ETV Bharat / bharat

ଭୂସ୍ଖଳନ ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ସ୍ଥିତି ଦେଖି ଭାବବିହ୍ବଳ ହୋଇ କହିଲେ ଏମିତି - Rahul Gandhi visits Wayanad

author img

By ETV Bharat Odisha Team

Published : Aug 1, 2024, 7:48 PM IST

Rahul Gandhi meets Wayanad landslide victims: ୱାୟନାଡର ଭୂସ୍ଖଳନ ସ୍ଥଳରେ ପହଞ୍ଚି ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ । କହିଲେ ଆଜି ମୋତେ ଏମିତି ଲାଗୁଛି, ଠିକ୍ ଯେମିତି ମୋ ବାପାଙ୍କ ମୃତ୍ୟୁ ବେଳେ ଲାଗୁଥିଲା । ପଢନ୍ତୁ ପୁରା ଖବର

ଭୂସ୍ଖଳନ ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ;  ଭାବବିହ୍ବଳ ହୋଇ କହିଲେ ଏମିତି
ଭୂସ୍ଖଳନ ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ଭାବବିହ୍ବଳ ହୋଇ କହିଲେ ଏମିତି (@INCKerala)

ଥିରୁଅନନ୍ତପୁରମ: ସାରା ଦେଶକୁ ସ୍ତବ୍ଧ କରିଦେଇଛି ୱାୟନାଡର ଭୟଙ୍କର ଭୂସ୍ଖଳନ । ଏବେ ଯାଏଁ ମୃତ୍ୟୁସଂଖ୍ୟା ୨୮୦ ଡେଇଁ ଥିବାବେଳେ ଏବେ ବି ମାଟି ତଳୁ ବୁହା ଚାଲିଛି ମୃତଦେହ । ଏହି ଅଘଟଣର ଦିନକ ପରେ ଆଜି (ଗୁରୁବାର) କଂଗ୍ରେସ ନେତା ତଥା ପୂର୍ବତନ ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ୱାୟନାଡ ଗସ୍ତ କରିଛନ୍ତି । ଭୂସ୍ଖଳନ କ୍ଷତିଗ୍ରସ୍ତ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପୀଡିତଙ୍କୁ ଭେଟି ସମବେଦନା ଜଣାଇଛନ୍ତି ରାହୁଲ ।

ଭାବବିହ୍ବଳ ହେଲେ ରାହୁଲ:

ଭୂସ୍ଖଳନ ସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ରାହୁଲ ଭାବବିହ୍ବଳ ହୋଇ କହିଛନ୍ତି, ''ଆଜି ମୋତେ ଏମିତି ଲାଗୁଛି, ଠିକ୍ ଯେମିତି ମୋ ବାପାଙ୍କ ମୃତ୍ୟୁ ପରେ ଲାଗୁଥିଲା । ଏଠାକାର ଲୋକମାନେ ଭୂସ୍ଖଳନରେ କେବଳ ନିଜ ବାପାଙ୍କୁ ହରାଇ ନାହାନ୍ତି ବରଂ ପୁରା ପରିବାରକୁ ହରାଇଛନ୍ତି । ଆମେ ସମସ୍ତେ ଏମାନଙ୍କୁ ସ୍ନେହ ଓ ସମ୍ମାନ ଦେବା ଉଚିତ୍ । ପୁରା ଦେଶର ଭଲପାଇବା ୱାଡନାଡ ସହ ରହିଛି ।''

ଏହା ମଧ୍ୟ ପଢନ୍ତୁ: କେରଳ ଟ୍ରାଜେଡି: ସରୁନି ଉଦ୍ଧାର ଅପରେସନ, 280 ଡେଇଁଲା ମୃତ୍ୟୁସଂଖ୍ୟା, ଘଟଣାସ୍ଥଳ ଅଭିମୁଖେ ମୁଖ୍ୟମନ୍ତ୍ରୀ, ରାହୁଲ ଓ ପ୍ରିୟଙ୍କା - KERALA LAND SLIDE UPDATES

ଭୂସ୍ଖଳନ ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ
ଭୂସ୍ଖଳନ ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ (@INCKerala)

ସାରା ଦେଶ ପାଇଁ ଭୟଙ୍କର ଟ୍ରାଜେଡି:

କଂଗ୍ରେସ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ୱାୟନାଡ, କେରଳ ଏବଂ ସାରା ଦେଶ ପାଇଁ ଏହା ଏକ ଭୟଙ୍କର ଟ୍ରାଜେଡି । ସ୍ଥିତି ଅନୁଧ୍ୟାନ ପାଇଁ ଆମେ ଏଠାକୁ ଆସିଛୁ । ଭୂସ୍ଖଳନରେ ଅନେକ ଲୋକ ନିଜ ଘର, ପରିବାର ସଦସ୍ୟ ଓ ପ୍ରିୟଜନଙ୍କୁ ହରାଇଛନ୍ତି । ଏସବୁ ଦେଖିବା ଆମ ପକ୍ଷେ ଖୁବ କଷ୍ଟଦାୟକ । ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ ଆମେ ଚେଷ୍ଟା କରିବୁ । ଲୋକଙ୍କ ସହାୟତା ପାଇଁ ଆହୁରି ଅନେକ କିଛି କରିବା ଦରକାର ରହିଛି । ରିଲିଫ୍ ଓ ରେସ୍କ୍ୟୁ କାର୍ଯ୍ୟରେ ସାମିଲ ହୋଇଥିବା ଡାକ୍ତର, ନର୍ସ, ପ୍ରଶାସନ, ସ୍ବେଚ୍ଛାସେବୀ ଏବଂ ଉଦ୍ଧାରକାରୀ ଟିମକୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି ।

ଏବେବି ମାଟିତଳୁ ଖୋଜାଚାଲିଛି ମୃତଦେହ:

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୱାୟନାଡରେ ଯୁଦ୍ଧକାଳୀନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୁଇ ଦିନ ବିତିଥିଲେ ହେଁ ଏ ଯାଏଁ ମୃତଦେହ ଉଦ୍ଧାର ସରୁନି । ମାଟି ତଳୁ ନିସ୍ତେଜ ଶରୀର ଗୁଡିକୁ ବୋହି ଚାଲିଛନ୍ତି ଉଦ୍ଧାରକାରୀ ଦଳ । ନୌସେନା, ସ୍ଥଳସେନା, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ପୋଲିସ ବାହିନୀ ମିଳିତ ଭାବେ ରେସ୍କ୍ୟୁ ଅପରେସନରେ ନିୟୋଜିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.