍ରସ୍ତୁତି ଚଳାଇଛନ୍ତି । ଫଳରେ ଇଣ୍ଡିଆ ଗଠବନ୍ଧନ ନିର୍ମାଣ କରିବା ପାଇଁ ମମତା ବାନାର୍ଜୀ ଯେଉଁ ସ୍କ୍ରିପ୍ଟ ଲେଖିଥିଲେ, ନୀତିଶ କୁମାର ଯେଉଁ ଅଭିନୟ କରୁଥିଲେ, ସେହି ଫିଲ୍ମ ଏବେ ରିଲିଜ ହେବା ପୂର୍ବରୁ ଫ୍ଲପ ହେବାକୁ ଯାଉଛି ।

ଅଧିକ ପଢନ୍ତୁ- ନୀତିଶ କୁମାର; ପରିବାରବାଦ ପଲିଟିକ୍ସ, ଜାଣିଛନ୍ତି କି ‘ବିହାରୀ ବାବୁ’ଙ୍କ ପରିବାର ସମ୍ପର୍କରେ ?

ନୀତିଶ ନେଇଥିଲେ ନେତୃତ୍ବ: ଭାରତୀୟ ଜନତା ପାର୍ଟି ବିଜେପିକୁ ଅଟକାଇବା ପାଇଁ ଗଠନ ହୋଇଥିଲା ଇଣ୍ଡିଆ ଗଠବନ୍ଧନ । ଗଠବନ୍ଧନରେ ନିତୀଶ କୁମାରଙ୍କ ଜେଡିୟୁ, କଂଗ୍ରେସ, ଟିଏମସି, ଆରଜେଡି, ଏନସିପି, ସମାଜବାଦିପାର୍ଟି, ଡିଏମକେ, ଏନସି ଓ ପିଡିପି ଭଳି ଦଳ ସାମିଲ ହୋଇଥିଲେ । ମହାଗଠବନ୍ଧନ ଗଠନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁବ ପରିଶ୍ରମ କରିଥିଲେ । ଦେଶର ସମସ୍ତ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ ସାକ୍ଷାତ କରି ମହାମେଣ୍ଟର ଉଦ୍ଦେଶ୍ୟ, ଲକ୍ଷ୍ୟ ସମସ୍ତଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । 2 ଜୁନ 20223 ରେ ମହାଗଠବନ୍ଧନର ସମସ୍ତ ଦଳକୁ ପାଟନାରେ ଏକାଠି କରିବାରେ ସଫଳ ହେଲେ । ଏହା ପରେ ସୃଷ୍ଟି ହେଲା ଇଣ୍ଡିଆ ମେଣ୍ଟ। ମେଣ୍ଟକୁ ନେଇ ସାରା ଦେଶରେ ଚର୍ଚ୍ଚା ଆଲୋଚନା ବଢିଲା । ବେଙ୍ଗାଲୁର, ମୁମ୍ବାଇ ଓ ଦିଲ୍ଲୀରେ ମହାମେଣ୍ଟର ବୈଠକ ଆୟୋଜିତ ହେଲା । ପ୍ରତି ବୈଠକରେ ଏକାଧିକ ନିଷ୍ପତ୍ତି ନିଆଗଲା । ଆସନ ବୁଝାମଣା ପାଇଁ ନୂଆ ନୂଆ ପ୍ରସଙ୍ଗରେ ଆଲୋଚନା ହେଲା । ହେଲେ ଆସନ ବୁଝାମଣା କେଉଁଠି କେମିତି ହେବ ତାହା ଚୂଡାନ୍ତ ହୋଇପାରିଲା ନାହିଁ । ଯାହାକୁ ନେଇ ମେଣ୍ଟରେ ଥିବା କଂଗ୍ରେସ ଓ ଆଞ୍ଚଳିକ ଦଳ ଗୁଡିକ ମଧ୍ୟରେ ବଢିଚାଲିଲା ଦୂରତା । ଏକାଧିକ ବୈଠକ ପରେ ଆସନ ବୁଝାମଣା ହେଲା ନାହିଁ। ଫଳରେ ମମତା ବାନାର୍ଜୀ ଏକାକୀ ଲଢିବାକୁ ନିଷ୍ପତ୍ତି ନେଲେ । ଆମ ଆଦମୀ ପାର୍ଟି ବି ପଞ୍ଜାବରେ ନିଜର ପତାକା ଉଡାଇବାକୁ ତେୟାର । ୟୁପିରେ ବି ଅଖିଳେଶ ଯାଦବ କଂଗ୍ରେସକୁ ଧକ୍କା ଦେବାକୁ ପ୍ରସ୍ତୁତ । ଏପରି ସଂକଟ ସମୟରେ ଇଣ୍ଡିଆ ଗଠବନ୍ଧନ ଫିଲ୍ମର ମୁଖ୍ୟ ନାୟକ ମଧ୍ୟ ଫିଲ୍ମ ଅଧାରୁ ଛାଡି ପଟ୍ଟ ପରିବର୍ତ୍ତନ ପାଇଁ ପ୍ରୟାସ କରୁଛନ୍ତି।

