ETV Bharat / bharat

ଏପ୍ରିଲ 22 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Horoscope Of 22nd April - HOROSCOPE OF 22ND APRIL

Horoscope Of 22nd April: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope Of 22nd April
Horoscope Of 22nd April
author img

By ETV Bharat Odisha Team

Published : Apr 22, 2024, 12:10 AM IST

ମେଷ: ମାଆ ମହାଲକ୍ଷ୍ମୀଙ୍କ କରୁଣାରୁ ଆଜିର ଦିନରେ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଓ ସୌଭାଗ୍ୟଶାଳୀ ହେବେ । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସୁଫଳ ପ୍ରାପ୍ତି ହେବ । ଛୋଟିଆ ଯାତ୍ରା କରିପାରନ୍ତି । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ ।

ବୃଷ: ନିଜର ନିଷ୍କପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିବେ । ଏହି ଗୁଣ ଯୋଗୁଁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ସମୂହ ଆଲୋ଼ଚନା ତଥା ସଭା ସମିତିରେ ସମ୍ମାନ ମିଳିବ । ଆପଣ ନିଜ କର୍ମରେ ଆଶାତୀତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛି ବାଟ ଆଗେଇ ଯିବେ । ପେଟ ଯନ୍ତ୍ରଣା ଭୋଗି ପାରନ୍ତି | ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର କାର୍ଯ୍ୟକରିବାକୁ ସ୍ପୃହା ବଢିବ ଓ ଶରୀର ସୁସ୍ଥ ରହିବ ।

ମିଥୁନ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିୟତା ଭିତରେ କଟିବ । ଆପଣ ମାନସିକ ଚିନ୍ତାରେ ରହିବେ । ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ । କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ । ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ ଘର କିମ୍ୱା ସ୍ଥାବର ସମ୍ପତ୍ତି ବିଷୟରେ କୌଣସି ଆଲୋଚନା ଆଜି କରନ୍ତୁ ନାହିଁ । ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ । ଯାତ୍ରା ପାଇଁ ଆଜି ଶୁଭଦିନ ନୁହେଁ ।

କର୍କଟ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁବାନ୍ଧବଙ୍କ ସହିତ ଆଲୋଚନା କରିବେ । ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବେ । ଆର୍ଥିକ ଅବସ୍ଥା ସୁଧୁରିବ । ଶାରୀରିକ ସୁସ୍ଥ ରହିବେ ।

ସିଂହ: କାର୍ଯ୍ୟ ଅନୁସାରେ ଫଳ ବିଳମ୍ୱରେ ପାଇବେ । ଭାଙ୍ଗି ପଡନ୍ତୁନି, କାର୍ଯ୍ୟ କରିଚାଲନ୍ତୁ । କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରିବେ ।

କନ୍ୟା: ଆପଣଙ୍କ ଆଜି ଦିନଟି ଭଲ ଅଟେ | ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ଚର୍ଯ୍ୟଶାଳୀ ହେବେ | ଦୂର ଯାତ୍ରା ମଙ୍ଗଳଦାୟକ ହେବ | ଦିନଟିକୁ ଉପଭୋଗ କରନ୍ତୁ ତଥା ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ ।

ତୁଳା: କଚେରୀ କାମରେ ସାବଧାନତା ଅବଲମ୍ବନ କରନ୍ତୁ । ଅନ୍ୟକୁ ଆହତ କରି ଦୁଃଖ ପାଇବେ | ଗଣ୍ଡଗୋଳ ଉପୁଜିପାରେ ଅଥବା ଏଥିପାଇଁ ଧନ ମଧ୍ୟ ଦେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କାହାରିକୁ ମର୍ମାହତ କରନ୍ତୁ ନାହିଁ | ଆଖିରେ ପୀଡା ଅନୁଭବ କରିବେ |ଭଲ ସମୟ ପାଇଁ ପ୍ରାର୍ଥନା କରନ୍ତୁ |

ବିଛା: ନୂତନ କାର୍ଯ୍ୟରେ ଲିପ୍ତ ରହିବେ | ଭଲ ସମୟ ଏବଂ ଭାଗ୍ୟକୁ ଉପଭୋଗ କରନ୍ତୁ | ମଧୁର କାମକୁ ଉପଭୋଗ କରନ୍ତୁ । ତାରକା ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବେ । କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ | ମାଲିକମାନେ ସାହାଯ୍ୟ କରିବେ | ବନ୍ଧୁଙ୍କ ସହ ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରିବେ |

