ETV Bharat / bharat

ଜାନୁଆରୀ 31 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 31, 2024, 9:32 AM IST

31ST January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ମାଆ ମହାଲକ୍ଷ୍ମୀଙ୍କ କରୁଣାରୁ ଆର୍ଥିକ ଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସୁଫଳ ପ୍ରାପ୍ତି ହେବ । କମ୍ପ୍ୟୁଟର ତଥା ନେଟ ଦ୍ୱାରା ବାର୍ତ୍ତା ବିନିମୟ ମଜାଦାର ହେବ । ଛୋଟିଆ ଯାତ୍ରା କରିପାରନ୍ତି । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ ।

ବୃଷ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିନେବେ । ଏହି ଗୁଣ ଯୋଗୁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ସମୁହ ଆଲୋ଼ଚନା ତଥା ସଭାସମିତିରେ ସମ୍ମାନ ମିଳିବ । ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛିବାଟ ଆଗେଇବେ । ନିଜର ପେଟ ଯନ୍ତ୍ରଣା ଭୋଗ କରିବେ । ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।

ମିଥୁନ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିୟତା ଭିତରେ କଟିବ । ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ । ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ । କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ । ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ ଘର କିମ୍ୱା ସ୍ଥାବର ସମ୍ପତ୍ତି ବିଷୟରେ କୌଣସି ଆଲୋ଼ଚନା ଆଜି କରନ୍ତୁ ନାହିଁ । ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ । ଯାତ୍ରା ପାଇଁ ଶୁଭଦିନ ନୁହେଁ ।

କର୍କଟ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ବାନ୍ଧବଙ୍କ ସହିତ ଆଲୋଚନା କରିବେ । ସୌନ୍ଦର୍ଯ୍ୟ ସ୍ଥଳକୁ ବୁଲି ଯିବେ । ଆର୍ଥିକ ଅବସ୍ଥା ସୁଧୁରିବ । ଶାରୀରିକ ସ୍ତରରେ ସୁସ୍ଥତା ରହିବେ ।

ସିଂହ: କାର୍ଯ୍ୟ ଅନୁପାତରେ ଫଳ ବିଳମ୍ୱରେ ପାଇବେ । ଭାଙ୍ଗି ନପଡି କାର୍ଯ୍ୟ କରି ଚାଲନ୍ତୁ । କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରନ୍ତୁ ।

କନ୍ୟା: ଆଜି ଏକ ଭଲ ଦିନ ଅଟେ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ଚର୍ଯ୍ୟ ପୂର୍ଣ୍ଣ ହେବ । ଦୂର ଯାତ୍ରା ମଙ୍ଗଳ ଦାୟକ ହେବ । ଦିନଟିକୁ ଉପଭୋଗ କରନ୍ତୁ ତଥା ଅନ୍ୟ ମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ ।

ତୁଳା: କଚେରୀ କାମରେ ସାବଧାନତା ଅବଲମ୍ବନ କରନ୍ତୁ । ଅନ୍ୟକୁ ଆହତ କରି ଦୁଃଖ ପାଇବେ । ଗଣ୍ଡଗୋଳ ଉପୁଜି ପାରେ ଅଥବା ଏଥି ପାଇଁ ଧନ ମଧ୍ୟ ଦେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କାହାରିକୁ ମର୍ମାହତ କରନ୍ତୁ ନାହିଁ । ଆଖିରେ ପୀଡା ଅନୁଭବ କରିବେ ।

ବିଛା: ନୂତନ କାର୍ଯ୍ୟ୍ୟରେ ଲିପ୍ତ ରହିବେ । ଭଲ ସମୟ ଏବଂ ଭାଗ୍ୟକୁ ଉପଭୋଗ କରନ୍ତୁ । ମଧୁର କାମକୁ ଉପଭୋଗ କରନ୍ତୁ । ଅବିବାହିତମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । ତାରକା ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବେ । କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ । ମାଲିକମାନେ ସହାୟ ହେବେ । ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥାଳକୁ ଯାତ୍ରା କରିବେ ।