ମମତାଙ୍କୁ ମଞ୍ଜୁର ନାହିଁ ନୀତିଶ: ଇଣ୍ଡିଆ ଗଠବନ୍ଧନ ମୂଳଦୁଆ ପଡିବା ପୂର୍ବରୁ ନୀତିଶ କୁମାର କିନ୍ତୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଉପରେ ଆଖି ପକାଇଥିଲେ । ନୀତିଶ ଚାହୁଁଥିଲେ ମହାମେଣ୍ଟରେ ତାଙ୍କୁ ମହାନାୟକ ନହେଲେ ବି ଆବାହାକ ଦାୟିତ୍ବଟେ ମିଳୁ । ଏଥିପାଇଁ ମଧ୍ୟ ସେ ଖୁବ ପରିଶ୍ରମ କରିଥିଲେ । ସାରା ଦେଶ ବୁଲି କ୍ଷେତ୍ରୀୟ ନେତାଙ୍କୁ ଏକାଠି କରିଥିଲେ । ନୀତିଶଙ୍କ ଇଛା ବୁଝିପାରି କଂଗ୍ରେସ ମଧ୍ୟ ରାଜି ଥିଲା । ଏଥିପାଇଁ କଂଗ୍ରେସ ଅନ୍ୟ ଦଳ ଗୁଡିକୁ ମଧ୍ୟ ମନାଇ ସାରିଥିଲା। ହେଲେ ନୀତିଶଙ୍କୁ ନେଇ ମମତାଙ୍କ ମଞ୍ଜୁରୀ ନଥିଲା । ଏଥିପାଇଁ ମମତା ଇଣ୍ଡିଆ ବ୍ଲକର ଦିଲ୍ଲୀ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଲେ । ମମତାଙ୍କ ପ୍ରସ୍ତାବକୁ ଆପ ମୁଖ୍ୟ କେଜ୍ରିୱାଲ ମଧ୍ୟ ଆଗକୁ ବଢାଇଲେ । ହେଲେ କଂଗ୍ରେସ ଏଥିରେ ରାଜି ହେଲା ନାହିଁ । ନୀତିଶଙ୍କ ଜାତିଗତ ଜନଗଣନା, ଓବିସି ସଂରକ୍ଷଣକୁ ବିରୋଧ କରି ମମତା ନୀତିଶଙ୍କ ମଧ୍ୟରେ ଦୂରତା ବଢିଚାଲିଛି । ଯାହାକୁ ନେଇ ନୀତିଶଙ୍କୁ ମେଣ୍ଟରେ ଚାହୁଁନାହାଁନ୍ତି ମମତା । ଉଭୟଙ୍କ ମତଭେଦ ମେଣ୍ଟର ସମସ୍ୟା ବଢାଇ ଦେଲା ।

