ମେଷ: ଆଜି ଆପଣ କିଛି ଦୃଢ ନିଷ୍ପତ୍ତି ନେଇପାରନ୍ତି । ଆପଣ ଅନିଶ୍ଚିତ ଅନୁଭବ କରିପାରନ୍ତି । ଅନ୍ୟମାନେ ଆପଣଙ୍କ ଜୀବନରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଇପାରନ୍ତି । କିନ୍ତୁ ବର୍ତ୍ତମାନ ପାଇଁ ସମୟ ଅନୁକୂଳ ନୁହେଁ ।
ବୃଷ: ଆଜି ଆପଣ ବିଷାଦପୂର୍ଣ୍ଣ ରହିବେ । ଅସୁସ୍ଥ ଶରୀର କିମ୍ବା ଆଖି ବ୍ୟଥା ଏହାର କାରଣ ହୋଇପାରେ । ଦିଆଯାଇଥିବା ଆଜିର କାମ ଶେଷ ନ କରି ଅଧା ଅବସ୍ଥାରେ ଛାଡି ଦେଇପାରନ୍ତି । ଖର୍ଚ୍ଚ ଉପରେ ନଜର ରଖନ୍ତୁ ନହେଲେ ଆପଣଙ୍କ ସଞ୍ଚିତ ଧନ ଶେଷ ହୋଇଯିବ । କଠିନ ପରିଶ୍ରମ ସଫଳତା ଆଣିପାରେ । ସାବଧାନ ରୁହନ୍ତୁ ଯେହେତୁ ଆପଣ ଦୁର୍ଘଟଣା ଆଶଙ୍କାରେ ଅଛନ୍ତି ।
ମିଥୁନ: କାର୍ଯ୍ୟକୁ ସଫଳତା ପୂର୍ବକ ସମାପ୍ତ କରିବା ପାଇଁ ଆପଣ ନିଜର ବୁଦ୍ଧି ଖର୍ଚ୍ଚ କରିବେ । ଅନ୍ୟପକ୍ଷରେ ଆପଣଙ୍କ ବିନୟ ସ୍ବଭାବରୁ କମ୍ ସୁଫଳ ପାଇବେ । ଆପଣଙ୍କୁ ନିଜର କ୍ଷମତା ଦର୍ଶାଇବାକୁ ହେବ । ଆପଣଙ୍କର ବୁଦ୍ଧିମତା ବଳରେ ଆପଣ ଅନେକ କାର୍ଯ୍ୟ କରିପାରିବେ ଓ ସଫଳତା ପାଇଁ ପରିବାର ହେଉଛି ଭିତ୍ତିଭୂମି ।
କର୍କଟ: ବିଦେଶରୁ ଶୁଭ କିମ୍ୱା ଖୁସି ଖବର ଆସିବାର ସମ୍ଭାବନା ରହିଛି । ଉଲ୍ଲାସମୟ ଭ୍ରମଣ ହେବ ଏବଂ ଆପଣ ଯାହା ବି କରିବେ, ସେଥିରେ ଭାଗ୍ୟଶାଳୀ ପ୍ରମାଣିତ ହେବେ । ସେଥିପାଇଁ ଆପଣ ଅତ୍ୟନ୍ତ ଆନନ୍ଦ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ପୁରସ୍କାରକୁ ନମ୍ରତାର ସହିତ ଗ୍ରହଣ କରନ୍ତୁ ଏବଂ ଭଗବାନଙ୍କୁ ଅନେକ ଅନେକ ଧନ୍ୟବାଦ ଦିଅନ୍ତୁ । ଆପଣ ନିଜେ ପ୍ରାପ୍ତ କରିଥିବା ଆଶୀର୍ବାଦ ମନେ ରଖିବା ନିଜର ମହାନତାର ପରିଚୟ ।
ସିଂହ: ଖର୍ଚ୍ଚ ବଢିଯାଇପାରେ ! ବହୁ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ପୁର୍ବରୁ ଧାର୍ଯ୍ୟ କରାଯାଇଥିବା ଡାକ୍ତରୀ ଚିକିତ୍ସା ପ୍ରଣାଳୀ ଯୋଗୁଁ ଏହି ଖର୍ଚ୍ଚ ହୋଇପାରେ । ଯାହାବି ହେଉ ଆଗକୁ ଚାଲନ୍ତୁ କାରଣ ସ୍ୱାସ୍ଥ୍ୟ ହିଁ ପ୍ରଥମ । କାର୍ଯ୍ୟରୁ ଅବକାଶ ନିଅନ୍ତୁ, ଯଦି ଆବଶ୍ୟକ ହୁଏ, ଘରେ ହିଁ ଆପଣଙ୍କ ମିଲ ଖାଇବା ପାଇଁ ଯୋଜନା କରନ୍ତୁ । ମାନସିକ ସ୍ତରରେ, ପ୍ରତିକୂଳ ଭାବନା ଆପଣଙ୍କୁ ଗ୍ରାସ କରିପାରେ ।
କନ୍ୟା: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶାନ୍ତିରେ ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।
ତୁଳା: ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆପଣ ଅତୀତର ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବେ । ଆପଣଙ୍କ ନିକଟରେ ରହିଥିବା କିଛି ମୂଲ୍ୟବାନ ସାମଗ୍ରୀ ପାଇଁ ଆପଣ ଅଧିକ ଆଶକ୍ତ ରହିବେ । ବିଭିନ୍ନ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି ଯାହାଦ୍ବାରା ଆପଣଙ୍କ ଠାରେ ମାନସିକ ଚାପ ଦେଖାଦେଇପାରେ ।
