ମେଷ: ବନ୍ଧୁମାନଙ୍କ ସହିତ ମଉଜ ମଜଲିସରେ ଦିନଟି କଟିବ । ଆପଣ ନିଜର ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇ ଉଲ୍ଲସିତ ହେବେ । ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତା ସ୍ଥାପନ କରିପାରନ୍ତି ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ । ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ ।
ବୃଷ: କର୍ମଚାରୀମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ । ନୂଆ ଦୁଃସାହାସିକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି । ସହକର୍ମୀମାନେ ତଥା ଉପରିସ୍ଥ ହାକିମଙ୍କ ସହଯୋଗ ମିଳିପାରେ । ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି । ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳେ । ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ ।
ମିଥୁନ: ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଦିନଯାକ ଚିନ୍ତିତ ରହିବେ । ତେଣୁ ଆପଣ କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ । ପାକସ୍ଥଳୀରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।
କର୍କଟ: କିଛି ଅଘଟଣ ଘଟିବା ଆଗରୁ ସେହି ଖଣ୍ଡାଧାର ଠାରୁ ଦୂରରେ ରହିବା ଭଲ । ସମୟକୁ ସମ୍ମାନ ଦିଅ ଓ ଶାନ୍ତ ରୁହନ୍ତୁ । ଯଦି ଏହା ନ କରନ୍ତି ତେବେ ଘରେ ପରିସ୍ଥିତି ଅସମ୍ଭାଳ ହେବ । ତୁମେ ମଧ୍ୟ ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଅଜଥା କଚେରୀ ଯାଏଁ କଥା ଯାଇପାରେ । ଆଜି ଦୁଃଶ୍ଚିନ୍ତା ତୁମକୁ ବ୍ୟସ୍ତ କରିବ ।
ସିଂହ: ଆଜି ଏକ ମଧ୍ୟମ ଧରଣର ଦିନ ଅଟେ । ଆଜିର ଦିନର କିଛି ଲଢେଇ କରି ପାରନ୍ତି । ପତ୍ନୀଙ୍କ ଦେହ ଭଲ ରହିବ ନାହିଁ । ତୁମର ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ ଏବଂ ମନମାଳୀନ୍ୟ ହୋଇପାରେ । ଏହାସହ ଅକାରଣରେ ପାଟିତୁଣ୍ଡ ଠାରୁ ଦୂରେଇ ରୁହନ୍ତୁ ।
କନ୍ୟା: ଆଜି ଦେଖାଯାଏ ଯେ ନକ୍ଷତ୍ର ମାନେ ପ୍ରେମ ବର୍ଷା କରିବେ । ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ । ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଏପରି ଦିନରେ ଅନେକ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟାଳୟରେ ମଧ୍ୟ, ସାଥିମାନେ ମିଶିବେ, ପୁଣି ତୁମ କାମ ଶେଷ କରିବାରେ ସାହାଯ୍ୟ କରିବେ ।