ନିର୍ବାଚନ ପୂର୍ବରୁ ମେଣ୍ଟ ଚାହୁଁନଥିଲେ ମମତା: ମମତା ବାନାର୍ଜୀ ଚାହୁଁଥିଲେ ନିର୍ବାଚନ ପୂର୍ବରୁ କୌଣସି ମେଣ୍ଟ ହେଉ । ମମତା ଚାହୁଁଥିଲେ ଲୋକସଭା ନିର୍ବାଚନରେ କଂଗ୍ରେସ ସାରା ଦେଶରେ 200 ଟି ଆସନରେ ନିର୍ବାଚନ ଲଢୁ । ଅବଶିଷ୍ଟ ଆସନ ଆଞ୍ଚଳିକ ଦଳ ଗୁଡିକ ନିଜ ନିଜ ରାଜ୍ୟରେ ଲଢନ୍ତୁ । 2024 ନିର୍ବାଚନ ପରେ ଯେଉଁ ସରକାର ଗଠନ ହେବ ସେହି ସରକାର କେଉଁ ଦଳର ଭୂମିକା କଣ ହେବ ତାହା ନିର୍ଣ୍ଣୟ କରାଯିବ । ମମତାଙ୍କ ଏହି ରଣନୀତିକୁ କଂଗ୍ରେସ ଗ୍ରହଣ କରିପାରିଲା ନାହିଁ । କଂଗ୍ରେସ ଏକାକି ଏକ ଭିନ୍ନ ରଣନୀତି ଆପଣାଇଲା ।

ସହଯୋଗୀଙ୍କୁ କଂଗ୍ରେସର ଅବିଶ୍ବାସ: ମମତା ବାନାର୍ଜୀ ଦେଇଥିବା ପ୍ରସ୍ତାବ କଂଗ୍ରେସ ଗ୍ରହଣ କରିପାରିଲା ନାହିଁ । କଂଗ୍ରେସ ଏକାକି ଏକ ଭିନ୍ନ ରଣନୀତି ଆପଣାଇଲା । ଭାରତ ଯୋଡ ନ୍ୟାୟ ଯାତ୍ରା ଆୟୋଜନ କରି ଦଳ ନିଜକୁ ସୁଦୃଢ ପାଇଁ ଉଦ୍ୟମ କଲା । ଏଥିପାଇଁ ସହଯୋଗୀ ଦଳ ମାନଙ୍କୁ କେବଳ ଚିଠି ଲେଖି କାମ ସାରିଦେଲା। ଯାହାକୁ ନେଇ ମମତା ବାନାର୍ଜୀଙ୍କ ସମେତ ଏକାଧିକ ଦଳ ମେଣ୍ଟରୁ ବାହାରି ନିଜ ରାସ୍ତା ଆପଣାଇବାକୁ ନିଷ୍ପତ୍ତି ନେଲେ । ମମତା ଏନେଇ ନୀତିଶ କୁମାର ଓ କେଜ୍ରିୱୱଲଙ୍କୁ ନିଜର ନିଷ୍ପତି ଜଣାଇ ଦେଲେ । ମମତାଙ୍କ ଏହି ନିଷ୍ପତ୍ତି ପରେ ଆମ ଆଦମୀ ପାର୍ଟି ଓ ଜେଡିୟୁ ମଧ୍ୟ ଇଣ୍ଡିଆ ମେଣ୍ଟରୁ ବାହାରିବା ପାଇଁ ମନସ୍ଥ କରିଥିବା କୁହାଯାଉଛି ।