ଧନୁ: ଆଜି ଦିନଟି ମଉଜ ମଜଲିସରେ କାଟିପାରନ୍ତି | ପିତାଙ୍କ ପକ୍ଷରୁ ସହଯୋଗର ସୁଅ ଛୁଟିପାରେ | ନିଜ କାର୍ଯ୍ୟ ପାଇଁ ଉପରିସ୍ଥ ଅଧିକାରୀ ଆପଣଙ୍କୁ ଭଲ ପାଇବେ | ବ୍ୟବସାୟ ସଂକ୍ରାନ୍ତରେ ଜଣେ ସଫଳ ପ୍ରତିପତ୍ତିଶାଳୀ ବ୍ୟବସାୟୀଙ୍କ ସଙ୍ଗେ ଜଣେ ସାକ୍ଷାତ ହୋଇପାରେ । ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରି ଅର୍ଥ ବିନିଯୋଗ କରିପାରନ୍ତି | ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେବେ | ଆପଣ ନିଜର କାମକୁ ସଫଳତାର ସହ ସାରିବା ପରେ ଆମୋଦ ପ୍ରମୋଦରେ ସମୟ କାଟିବାକୁ ଯଥେଷ୍ଟ ସମୟ ପାଇବେ | ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଆପଣଙ୍କର ମନୋବଳ ଦୃଢ ହେବ |

ମକର: ଗ୍ରହଙ୍କ ପ୍ରଭାବରୁ ଲେଖିକା, ସୃଜନକ୍ଷମ ଏବଂ ସାହିତ୍ୟ ଆଡକୁ ମନ ବଳାଇବେ | ଆପଣ ଏପରି କାର୍ଯ୍ୟର ଯଦି ଆୟୋଜନ କରୁଥାନ୍ତି , ତେବେ ଗୋଟିଏ ସୃଜନକ୍ଷମ ଲେଖିକା କର୍ମଶାଳା କିମ୍ୱା ଗୋଷ୍ଠୀ ଉତ୍ସବର ଆୟୋଜନ କଲେ ବହୁ ସଫଳତା ମିଳିପାରେ | ମାନସିକ ଅଶାନ୍ତି ଭୋଗୁଥିଲେ ଆପଣ ନିଜେ କ୍ଳାନ୍ତ ଓ ଦୁର୍ବଳ ହୋଇପଡିବେ | ତେଣୁ କିଛି ସମୟ ପାଇଁ ବିଶ୍ରାମ ନିଅନ୍ତୁ | ଆଶ୍ୱସ୍ଥ ହେବେ | ବ୍ୟସ୍ତ ହେବାର କିଛି ନାହିଁ |

କୁମ୍ଭ: ଆଜି ଆପଣ ଅତ୍ୟଧିକ ଚିନ୍ତାରେ ରହିବେ । ନିଜକୁ ଦୁର୍ବଳ ଓ ଅସହାୟ ମନେକରିବେ । ତେଣୁ ମନକୁ ଶାନ୍ତ ରଖନ୍ତୁ ଓ ଚିନ୍ତା ମୁକ୍ତ ରୁହନ୍ତୁ ନଚେତ୍‍ ଏହା ଆପଣଙ୍କୁ ଉତ୍ତେଜିତ କରିବ ଏବଂ ମନରେ ହତାଶ ଭାବ ସୃଷ୍ଟି କରିବ | ଆପଣ ଟିକିଏ ଟିକିଏ କଥାରେ ବା ତ୍ରୁଟିରେ ରାଗିଯିବେ । ବିଦ୍ରୋହାତ୍ମକ କାର୍ଯ୍ୟକଳାପ କିମ୍ୱା ଚିନ୍ତାଠାରୁ ଦୂରେଇ ରୁହନ୍ତୁ | ଗୃହରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇପାରେ | ମାତ୍ର ଆପଣଙ୍କର ମନ ଭଲ ନ ଥିବାରୁ ମୌଜ କରିପାରିବେ ନାହିଁ | ଧ୍ୟାନ ଓ ପ୍ରାର୍ଥନା ଆପଣଙ୍କୁ ଶାନ୍ତି ପ୍ରଦାନ କରିପାରେ |

ମୀନ: ତଳ କର୍ମଚାରୀମାନଙ୍କୁ ସାହାଯ୍ୟ କରିବେ । ଯେଉଁଥିପାଇଁ ସେମାନଙ୍କର ଆପଣଙ୍କ ପ୍ରତି କୌଣସି ଅଭିଯୋଗ ରହିବ ନାହିଁ । ସେମାନେ ଆପଣଙ୍କ ଦ୍ୱାରା ପ୍ରେରିତ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.