ETV Bharat / bharat

ମେ ୧୩ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - HOROSCOPE

Horoscope Of 13th May 2024: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୧୩ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେ ୧୩ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ETV Bharat Odisha)
author img

By ETV Bharat Odisha Team

Published : May 13, 2024, 12:01 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ନୁହେଁ । ଆପଣଙ୍କ ମାନସିକ ଉତ୍ତେଜନା ବୃଦ୍ଧି ଯୋଗୁଁ ଆଘାତ ପାଇପାରନ୍ତି । ତେଣୁ ସତର୍କତା ଅବଲମ୍ୱନ କରନ୍ତୁ । ନିଜ ମାଆଙ୍କର ସ୍ୱାସ୍ଥ୍ୟ ପାଇଁ ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ବିଚଳିତ ହୋଇପାରନ୍ତି । ନିଜର ସମ୍ମାନ ହାନି ଘଟିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନିଜର ସମ୍ପତି ସମ୍ୱନ୍ଧୀୟ କୌଣସି ସିଦ୍ଧାନ୍ତ ଆଜି ଆପଣ ନିଅନ୍ତୁ ନାହିଁ । ଆଜି ଆପଣ ପ୍ରତି ପଦକ୍ଷେପରେ ସତର୍କ ରୁହନ୍ତୁ ।

ବୃଷ: ପୂର୍ବର ଦୁଃଖ କଷ୍ଟକୁ ଚିନ୍ତା ନ କରି ଆଜି ନିଜକୁ ଚଞ୍ଚଳ ରଖିଲେ ଦିନଟି ଖୁସିରେ କଟିପାରେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଆପଣଙ୍କୁ ସାହିତ୍ୟ ଚର୍ଚ୍ଚା ପାଇଁ ଉତ୍ସୁକତା ପ୍ରଦାନ କରିପାରେ । ନିଜ ମାଆଙ୍କ ସଙ୍ଗେ ମଧୁର ଆଳାପ ଆଲୋଚନା ତାଙ୍କ ପ୍ରତି ସ୍ନେହାଶ୍ରଦ୍ଧା ବୃଦ୍ଧି କରିବାରେ ସାହାଯ୍ୟ କରିବ । ଭୋଜିରେ ସୁଖାଦ୍ୟ ଭୋଜନ ମନକୁ ତୃପ୍ତି ପ୍ରଦାନ କରିବ । ପରିବାର ଓ ଆର୍ଥିକ ସମସ୍ୟା ପ୍ରତି ସଜାଗ ରୁହନ୍ତୁ ଓ ଖୁସିରେ ଦିନଟିକୁ କାଟନ୍ତୁ ।

ମିଥୁନ: ବିଭିନ୍ନ ଚିନ୍ତାଧାରା ଆପଣଙ୍କୁ ଭାରାକ୍ରାନ୍ତ କରିପାରେ । ଆପଣଙ୍କର ଦୃଢ ମନୋବଳ ଏବଂ ଦକ୍ଷତା ଆପଣ କରୁଥିବା କାର୍ଯ୍ୟରେ ପରିଲକ୍ଷିତ ହେବ ଏବଂ ସହକର୍ମୀ ବନ୍ଧୁମାନେ ଆପଣଙ୍କୁ ସହଯୋଗ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ଆସ୍ଥେ ଆସ୍ଥେ କମିଯାଇପାରେ । ତେଣୁ ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖଦାୟକ ହୋଇପାରେ ।

କର୍କଟ: ଆପଣ ବନ୍ଧୁମାନଙ୍କ ଗହଣରେ ଆଜିର ଦିନଟି ମଉଜ ମଜଲିସରେ କଟିବ । ଆପଣ ଦିନ ତମାମ ଚଳଚଞ୍ଚଳ ରହି ଆମୋଦ ପ୍ରମୋଦରେ ସମୟ କଟାଇବେ । ନିଜ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ବାହାରକୁ ଭ୍ରମଣରେ ଯାଇ ନିଜକୁ ପ୍ରମୋଦିତ କରିବା ଯୋଜନା କରିପାରନ୍ତି । ନିଜର ଧର୍ମପତ୍ନୀଙ୍କ ଠାରୁ ଶୁଭ ଖବର ପାଇପାରନ୍ତି ।

