ମେଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ଏତେ ଫଳପ୍ରଦ ହେବ ନାହିଁ । କର୍ମକ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ସମସ୍ୟା ଲାଗି ରହିବ । ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସ୍ଥଗିତ ରଖନ୍ତୁ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_th.jpg)
ବୃଷ: ଆଜି ଦିନଟି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ରହିବ । ସମସ୍ତ ଆଶା ପୂରଣ ହେବ, କିନ୍ତୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ସନ୍ଧ୍ୟା ସମୟରେ କୌଣସି ଖୁସି ଖବର ପାଇ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ସନ୍ଧ୍ୟା ବୁଲିବାକୁ ଯାଇପାରନ୍ତି । ପରିବାର ସହ ସମୟ ଅତିବାହିତ କରିବେ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_thujd.jpg)
ମିଥୁନ: ସକାରାତ୍ମକ ଚିନ୍ତାଧାରା ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ବ୍ୟକ୍ତିତ୍ଵର ବିକାଶ ପାଇଁ ନିଜ ଉପରେ ଗୁରୁତ୍ୱ ଦେବେ । ଘରର ସାଜସଜ୍ଜା କରିବେ । କେହି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି । ବାହାର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_tg.jpg)
କର୍କଟ: ଆଜି ନିଜ କାର୍ଯ୍ୟରେ ସଫଳତା ପାଇବେ । ନିଜର ବ୍ୟକ୍ତିତ୍ବ ଉପରେ ଗୁରୁତ୍ୱ ଦେବେ । ଘରର ସାଜସଜ୍ଜା ପ୍ରତି ରୁଚି ବଢିବ। କେହି ବନ୍ଧୁ ଆପଣଙ୍କୁ ଦେଖାକରିବେ । ଭ୍ରମଣରେ ଯାଆନ୍ତୁ ନାହିଁ । ଆଜି କମଳା ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭଫଳ ପ୍ରାପ୍ତି ହେବ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_t.jpg)
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଶୁଭ ଦିନ ଅଟେ । ଆପଣ ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି । ପର୍ଯ୍ୟଟନ ସ୍ଥଳକୁ ଯାଇ ଆନନ୍ଦ ଉପଭୋଗ କରିବେ । କର୍ମଜୀବୀଙ୍କ ପାଇଁ ସକାଳଟି ଭଲ ରହିବ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅନ୍ୟଥା ଭୁଲ ବୁଝାମଣାର ଶିକାର ହୋଇପାରନ୍ତି ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_thud.jpg)
କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ । ଯେଉଁମାନେ କଳାକାର ରହିଛନ୍ତି ସେମାନେ ଆଜି ପ୍ରଶଂସିତ ହୋଇପାରନ୍ତି । ଯଦି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ କରିପାରନ୍ତି । ପୂର୍ବରୁ ଥିବା ସମସ୍ୟା ଆଜି ସମାଧାନ ହୋଇଯିବ । ଘରକୁ ବିବାହ ପ୍ରସ୍ତାବ ଆସିପାରେ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_thuhd.jpg)
ତୁଳା: ଆଜିର ଆପଣଙ୍କ ଶୁଭମୟ ଅଟେ । ଅନ୍ୟର ମନଜିଣି କାମ କରିବେ। ସଂଧ୍ୟାରେ ବନ୍ଧୁଙ୍କ ସହ ଭେଟ ହେବେ । ଫଳରେ ଆପଣ ଖର୍ଚ୍ଚାନ୍ତ ହୋଇପାରନ୍ତି । ଦାମୀ ଉପହାର ମିଳିପାରେ । ଘରେ କାହା ସହ ଝଗଡା କରନ୍ତୁ ନାହିଁ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_thf.jpg)
ବିଛା: ନିଜର ବିକାଶ ଉପରେ ପ୍ରାଧାନ୍ୟ ଦେବେ । ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭବାନ ହେବେ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ସନ୍ଧ୍ୟାରେ ପରିବାର ସହ ସମୟ ବିତାଇବେ । ସକାଳ ସମୟରେ ଶିବ ମନ୍ଦିର ଯାଆନ୍ତୁ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_thug.jpg)
ଧନୁ: ନିଜ ଇଚ୍ଛା ମୁତାବକ କାମ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଯଦି ଆପଣ ଘର ଟାରୁ ଦୂରରେ ଅଛନ୍ତି ତେବେ ଖାଇବାରେ ଅବହେଳା କରନ୍ତୁ ନାହିଁ । ଚକିରି କ୍ଷେତ୍ରରେ ଶୁଭ ଖବର ମିଳିବ । ଛାତ୍ରଛାତ୍ରୀ ମାନେ ପାଠପଢା ଉପରେ ଧ୍ୟାନ ଦିଅନ୍ତୁ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_thnd.jpg)
ମକର: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ମଧ୍ୟମ ଧରଣର ରହିବ । ପରିବାର ସହଯୋଗରେ ସଫଳତା ପାଇବେ । ବୁଦ୍ଧି ବିଚାରି କାମ କରନ୍ତୁ । ଯଦି କେହି ଆପଣଙ୍କ ସହ ଯୁକ୍ତିତର୍କ କରୁଛନ୍ତି ତେବେ ଦୂରେଇ ରୁହନ୍ତୁ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_thum.jpg)
କୁମ୍ଭ: ଆପଣଙ୍କର ଆଜିର ଦିନ ବହୁତ ଭଲ ଅଟେ । ସମସ୍ତେ ଆପଣଙ୍କ କାମକୁ ପ୍ରଶଂସା କରିବେ । ଖୁସିରେ ଖୁସିରେ ଦିନଟି କଟିବ । ସନ୍ଧ୍ୟାରେ ବାହାରକୁ ଯାଇ ପାରନ୍ତି । କେହି ବନ୍ଧୁ ଆପଣଙ୍କୁ ଭେଟି ପାରନ୍ତି । ନୂଆ ଡ୍ରେସ ଉପହାର ମିଳିପାରେ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_thu.jpg)
ମୀନ: ଏହି ରାଶିର ବ୍ୟକ୍ତିବିଶେଷ ମାନେ ଆଜି ଖୁସି ଖବର ପାଇବେ । ଯାହାକି ପରିବାରରେ ଖୁସି ଆଣିଦେବ । କିଛି ପୁରୁଣା ଡିଲ ଆଜି ସମ୍ପୂର୍ଣ୍ଣ ହୋଇପାରେ । ବ୍ୟବସାୟ ପାଇଁ ବାହାରକୁ ଯାଇପାରନ୍ତି । ଯାନବାହନ ଚଳାଇବା ବେଶ ସାବଧାନ ରୁହନ୍ତୁ ।
![HOROSCOPE](https://etvbharatimages.akamaized.net/etvbharat/prod-images/09-06-2024/21669478_the.jpg)