ମେଷ: ଆପଣ ଆଶା କରିନଥିବା କିଛି ଘଟଣା ଘଟିପାରେ । ଚାପଯୁକ୍ତ କାମ ଗୁଡିକରୁ ଦୂରରେ ରୁହନ୍ତୁ, କାରଣ ଆଜି ସଂଧ୍ୟାରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ । ଚାକଚକ୍ୟକୁ ଗ୍ରହଣ କରନ୍ତୁ । ଖୁସିରେ ନିଜ ଜୀବନକୁ ଉପଭୋଗ କରନ୍ତୁ ।
ବୃଷ: ଆପଣ ଦିନସାରା ହାଲୁକା ଏବଂ ଖୁସି ଅନୁଭବ କରିବେ । ଆଜି ସମସ୍ତ ଭଲ ଜିନିଷରେ ଭରା ରହିବ ଏବଂ ଭଗବାନଙ୍କ ଆଶୀର୍ବାଦ ଦିନସାରା ଆପଣଙ୍କୁ ପଥ ପ୍ରଦର୍ଶନ କରିବ । ଆଜି ପ୍ରଫୁଲ୍ଲ ହୁଅନ୍ତୁ, ଘର ଦୃଷ୍ଟିକୋଣରୁ ନିରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।
ମିଥୁନ: ଆଜି ଦିନ ଧୀର ଏବଂ ମନ୍ଥର କିନ୍ତୁ ଲଗାତାର ରହିବ । ତେଣୁ, ବ୍ୟସ୍ତ ହୁଅନ୍ତୁ ନାହିଁ ଯଦି କାର୍ଯ୍ୟ ସମାପ୍ତ କରିବା ପାଇଁ ସାଧାରଣରୁ ଅଧିକ ସମୟ ନେଉଛି । ଧୈର୍ଯ୍ୟ ରଖନ୍ତୁ, ଏହା ସମାପ୍ତ ହେବ, ଯଦିଓ କିଛି ସମୟ ବିଳମ୍ବ ହେବ, ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ ।
କର୍କଟ: ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ଅଛି ଏବଂ ଏହା ପ୍ରତ୍ୟେକ କାରବାରରେ ପ୍ରତିଫଳିତ ହେଉଛି । ଆପଣ ଆଜି ଦିନଟି ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ଖୁସିରେ ବିତାଇବେ । ସାଙ୍ଗମାନଙ୍କ ସହ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେଳେ ଆପଣ ଲୁକ୍କାୟିକ ପ୍ରତିଭା ପ୍ରଦର୍ଶନ କରିବେ ସଫଳତା ହାସଲ କରିବା ସହ ପ୍ରଶଂସିତ ହେବେ ।
ସିଂହ: ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ। ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରନ୍ତୁ ନାହିଁ । ଅତ୍ୟଧିକ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ, ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।
କନ୍ୟା: ଆଜି ଆପଣ ଉତ୍ତେଜନା ଓ ଉତ୍ସାହରେ ଦିନଟିକୁ କାଟିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ। ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତି କରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭ ଖବର ପାଇବେ । ଖର୍ଚ୍ଚର ପରିମାଣ ବଢିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।
ତୁଳା: ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜିଦିନ ଭାଗ୍ୟଶାଳୀ ରହିବ । ଆପଣଙ୍କ ପାଇଁ ଆଜି ସହଜ ଦିନ ରହିବ, କାରଣ କୌଣସି କାର୍ଯ୍ୟ କରିବା ପାଇଁ ଆପଣ ସଂଘର୍ଷ କରିବାକୁ ପଡିବ ନାହିଁ । ତେଣୁ ଆଶା କରନ୍ତୁ ଯେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ୱା ସମାଧାନ ହେବ । ଘରେ ପ୍ରୀୟଜନଙ୍କ ସହିତ ପ୍ରେମଭରା ଏବଂ ଖୁସି ଭରା ରହିବ ।
ବିଛା: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଆଜି ସହଜରେ କାମ କରିପାରିବେ ନାହିଁ କିମ୍ୱା ସହଜରେ କାମରେ ଧ୍ୟାନ ଦେଇପାରିବେ ନାହିଁ, ସଂକ୍ଷେପରେ କହିବାକୁ ଗଲେ ସଂଘର୍ଷ କରିବାକୁ ପଡିବ । ଆପଣ ମାନ୍ଦା ଅନୁଭବ କରିବେ ଏବଂ ଦିନସାରା ବ୍ୟସ୍ତ ରହିବେ ।
ଧନୁ: ଭାବପ୍ରବଣତା ଏବଂ ଆବେଗତା, ଦୁର୍ଭାଗ୍ୟବଶତଃ, ଆଜି ଆପଣଙ୍କୁ ଘେରି ରହିବ । ଗ୍ରହ ମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଶାରୀରିକ ସୁସ୍ଥତା ବଜାୟ ରହିବ । ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ସବୁଦିଗରୁ ଶୁଭଙ୍କର ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଏହା ଦ୍ୱାରା ବହୁ ସଫଳତା ଲାଭ କରି ସମାଗରେ ପ୍ରତିଷ୍ଠିତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ | ଏହା ଦ୍ୱାରା ଆପଣ ଅତୀତରେ ହରାଇଥିବା ସମ୍ମାନ ଫେରିପାଇବେ । ମଉଜ ମଜଲିସରେ ସମୟ କାଟିବା ସହ ବହୁ ଜିନିଷ କିଣିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଦିଗ ପାଇଁ ଦିନଟି ଆନନ୍ଦଦାୟକ ରହିବ ।
କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ ଏବଂ ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣ ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ, ପରିବାର ସହ ପ୍ରେମଭାବ ଏବଂ ହସଖୁସିରେ ସମୟ ବିତିବ ।
ମୀନ: ଆପଣଙ୍କର ସୃଜନଶୀଳ ପ୍ରତିଭା ଯୋଗୁଁ ଆପଣ ଆଜି ସାହିତ୍ୟ ସମ୍ୱନ୍ଧୀୟ କୌଣସି ନୂତନ ତଥ୍ୟ ଲୋକାଲୋଚନାକୁ ଆଣିପାରନ୍ତି । ଏହା ଆପଣଙ୍କ ଦକ୍ଷତାର ପ୍ରମାଣ ଦେଇପାରେ । ଲେଖା ଲେଖିରେ ମଧ୍ୟ ଆପଣ ସମୟ ବିନିଯୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସୁଖମୟ ହେବ । ବିଦ୍ୟାର୍ଥିମାନେ ସଫଳତା ଅର୍ଜନ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ଦିନଟି ବ୍ୟର୍ଥ ହୋଇ ଯାଇପାରେ ।