ETV Bharat / bharat

ଦେଶର ପ୍ରଥମ ହାଇପର ଭେଲୋସିଟି ଏକ୍ସପାନସନ ଟନେଲ ବିକଶିତ କଲା IIT କାନପୁର

author img

By ETV Bharat Odisha Team

Published : Feb 5, 2024, 11:03 PM IST

India's first hypervelocity expansion tunnel test facility: ଦେଶର ପ୍ରଥମ ହାଇପର ଭେଲୋସିଟି ଏକ୍ସପାନସନ ଟନେଲ ବିକଶିତ କଲା IIT କାନପୁର । ଜାଣନ୍ତୁ ଏହା ସମ୍ପର୍କରେ ଅଧିକ କିଛି

ଦେଶର ପ୍ରଥମ ହାଇପର ଭେଲୋସିଟି ଏକ୍ସପାନେସନ ଟନେଲ ବିକଶିତ କଲା IIT କାନପୁର

ଲକ୍ଷ୍ନୌ: ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଭାରତୀୟ ପ୍ରଦୌଗିକ ସଂସ୍ଥାନ ‘ଆଇଆଇଟି’ ଗବେଷଣା କ୍ଷେତ୍ରରେ ଏକ ନୂତନ ପୃଷ୍ଠା ଯୋଡିଛି । ‘ଆଇଆଇଟି’ କାନପୁର ଦେଶର ପ୍ରଥମ ହାଇପର-ଭେଲୋସିଟି ବିସ୍ତାରଯୋଗ୍ୟ ଟନେଲ ସୁବିଧା ବିକାଶିତ କରି ଇତିହାସ ସୃଷ୍ଟି କରିଛି । ଏହି ଏକ୍ସପାନସନ ଟନେଲ ପ୍ରଣାଳୀର ନାମ ରଖାଯାଇଛି S-2 । ଏହି ନୂତନ ଉଦ୍ଭାବନ ଫଳରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ବୈଜ୍ଞାନିକମାନେ ଏହାର ବିଶେଷ ଲାଭ ପାଇପାରିବେ ।

ଆଇଆଇଟି କାନପୁରର ବିଶେଷଜ୍ଞ ଓ ଛାତ୍ରଙ୍କ ଦ୍ୱାରା ଦେଶର ପ୍ରଥମ ହାଇପର-ଭେଲୋସିଟି ଟନେଲର ସଫଳ ପରୀକ୍ଷଣ ମଧ୍ୟ ଶେଷ ହୋଇଛି । ଯାହା ସାହାଯ୍ୟରେ ଭବିଷ୍ୟତରେ ଏୟାରକ୍ରାଫ୍ଟର ବାୟୁମଣ୍ଡଳୀୟ ପ୍ରବେଶ, ସ୍କ୍ରାମଜେଟ ଉଡ଼ାଣ, ବାଲିଷ୍ଟିକ କ୍ଷେପଣାସ୍ତ୍ରର ହାଇପରସୋନିକ ଗତକୁ ଅନୁସରଣ କରାଯାଇପାରିବ । କାରଣ, ଏହି ଟନେଲ୍ ପ୍ରତି ସେକେଣ୍ଡରେ 3ରୁ 10 କିଲୋମିଟର ପର୍ଯ୍ୟନ୍ତ ବିମାନ ଗତି ସୃଷ୍ଟି କରିବାରେ ସକ୍ଷମ । ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ଡଃ ଏସ.ଗଣେଶ ଏହି ସଫଳତା ପାଇଁ ସମସ୍ତ ପ୍ରଫେସର ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ : ‘ଗତ 10 ବର୍ଷରେ ବିଜେପି ଯାହା କରିଛି, କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ’

ତିନି ବର୍ଷ ମଧ୍ୟରେ ସ୍ୱଦେଶୀ ଭାବେ ବିକଶିତ :- ଆଇଆଇଟି କାନପୁରର ଏରୋସ୍ପେସ୍ ବିଭାଗ ଏବଂ ଫୋଟନିକ୍ସ ଲେଜର ସେଣ୍ଟର ଆସୋସିଏଟ୍ ପ୍ରଫେସର ଇବ୍ରାହିମ ସୁଗାର୍ଣ୍ଣୋ କହିଛନ୍ତି ଯେ, ଏହି ଟନେଲକୁ ବର୍ତ୍ତମାନ ସୁଦ୍ଧା S-2 ସୁବିଧା ଭାବେ ନାମକରଣ କରାଯାଇଛି । ଏହାର ମୋଟ ଲମ୍ବ 24 ମିଟର ରହିଛି । ଏହା ଏରୋସ୍ପେସ୍ ଇଞ୍ଜିନିୟରିଂ ବିଭାଗରେ ହାଇପରସୋନିକ ଏକ୍ସପେରିମେଣ୍ଟାଲ ଏରୋଡାଇନାମିକ୍ସ ଲାବୋରେଟୋରୀରେ ନିର୍ମାଣ ଓ ପରୀକ୍ଷଣ କରାଯାଇଛି । ଏରୋନଟିକାଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ବୋର୍ଡ (ଏଆରଡିବି), ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଆଇଆଇଟି କାନପୁରର ସହଯୋଗରେ S-2 ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବେ ଡିଜାଇନ ହୋଇଛି । ଏହାକୁ ନିର୍ମାଣ କରିବା ପାଇଁ 3 ବର୍ଷ ସମୟ ଲାଗିଛି । 3 ବର୍ଷ ଧରି ଏହା ଉପରେ ଗବେଷଣା ଓ ନିର୍ମାଣ ଜାରି ରହିଥିଲା । ଏହାକୁ ଅପଗ୍ରେଡ ମଧ୍ୟ କରାଯାଇପାରିବ । ପ୍ରଫେସର ଇବ୍ରାହିମ ଆହୁରି ମଧ୍ୟ କହିଛନ୍ତି, ଏହି ଏସ-2 ନିର୍ମାଣ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଏଥିପାଇଁ ପଦାର୍ଥ ବିଜ୍ଞାନ ଓ ଉଚ୍ଚକୋଟୀର ଇଞ୍ଜିନିୟରିଂରେ ଗଭୀର ଜ୍ଞାନ ଆବଶ୍ୟକ ଥିଲା । ଯାହା ସଫଳ ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.