ମେଷ: କୌଣସି ନୂଆ କାମ ଆରମ୍ଭ ପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ଅଛି । ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଶାରିରୀକ ସମସ୍ୟା ନେଇ ଦ୍ବିପ୍ରହର ପରେ ମନ ବିବ୍ରତ ରହିବ । ପରିବାର ସହ ଖୁସିରେ ସନ୍ଧ୍ୟାରେ ସମୟ ବିତାଇବେ ।
ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଆମୋଦ ପ୍ରମୋଦରେ କଟିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣଙ୍କ ପେଶାଦାର ଆବଶ୍ୟକତା ଠାରୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଅଧିକ ଗୁରୁତ୍ଵପୂର୍ଣ୍ଣ । ସେଥିପାଇଁ ଆପଣ ନିଜ ପରିବାର ସଦସ୍ୟ ଓ ସେମାନଙ୍କ ଆବଶ୍ୟକତା ଗୁଡିକ ଉପରେ ଅଧିକ ଧ୍ୟାନ ଦେବେ । ଏହି ଦିନ ହସ ଉଲ୍ଲାସରେ ଭରିଯିବ । କିଣାକିଣି ପାଇଁ ଦିନଟି ଭଲ ରହିଛି ।
ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଶତ୍ରୁଙ୍କ ସହ ଝଗଡ଼ା ହେବ । ଶତ୍ରୁତା ଅନୁସାରେ ଏହି ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । କିନ୍ତୁ ସାବଧାନତାର ଉପଯୁକ୍ତ ବୁଦ୍ଧି ପ୍ରୟୋଗ କଲେ ଆପଣ ନିଜ ଶତ୍ରୁକୁ ପରାଜୟ କରିପାରିବେ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ ।
କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ଭଲ ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ୍ୱ ନ ଉପୁଜିବାପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭାଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୂରେଇ ରଖନ୍ତୁ ।
ସିଂହ: ସକାଳ ଭଲରେ ବିତିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ଘରକୁ କୁନି ଅତିଥି ଆସିବା ନେଇ ଖୁସି ଖବର ପାଇବେ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ଯାନବାହାନ ଚଳାଇବା ବେଳେ ସାବଧାନ ରୁହନ୍ତୁ । ମାନସିକ ଚିନ୍ତା ବଢିପାରେ । ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ହୋଇପାରେ ।
କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଆଜି ନିଜ ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ବ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ବର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ ।
ତୁଳା: ଆପଣ ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ । ଏହା ହିଁ ଉପଯୁକ୍ତ ସମୟ ଆପଣ ନିଜର ବ୍ୟକ୍ତିତ୍ଵ ଓ ଅନ୍ତର୍ନିହିତ ଶକ୍ତିକୁ ବିଶ୍ଵ ଦରବାରରେ ପରିଚିତ କରାଇବେ । ନୂଆ ବସ୍ତ୍ର କିଣି ପାରନ୍ତି । ନିଜ ପାଖରେ ଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଅଧିକ ସମୟ ଓ ଧ୍ୟାନ ଦେବେ । ଆଜିର ଦିନଟି ଆପଣ ନିଜ ସ୍ବପ୍ନ ରାଇଜରେ ବିତାଇବେ ।
ବିଛା: ଆପଣଙ୍କ ଘରର ପରିବେଶ ଶାନ୍ତିପୂର୍ଣ୍ଣ ଏବଂ ଖୁସି ଭରା ରହିବ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଅତ୍ୟଧିକ ଏବଂ ଆରାମଦାୟକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ରହିବ । ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଯନ୍ତ୍ରଣାମୁକ୍ତ ହୋଇପାରନ୍ତି । ଆପଣଙ୍କ ଶତୃମାନେ ପରାସ୍ତ ସ୍ୱୀକାର କରିବେ ।
ଧନୁ: ଆପଣଙ୍କ କଥା ଅଧିକ ମିଠା ଲାଗିବ । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ ଏବଂ ଆପଣ ନିଜ ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ । ବନ୍ଧୁ ଓ ପରିବାର ସହ ହସଖୁସି ଓ ଖାଦ୍ୟପେୟର ସମୟ ।
ମକର: ପ୍ରଥମରୁ ଯଦି ସଫଳତା ପାଉନାହାନ୍ତି, ଚେଷ୍ଟା କରନ୍ତୁ । ଅନେକ ଲୋକ ଧୈର୍ଯ୍ୟ ଓ ଅଧ୍ୟବ୍ୟବସାୟର ଶକ୍ତିକୁ ଗୌଣ ମନେ କରନ୍ତି । କିନ୍ତୁ ଏହି ସବୁ ଗୁଣ ଆପଣଙ୍କୁ ସଫଳତା ଆଡ଼କୁ ନେଇଯିବ । ରାଗ ବଦଳରେ ନିଜ ଯୋଜନା ଉପରେ ଭରସା ରଖନ୍ତୁ, ନିଶ୍ଚୟ ସଫଳତା ହାସଲ କରିବେ ।
କୁମ୍ଭ: ଧୈର୍ଯ୍ୟ ଓ ପ୍ରାକ୍ଟିକାଲିଟିର ବଡ଼ ଆଶୀର୍ବାଦ ଆପଣଙ୍କ ଉପରେ ଅଛି । ଆପଣ ଯେକୌଣସି ସମସ୍ୟାକୁ ସମାଧନ କରିପାରିବେ । ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ ପ୍ରତିଯୋଗୀଙ୍କୁ ନେଇ ଅନାବଶ୍ୟକ ତର୍କ ପ୍ରତିଯୋଗିତା ଏବଂ ଯୁକ୍ତିତର୍କରେ ନିଜକୁ ସାମିଲ କରନ୍ତୁ ନାହିଁ । ସାମାନ୍ୟ କିନ୍ତୁ ଲଗାତାର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଆପଣ ମାନ୍ଦା ଏବଂ ହତାସ ଅନୁଭବ କରିପାରନ୍ତି । ଭାଗ୍ୟବଶତଃ ମାନସିକ ଭାବରେ କୋହଳ ଏବଂ କୌତୁହଳୀ ଅନୁଭବ କରିବେ ।
ମୀନ: ଆପଣଙ୍କ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଆଜି ଉଧାର ନିଅନ୍ତୁ ନାହିଁ କିମ୍ୱା ଦିଅନ୍ତୁ ନାହିଁ; ଏହି ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଯଦି ସମ୍ଭବ, ବେଆଇନ୍ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇଦେଇପାରେ । ଆପଣଙ୍କ ସହ କଥାବାର୍ତ୍ତା ଏକ ଗଭୀର ଯୁକ୍ତିତର୍କ ଆଡକୁ ବାଟ ଦେଖାଇ ଥାଏ ।