ମେଷ: ଆଜି ଦିନ ଉଜ୍ଜଳ ରହିବ । ନିଜ ପରିବାର ସହ ବିବାହ ବ୍ରତରେ ଯୋଗ ଦେବେ । ସାଙ୍ଗମାନଙ୍କ ସହଯୋଗ ମିଳିବ । ସାଙ୍ଗମାନଙ୍କୁ ଆତିଥ୍ୟ ପ୍ରଦାନ କରି ଅର୍ଥ ସାରିବେ । ବଡମାନଙ୍କର ପ୍ରିୟ ହେବେ । ବନ୍ଧୁତ୍ୱ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଖୋଜୁଥିବା ଜିନିଷ ମିଳିବ । ପିଲାମାନେ ଭଲ କରିବେ ।
ବୃଷ: ଦିନଟି ଅତି ଉଜ୍ଜଳ ହେବ । ନୂତନ କାର୍ଯ୍ୟ ହାତକୁ ନେବେ । କର୍ମୀ ତଥା ବ୍ୟବସାୟୀମାନେ ଉନ୍ନତି କରିବେ । ଉଚ୍ଚ ପଦସ୍ଥଙ୍କ ଦ୍ୱାରା ପ୍ରଶଂସା ଭାଜନ ହେବେ । ବେତନ ବୃଦ୍ଧି ହେବ । ପୁରୁଣା କାମ ଶେଷ କରିବେ । ପରିବାର ବର୍ଗ ଭଲ ପାଇବା ସହ ସମ୍ମାନ ଜଣାଇବେ । ଆକର୍ଷଣୀୟ ଉପହାର ମିଳିପାରେ ।
ମିଥୁନ: ମନ ଚିନ୍ତାରେ ଭରି ରହିବ । କାମରେ ମନ ଲଗାଇବା ପାଇଁ ଅସହାୟ ମନେ କରିବେ । ବ୍ୟର୍ଥ ଖର୍ଚ୍ଚ ହେବ । ସାଙ୍ଗ ସାଥିମାନେ ଅସୁବିଧାର କାରଣ ହେବେ । ପିଲାମାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ବ୍ୟର୍ଥ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅଫିସ କାମରେ ଦୁଃଖ ପାଇବେ ।
କର୍କଟ: ଆଜି ଦିନଟି ଦୁଃଖ ପୂର୍ଣ୍ଣ ହେବ । ଅସ୍ତ୍ରୋପଚାର ହେବ । ନିଜର ଦକ୍ଷତା ଉପରେ ଭରଷା ରଖନ୍ତୁ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ । ଘରର ପରିବେଶ ଖରାପ କରନ୍ତୁ ନାହିଁ । ଚିନ୍ତାପୂର୍ଣ୍ଣ ଦିନଟି ଅଳସ୍ୟ ଆଣିବ । ନିଜେ ଠିକ ରୁହନ୍ତୁ ।
ସିଂହ: ଆଜି ଆଶାନୁରୁପ ଫଳ ମିଳିବ ନାହିଁ । ଜୀବନସାଥୀ ସହ କଳହ ହେବ । ବନ୍ଧୁତ୍ୱକୁ ସୂଚାରୁରୂପେ ପରିଚାଳନା କରନ୍ତୁ । ବ୍ୟବସାୟୀଙ୍କୁ ଚୁକ୍ତି କରିବା ମନା । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହେବ । ସାମାଜିକ ସ୍ଥିତି ସୁଦୃଢ ହେବ । ବିଦେଶୀ ବନ୍ଧୁ ମିଳନ ହେବ । କିଛି ସ୍ଥିରତା ମିଳିବ ନାହିଁ ।
କନ୍ୟା: ଆଜି ଭଲ ଦିନ ରହିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ମୌଜ କରିବେ । ଦୁଃଖରୁ ନିବୃତ୍ତ ହେବେ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାରଜନଙ୍କ ସହ ଦିନଟି ଖୁସିରେ ଅତିବାହିତ ହେବ ।