ବିଛା: ଆପଣ ସୁସ୍ଥ ଅନୁଭବ କରିବେ । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ହେଉଛି ଖୁସିର ସମୟ ଯେହେତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ନିଶ୍ଚିତ ସମ୍ଭାବନା ରହିଛି । ଆପଣ ଆପଣଙ୍କ ସହକର୍ମୀଙ୍କ ଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି ଏବଂ ଆପଣଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ ।
ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ୱାସ୍ଥ୍ୟ ବିଷୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଆପଣ ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଉଛି । ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରୁହନ୍ତୁ । ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି ।
ମକର: ଆଗ୍ରହ ଏବଂ ଶକ୍ତି ଅଭାବରୁ ଆଜି ଆପଣ ଆପଣଙ୍କର ଶାରୀରିକ ଏବଂ ମାନସିକ ଭାବରେ କିଛି ଉତ୍ତମ କରିପାରିବେ ନାହିଁ । ଏହା ପଛରେ ପରିବାରର କଳହ ଥାଇପାରେ । କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି, ଯାହାକି ଆପଣଙ୍କର ମର୍ଯ୍ୟାଦାହାନି କିମ୍ବା ସମାଜରେ ଆପଣଙ୍କ ସ୍ଥାନ କମ୍ ହୋଇପାରେ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।
କୁମ୍ଭ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ ଯେପରିକି ଚିନ୍ତାର ବାଦଲ ସବୁ ଆପଣଙ୍କ ପାଖରୁ ପଳାଇଯାଇଛି । ଆପଣ ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟିବେ । ସାନ ଭାଇ ଭଉଣୀମାନଙ୍କ ସହ ଭଲ ସମୟ ବିତାଇବେ ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ । ଆଉ ମଧ୍ୟ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ । ଆପଣଙ୍କ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ଆପଣ ସଫଳତା ହାସଲ କରିବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇ ଉଠିବ ।
ମୀନ: ଆପଣ ହିସାବ ଉପରେ ନଜର ରଖନ୍ତୁ । ଧୈର୍ଯ୍ୟ ହେଉଛି ସମ୍ପଦଏବଂ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବାର ଆବଶ୍ୟକତା ପଡିବ । ଆପଣଙ୍କ ରାଗକୁ କାବୁ କରିବାକୁ ହେଲେ ଜିଭକୁ କାମୁଡି ଚୁପ୍ ରହିବାକୁ ପଡିପାରେ ଯାହା ଫଳରେ ଆପଣମାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ପଇସା ସମ୍ପର୍କିତ ବିଷୟରେ ସାବଧାନତା ବଜାୟ ରଖିବେ । ଅର୍ଥହୀନ ଯୁକ୍ତିଠାରୁ ଦୂରେଇ ରୁହନ୍ତୁ ।