ନୀତିଶ ନିରାଶ: କଂଗ୍ରେସର ରଣନୀତି ଦେଖି ମେଣ୍ଟର ଅନ୍ୟ ଦଳ ଯେଉଁଭଳି ଭାବେ ହାତ ଛାଡିବା ଆରମ୍ଭ କଲେ ନିତୀଶ ଏଥିରେ ନିରାଶ ହୋଇପଡିଲେ । ନୀତିଶ ଅନୁଭବ କଲେ ତାଙ୍କ ଦ୍ବାରା ଲିଖିତ ସ୍କ୍ରିପ୍ଟ ନା କାର୍ଯ୍ୟକାରୀ ହେଉଛି, ନା ତାଙ୍କ ଅଭିନୟ ଗ୍ରହଣୀୟ ହେଉଛି । ଯେଉଁ ମେଣ୍ଟକୁ ନେଇ ସେ ବ଼ ସ୍ବପ୍ନ ଦେଖିଥିଲେ ଏବେ ସେହି ସ୍ବପ୍ନ ଭାଙ୍ଗିବାରେ ଲାଗିଛି । ମେଣ୍ଟର ଏପରି ସ୍ଥିତି ଦେଖି ନୀତିଶ ମଧ୍ୟ ପଲଟି ମାରିବା ପାଇଁ ପ୍ଲାନ ଆରମ୍ଭ କରିଥିବା କୁହାଯାଉଛି । ଚର୍ଚ୍ଚା ହେଉଥିଲା ନୀତିଶ ଯେଉଁ ଦମଦାର ସ୍କ୍ରିପ୍ଟ ଲେଖିଥିଲେ ତାହା ଯଦି ସଠିକ ଭାବେ କାର୍ଯ୍ୟକାରୀ ହୋଇଥାନ୍ତା ତେବେ ବିଜେପିକୁ ନିର୍ବାଚନରେ ବଡ ଆହ୍ବାନ ମିଳିଥାନ୍ତା ।

ନୀତିଶଙ୍କୁ ନେବାକୁ କାହିଁକି ପ୍ରସ୍ତୁତ ବିଜେପି ?: ବିହାରରେ ନୀତିଶ କୁମାରଙ୍କ ଏକ ପ୍ରଭାବ ରହିଛି । ଏହା ବିଜେପି ମଧ୍ୟ ଜଣିଛି । ତେଣୁ ପରିସ୍ଥିତିରୁ ହେଉ କି ନିଜ ଗୋପନୀୟ ସର୍ଭେର ଫଳାଫଳରୁ ହେଉ ବିଜେପି ନୀତିଶଙ୍କ ପ୍ରତି କୋହଳ ହେବାକୁ ବାଧ୍ୟ ହୋଇଛି । କାରଣ ବିଜେପି ଲୋକସଭା ନିର୍ବାଚନକୁ ନେଇ ଯେଉଁ ଇଣ୍ଟରନାଲ ସର୍ଭେ କରିଥିଲା ସର୍ଭେରେ ସ୍ପଷ୍ଟ କୁହାଯାଇଥିଲା କି ଦଳ ଯେତେ ଭଲ ଭାବେ ନିର୍ବାଚନ ଲଢିଲେ ବି 20 ରୁ 22 ଟି ଆସନ ପାଇବ । ଯଦି ଜେଡିୟୁ ସହ ମେଣ୍ଟ କରୁଛି ତେବେ ଦଳ ପୁଣି ଗତଥର ଭଳି ସଫଳତା ଦୋହରାଇବ । ଏହାକୁ ଦେଖି ବିଜେପି ନୀତିଶଙ୍କ ପ୍ରତି କଠୋରରୁ କୋହଳ ହେବାକୁ ବାଧ୍ୟ ହୋଇଥାଇପାରେ ।

ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଟକାଇବ ପାଇଁ ମମତା ବାନାର୍ଜୀ ଓ ନୀତିଶ କୁମାର ଯେଉଁ ଦିବା ସ୍ବପ୍ନ ଦେଖି ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ ତାହା ଫିଲ୍ମ ରୂପେ ପରଦାକୁ ଆସିବା ପୂର୍ବରୁ ଫ୍ଲପ ହେବାକୁ ଯାଉଛି । ନୀତିଶ କୁମାର ଯେଉଁ ବିଜେପି ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ମାନସିକ ଓ ଶାରୀରିକ ପରିଶ୍ରମ କରିଥିଲେ ଏବେ ସେହି ବିଜେପି ସହିତ ଯିବାକୁ ଦେହ ଓ ମନ ପ୍ରସ୍ତୁତ କରିସାରିଥିବା ଚର୍ଚ୍ଚା ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.