ତୁଳା: ଏ ଦିନରେ ତୁମ ଚିନ୍ତାଧାରା ଓ କାମକାର୍ଯ୍ୟ ସୁଚାରୁ ରୂପେ ହେବ । ତୁମ ଚିନ୍ତାଧାରାର ମାନ ଠିକ ଥିବା ଦରକାର । ଏହାର ଗତିକୁ ପରଖି ନିଅନ୍ତୁ । ଆଜି ଅନେକ ବୁଦ୍ଧିମାନ ବିଚାର ଓ ଯୁକ୍ତିତର୍କରେ ତୁମେ ବ୍ୟସ୍ତ ରହିବ । ତୁମ ପିଲାମାନେ ସୁସମ୍ବାଦ ଆଣିଦେବ । ଯାହା ଦ୍ୱାରା ତୁମେ ଏବଂ ପରିବାର ମଧ୍ୟ ଖୁସି ରହିବ । ତୁମ ଶାରୀରିକ କ୍ଷମତା ମଧ୍ୟ ତାହାର ଚରମ ସୀମାରେ ହେବ । ସ୍ତ୍ରୀ ମାନଙ୍କ ସାହାଯ୍ୟ ଲୋଡିଲେ ତାହା ନିଶ୍ଚିତ ପାଇବେ ।
ବିଛା: ଆଜି ଯେତେ ଖରାପ ଅବସ୍ଥା ହୋଇଥିଲେ ମଧ୍ୟ ନିଜର ଶକ୍ତି ସାମର୍ଥ୍ୟ ଯୋଗାଡ କରନ୍ତୁ । ଚିନ୍ତାରେ ରହିଥିବାରୁ, ତୁମ ପ୍ରିୟଜନଙ୍କ ସହ ଝଗଡା ହୋଇପାରେ । ହଠାତ ରାଗିଯାଇ କିଛି କରନ୍ତୁ ନାହିଁ । ତୁମ ସ୍ୱାସ୍ଥ୍ୟାବସ୍ଥା ଓ ସମ୍ପତ୍ତି ନଷ୍ଟ ଆଡକୁ ଗତିକରିପାରେ, ସଜାଗ ରୁହନ୍ତୁ । ଆଜି, କୌଣସି ସ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରନ୍ତୁନାହିଁ ଏବଂ ଅପରିଚିତ ଜଳାଶୟ ଠାରୁ ଦୂରରେ ରୁହନ୍ତୁ ।
ଧନୁ: ଆଜି ଦିନଟି ଭଲରେ କଟିବ । ତୁମ ବାନ୍ଧବୀଙ୍କ ସହ କଥା ଓ କାମରେ ସଂପର୍କ ନିବିଡ ହେବ ଏବଂ ସାଙ୍ଗମାନଙ୍କୁ ମିଶିବ । ଦିନଟି ଅଧିକ ମନେ ରଖିବାପାଇଁ ସେମାନଙ୍କ ସହ ବୁଲାବୁଲିରେ ଯିବ । ଏକ ଭଲ ଦିନ ନୂତନ କାମ କାର୍ଯ୍ୟ କରିବାପାଇଁ । କର୍ମକ୍ଷେତ୍ରରେ ତୁମକୁ ପରାଜୟ କରିବା ଆଜି କଷ୍ଟକର ।
ମକର: ଆଜି ଦିନ ଏକ ସାଧାରଣ ଦିନ ହେବ । ପଇସା ଖେଳ ଓ ଷ୍ଟକ ବଜାରରେ ଅର୍ଥ ଲଗାଉ ଥିବା ଲୋକମାନେ ସତର୍କ ରହିବା ଠିକ ହେବ । ଛାତ୍ରମାନେ ବହୁକଷ୍ଟ କରି ସଫଳ ହେବେ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ କର ଖାଦ୍ୟ ଖାଆନ୍ତୁ । ଆଖି ଜନିତ ରୋଗ ଯଥା, ଆଖି ଧରିବା ଓ ପୋଡିବା ଭୋଗିବେ । ଧ୍ୟାନ ଓ ଯୋଗ ବଳରେ ସେଥିରୁ ନୀବୃତ ରୁହନ୍ତୁ । ନିଜକୁ ବ୍ୟସ୍ତ ରଖିବା ମଧ୍ୟ ଭଲ ହେବ ।
କୁମ୍ଭ: ଜାତକରେ ଅର୍ଥ ଲାଭ ଅଛି । ଦେହ ଓ ମନ ଦୃଷ୍ଟିରୁ ନକ୍ଷତ୍ରମାନେ ତୁମକୁ ଖୁସି ରଖିବେ । ପ୍ରିୟ ନକ୍ଷତ୍ରମାନଙ୍କ ବଳରେ ଗୋଟିଏ ସୁନ୍ଦର ପରିଭ୍ରମଣର ଆୟୋଜନ କରନ୍ତୁ । ଧାର୍ମିକ ଦିଗରେ ତୁମର ଇଚ୍ଛା ଶକ୍ତି ବୃଦ୍ଧି ତୁମର ଅସୁବିଧା ଦୂର କରିବ । ତୁମେ ମଧ୍ୟ ବୈବାହିକ ଜୀବନରେ ଶାନ୍ତି ପାଇବେ ।
ମୀନ: ଆପଣ ଦିନସାରା ସତର୍କ ରୁହନ୍ତୁ । ଖର୍ଚ୍ଚ ମଧ୍ୟ ବଢିପାରେ । ଧାର୍ମିକ କାମରେ ଅନେକ ଖର୍ଚ୍ଚ କରିବେ । ପ୍ରିୟଜନ ଓ ବନ୍ଧୁଙ୍କ ସହ ଝଗଡା ତୁମ ମଧ୍ୟରେ ପାଚେରି ଠିଆ କରିଦେବ । ତୁମ ଗର୍ବ ଓ ଦମ୍ଭକୁ କାବୁରେ ରଖି ଦୁରରେ ରୁହନ୍ତୁ । ଲଜ୍ଜା କରନ୍ତୁ ନାହିଁ, ହାତରେ ଥିବା ପକ୍ଷୀକୁ ଉଡେଇ ଦିଅନାହିଁ । କଚେରି କାମକୁ ସାବଧାନତାର ସହ କରନ୍ତୁ ।