ତୁଳା: ସୁସମ୍ପର୍କ ତୁମକୁ ଶାନ୍ତି ପ୍ରଦାନ କରିବ । ବଳବାନ ଗ୍ରହ ଆପଣଙ୍କର ମନୋବଳ ବୃଦ୍ଧି କରିବେ । ପିଲାମାନେ ଆପଣଙ୍କ ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ଗଢିବେ । ଆଜି ପ୍ରଫୁଲ ମନ ରହିବ । ଚିନ୍ତା ମୁକ୍ତ ରୁହନ୍ତୁ ଓ ଦିନଟି ଉପଭୋଗ କରନ୍ତୁ ।
ବିଛା: ଆଜି ଚୁପଚାପ ରୁହନ୍ତୁ । ଚିନ୍ତିତ ରହିବେ । ବନ୍ଧୁମାନେ ଦୂରେଇ ଯିବେ । ଶରୀର ସୁସ୍ଥ ରହିବନି । ଧନହାନୀ ଓ ମର୍ଯ୍ୟାଦାହାନୀ ହେବ । ସ୍ତ୍ରୀ ପ୍ରତି ଘୃଣା ଭାବ ଜାତ ହେବ । ନିଜର ପଦବୀକୁ ରକ୍ଷା କରନ୍ତୁ । ଅନେକ ଚିନ୍ତା କରି କୌଣସି କାଗଜ ପତ୍ରରେ ହସ୍ତାକ୍ଷର କରନ୍ତୁ ।
ଧନୁ: ଆଜି ଭକ୍ତି, ପୂଜା ଓ ଶାନ୍ତିର ଦିନ ଅଟେ । ଭାଇ ଭଉଣୀମାନଙ୍କ ସାନିଧ୍ୟ ମିଳିବ । ନୂତନ କାର୍ଯ୍ୟ ପାଇଁ ଅତି ଭଲ ଦିନ ରହିବ । ସାଙ୍ଗସାଥିଙ୍କ ସହ ମୌଜ କରିବେ । ଗ୍ରହଙ୍କ ପ୍ରଭାବରୁ ଆଜି ଜୟଯୁକ୍ତ ହେବେ । ଶତୃ ପରାଜୟ ହେବ । ସୁଦୂର ଯାତ୍ରା କରିବେ । କ୍ଷତି ଅର୍ଜନ କରିବେ ।
ମକର: ଅର୍ଥ ଲଗାଣକାରୀ ସଂସ୍ଥା ଦ୍ୱାରା ପ୍ରଚୁର ଅର୍ଥ ମିଳିବ । କାହାର ଦେହ ଖରାପରେ ଚିନ୍ତିତ ହେବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ । ଗୃହିଣୀଙ୍କ କାମ ବଢିବ । ପିଲାମାନଙ୍କୁ ପାଠପଢାରେ ଅଧିକ ପରିଶ୍ରମ କରିବାକୁ ପଡିବ । ନିଜର କର୍ମ ଚଞ୍ଚଳତା ଓ ଚତୁର ପଣିଆ ଦ୍ୱାରା ଏ ସବୁ ଠିକ କରିପାରିବେ । ଦୃଢତାର ସହ ଆଗକୁ ମାଡି ଯିବା ପାଇଁ ଦିନଟି ପ୍ରଶସ୍ଥ ଅଟେ ।
କୁମ୍ଭ: ଆପଣଙ୍କ ଦିନଟି ସୁଖ ସମୃଦ୍ଧିରେ ପୂର୍ଣ୍ଣ ରହିବ । ଶୁଭ ଗ୍ରହଙ୍କ ଦ୍ୱାରା ଲାଭ ହିଁ ଲାଭ ହେବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ସୁନ୍ଦର ମନ ଓ ଭକ୍ତି ପୂର୍ଣ୍ଣ ଚିତ୍ତରେ ବୁଡି ରହିବେ । ଦାମୀ ଉପହାର ମିଳିବ । ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ଚାଲନ୍ତୁ । ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ ।
ମୀନ: ଆଜି ଦୃଢତାର ସହ ଆଗକୁ ବଢିବେ । ଚିନ୍ତାରେ ପୀଡିତ ହେବେ । ଧାର୍ମିକ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ । ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ । ପରିବାରରେ କଳହ କାରଣରୁ ନିଜ ଭିତରେ ଅଲଗା ରହିବାର ନିଷ୍ପତି କଷ୍ଟଦାୟକ ହେବ । ଛୋଟ ଫାଇଦା ପାଇଁ ଅଧିକ ବ୍ୟୟ ହେବ । କଚେରୀ କାମଗୁଡିକ ସତର୍କତାର ସହ କରନ୍ତୁ । ପ୍ରାର୍ଥନା ଓ ବ୍ୟାୟାମ ଆପଣଙ୍କ ଦିନଟିକୁ ବଦଳେଇ ପାରିବ ।