ମେଷ: ଆପଣଙ୍କ ବନ୍ଧୁ ଏବଂ ପଡୋଶୀଙ୍କ ସହିତ ଆପଣ କେତେକ ବୌଦ୍ଧିକ ଆଲୋଚନାରେ ଲିପ୍ତ ହୋଇପାରନ୍ତି, କିନ୍ତୁ ତାହା ଶୀଘ୍ର ଗରମ ଯୁକ୍ତିତର୍କରେ ପରିଣତ ହେବ । ବ୍ୟସ୍ତତା ଆପଣଙ୍କୁ ଘେରି ରହିବ, ରାତିସାରା ଆପଣ ଉଜାଗର ରହିପାରନ୍ତି, ଫଳରେ ମାନସିକ ଏବଂ ଶାରିରୀକ ସ୍ତରରେ ଆପଣ ଅସୁସ୍ଥ ହୋଇ ପଡିବେ । ଭ୍ରମଣ ଯୋଜନା, ଯଦି ପ୍ରସ୍ତୁତ କରିଥାନ୍ତି, ଅନ୍ୟ କୌଣସି ଦିନ ପାଇଁ ଧାର୍ଯ୍ୟ କରନ୍ତୁ ।
ବୃଷ: ଏକ ସମ୍ବେଦନଶୀଳ ଘୋଷଣା ଆପଣଙ୍କ ଭାବନାକୁ ଅତ୍ୟଧିକ ଭାବରେ ପ୍ରଭାବିତ କରିପାରେ । ଆଜି ଆପଣ ସଂପୂର୍ଣ୍ଣ ଭାବରେ ସକ୍ରିୟ ରହିବେ । ଆପଣଙ୍କ ଭାଇ ଭଉଣୀଙ୍କ ସହିତ ତାଳମେଳରେ ଉନ୍ନତି ହେବ ଏବଂ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।
ମିଥୁନ: ଆପଣ ଆଜି କିଛି ହଜିଯାଇଥିବା ଭଳି ଅନୁଭବ କରିବେ । ଯେତେତୁ ଅଶାନ୍ତି ଏବଂ ନିରାଶାବାଦୀର ଅନୁଭବ ଆପଣଙ୍କ ମନକୁ ପ୍ରଭାବିତ କରିବ । ଶାରିରୀକ ଭାବରେ ଆପଣ ସୁସ୍ଥ ଅନୁଭବ ନ କରିପାରନ୍ତି ଏବଂ ଘରେ ପରିସ୍ଥିତି ଏତେ ଅନୁକୂଳ ରହିବ ନାହିଁ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଏକାଗ୍ରତା ରଖିବା କଷ୍ଟ ଅନୁଭବ କରିବେ । ଅବଶ୍ୟ ଦିନତ ମଧ୍ୟ ଭାବରେ ପରିସ୍ଥିତିରେ ଉନ୍ନତି ହେବ ।
କର୍କଟ: ଦିନର ପ୍ରଥମ ଭାବରେ ଆପଣ ତାଜା ଏବଂ ଶକ୍ତିଶାଳୀ ଅନୁଭବ କରିବେ । ବାହାରକୁ ଯିବା କିମ୍ୱା ପିକ୍ନିକ୍ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଅବଶ୍ୟ ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ ।
ସିଂହ: ଏହି ଦିନ ଆପଣଙ୍କ ପାଇଁ ମାନ୍ଦା ରହିବ । ଅବଶ୍ୟ ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ଉନ୍ନତି ହେବ । କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ, ଯେହେତୁ ଏହା ଠିକ୍ ହେବାର ଜଣା ପଡୁନାହିଁ । କହିବା ପୁର୍ବରୁ ଦୁଇଥର ଭାବନ୍ତୁ । କାହା ସହିତ, ବିଶେଷ ଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।
କନ୍ୟା: ସମ୍ଭବତଃ ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଏହା ଆରାମଦାୟକ ଏବଂ ଅନୁକୂଳ ରହିବ । ଦିନର ଦ୍ୱିତୀୟ ଭାଗରେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ତୁଳା: ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ଅପେକ୍ଷାରେ ରହିଛି । ଆପଣଙ୍କ ଘରକୁ ଅଧିକ ସୁନ୍ଦର, ରଙ୍ଗୀଳ ଏବଂ ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ଭାବରେ ସଂପୃକ୍ତ ଅଛନ୍ତି । ଆପଣଙ୍କ ଘରେ ଲୋକମାନଙ୍କର ମନ ଶାନ୍ତ ଏବଂ ଆଶାବାଦୀ ରହିବ । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି ।
ବିଛା: ବିଛା ରାଶି ଆଜି ପାଇଁ ଦିନ ଭାଗ୍ୟଶାଳୀ ରହିବ । ଧର୍ମ ଯାତ୍ରା ଏବଂ ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଉପକାର ଆଣିବ । ଫଳରେ, ଆପଣ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସଂପୁର୍ଣ୍ଣ କରିବେ ଏବଂ ଠିକ୍ ସମୟରେ ମଧ୍ୟ କରିବେ ।
ଧନୁ: ଆଜିର ସକାଳ ସବୁଦିନ ଭଳି ଆପଣଙ୍କ ପାଇଁ ସତର୍କ ଏବଂ ଆନନ୍ଦମୟ ହେବ ନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାତର ଅନୁଭବ ଦେବ । କିଛି ମ୍ୟୁଜିକ୍ ସ୍ୱିଚ୍ ଅନ୍ କରନ୍ତୁ ଏବଂ ଆନନ୍ଦ ମନରେ ଏହାର ଉପଭୋଗ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର ।
ମକର: ଆଜି ଦିନ ଆପଣ ପରିବାର, ପ୍ରୀୟଜନ କିମ୍ୱା ବନ୍ଧୁଙ୍କ ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଅବଶ୍ୟ ଧ୍ୟାନ ଦିଅନ୍ତୁ ଯେ ଖର୍ଚ୍ଚ ଅଧିକ ହେବା ଉଚିତ ନୁହେଁ । କାରଣ ଦିନର ଦ୍ୱିତୀୟ ଭାଗରେ ଆର୍ଥିକ ସମସ୍ୟା ରହିପାରେ ।
କୁମ୍ଭ: ଏହି ଦିନ ଆପଣଙ୍କ ପାଇଁ ଆଶିର୍ବାଦ । ଯେହେତୁ ଏହା ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀ ଆଣିଦେବ । ଆପଣ ଆଜି ଅନ୍ତ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଅଖିକ ଖର୍ଚ୍ଚ କରିପାରନ୍ତି ।
ମୀନ: ଆଜି ଦିନ ମଧ୍ୟମ ଧରଣର ରହିବ । ବହୁ ସାଂସ୍କୃତିକ ଆକର୍ଷଣରୁ ଦୁରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଇଛି । ଯାହାକି ଆପଣଙ୍କ ମନକୁ ଟାଣିପାରେ । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ । କୌଣସି ନୂଆ କାର୍ଯ୍ୟ ଆଜି କରନ୍ତୁ ନାହିଁ ଏବଂ ଅନ୍ୟ ଦିନ ପାଇଁ ରଖନ୍ତୁ ।