ଧନୁ: ଆଜି ଦିନଟି ମଉଜ ମଜଲିସରେ କାଟିପାରନ୍ତି । ପିତାଙ୍କ ପକ୍ଷରୁ ସହଯୋଗର ସୁଅ ଛୁଟିପାରେ । ନିଜ କାର୍ଯ୍ୟ୍ୟରେ ଉପରିସ୍ଥ ହାକିମ ଆପଣଙ୍କୁ ଭଲ ପାଇବେ । ବ୍ୟବସାୟ ସଂକ୍ରାନ୍ତୀୟ ସାକ୍ଷାତକାର ଜଣେ ସଫଳ ପ୍ରତିପତ୍ତିଶାଳୀ ଧନାଧ୍ୟ ବ୍ୟବସାୟୀଙ୍କ ସଙ୍ଗେ ହୋଇପାରେ ଏବଂ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରି ଅର୍ଥ ବିନିଯୋଗ କରିପାରନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେବେ । ଆପଣ ନିଜର କାମକୁ ସଫଳତାର ସହ ସାରିବା ପରେ ଆମୋଦ ପ୍ରମୋଦରେ ସମୟ କାଟିବାକୁ ଯଥେଷ୍ଟ ସମୟ ପାଇବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଆପଣଙ୍କର ମନୋବଳ ଦୃଢ ହେବ ।

ମକର: ଗ୍ରହଙ୍କ ପ୍ରଭାବରୁ ଲେଖିକା, ସୃଜନକ୍ଷମ ଏବଂ ସାହିତ୍ୟ ଅନ୍ୱେଷଣ କରିବେ । ଆପଣ ଏପରି କାର୍ଯ୍ୟର ଆୟୋଜନ ଯଦି କରୁଥାନ୍ତି , ତେବେ ଗୋଟିଏ ସୃଜନକ୍ଷମ ଲେଖିକା କର୍ମଶାଳା କିମ୍ୱା ଗୋଷ୍ଠୀ ଉତ୍ସବର ଆୟୋଜନ କଲେ ବହୁ ସଫଳତା ମିଳିପାରେ । ମାନସିକ ଅଶାନ୍ତି ଭୋଗୁଥିଲେ ଆପଣ ନିଜେ କ୍ଳାନ୍ତ ଓ ଦୁର୍ବଳ ହୋଇପଡିବେ । ତେଣୁ ସଂପୂର୍ଣ୍ଣ ଭାବରେ କିଛି ସମୟ ପାଇଁ ବିଶ୍ରାମ ନିଅନ୍ତୁ । ଆଶ୍ୱସ୍ଥ ହେବେ । ବ୍ୟସ୍ତ ହେବାର କିଛି ନାହିଁ ।

କୁମ୍ଭ: ଆଜି ଆପଣ ଅତ୍ୟଧିକ ଚିନ୍ତା ମୁଣ୍ଡରେ ଭର୍ତ୍ତି କରିବାରୁ ନିଜକୁ ଦୁର୍ବଳ ଓ ଅସହାୟ ମନେକରିବେ । ତେଣୁ ମନକୁ ଶାନ୍ତ ରଖନ୍ତୁ, ଚିନ୍ତା ମୁକ୍ତ ରୁହନ୍ତୁ ନଚେତ୍‍ ଏହା ଆପଣଙ୍କୁ ଉତ୍ତେଜିତ କରିବ ଏବଂ ମନରେ ହତାଶ ଭାବ ସୃଷ୍ଟି କରିବ । ଏପରି ହେବ ଯେ ଆପଣ ଟିକିଏ ଟିକିଏ କଥାରେ ବା ତୃଟିରେ ରାଗିପାଚି ଲାଲ ହୋଇଯିବେ କିମ୍ୱା ଏପରି କିଛି କାର୍ଯ୍ୟ କରିବେ ଯାହା ପାଇଁ ଆପଣ ଅନୁଶୋଚନା କରିବେ । ଅନୈତିକ ବିଦ୍ରୋହାତ୍ମକ କାର୍ଯ୍ୟକଳାପ କିମ୍ୱା ଚିନ୍ତା ଠାରୁ ଦୂରେଇ ରୁହନ୍ତୁ । ଗୃହରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇପାରେ । ମାତ୍ର ଆପଣଙ୍କର ମନ ଭଲ ନ ଥିବାରୁ ମୌଜ କରିପାରିବେ ନାହିଁ । ଧ୍ୟାନ ଓ ପ୍ରାର୍ଥନା ଆପଣଙ୍କୁ ଶାନ୍ତି ପ୍ରଦାନ କରିପାରେ ।

ମୀନ: ଆଜି ଦିନ ଭଲରେ କଟିବ ନାହିଁ । ଅଫିସରେ କଥା ଶୁଣିବେ । ଆଜି ଯାହା କହିବେ ତାହା ଭୁଲ ପ୍ରମାଣିତ ହେବ । କୌଣସି କାର୍ଯ୍ୟ କରିବା ପୂର୍ବରୁ 2ଥର ଭାବନ୍ତୁ । ଆଜି ନୂଆ କରି କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.