ସିଂହ: ଆଜି ଦିନଟି ସେତେ ଶୁଭଫଳ ପ୍ରଦାନ କରିବ ନାହିଁ । ଦିନସାରା ଆପଣ ଚିନ୍ତାଗ୍ରସ୍ତ ରହିବେ । ଏହା ଆପଣଙ୍କ ଶାରୀରିକ ଓ ମାନସିକ ଅସ୍ଥିରତାର କାରଣ ହୋଇପାରେ । କାହା ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ଅସତ ବ୍ୟବହାର କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଶତୃତାକୁ ଆମନ୍ତ୍ରଣ କାରିପାରେ । ତେଣୁ ଭୁଲ ବୁଝାମଣାର ସମାଧାନ କରିଦିଅନ୍ତୁ । ଆଜି ଆଇନ ସମ୍ୱନ୍ଧୀୟ କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ । ବିଦେଶରୁ ଆସିଥିବା ଶୁଭ ଖବର ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କଟାଇବାକୁ ପ୍ରେରଣା ଯୋଗାଇପାରେ ।

କନ୍ୟା: ଆପଣ ନିଜର ବନ୍ଧୁ ଓ ପରିବାର ସଦସ୍ୟଙ୍କ ଗହଣରେ ମଉଜ ମଜଲିସ କରି ସମୟ କଟାଇବେ । ସାମାଜିକ ଜୀବନରେ ନିଜର ପ୍ରତିଷ୍ଠା ଓ ପ୍ରଗତିର ବୃଦ୍ଧି ଘଟିପାରେ । ଅର୍ଥ ଲଗାଣ ଏବଂ ଅର୍ଥଲାଭ ଯୋଗ ଅଛି । ବ୍ୟବସାୟୀ ମାନେ ନିଜର ବ୍ୟବସାୟରେ ଉନ୍ନତି କରିବେ ଏବଂ ଅର୍ଥଲାଭ କରିବେ । ଗୋଟିଏ ରମଣୀୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା: ଆଜି ଦିନଟି ସୌଭାଗ୍ୟବାନ ଦିନ ଅଟେ । ଗୃହର ପରିବେଶ ସୁଖପ୍ରଦ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ଉତ୍ସାହ ବଢିପାରେ । ଆପଣଙ୍କର ବରିଷ୍ଠ କର୍ମଚାରୀମାନେ ଆପଣଙ୍କର କର୍ମରେ ସନ୍ତୋଷ ପ୍ରକାଶ କରିପାରନ୍ତି । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ସରକାରୀ ଏବଂ ଆଇନ ସମ୍ବନ୍ଧୀୟ କାମ କରିବା ପାଇଁ ଆଜି ଶୁଭଦିନ ଅଟେ ।ଲୋକମାନଙ୍କ ସହ ମିଳିମିଶି ବନ୍ଧୁତ୍ୱ ସ୍ଥାପନ କରନ୍ତୁ ,ଏହା ଆପଣଙ୍କୁ ସାହାଯ୍ୟ କରିବ । ମାଆଙ୍କ ସାନିଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।

ବିଛା: ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ଦୁର୍ବଳ ଓ ଅଳସୁଆ ଅନୁଭବ କରିବେ । ବ୍ୟବହାରରେ ଆପଣ ସ୍ୱଳ୍ପସମୟ ପାଇଁ କିଛି ତୃଟି ଲକ୍ଷ୍ୟ କରିପାରନ୍ତି, ଏହା ଆପଣଙ୍କୁ ଉତ୍ତେଜିତ କରିପାରେ । ତେଣୁ ଆପଣଙ୍କ ସହକର୍ମୀ କିମ୍ୱା ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନିଜର ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ଦିଅନ୍ତୁ ଏବଂ ସେମାନଙ୍କର ଅସୁବିଧା କଥା ବୁଝନ୍ତୁ । ନିଜର ଆର୍ଥିକ ସମାସ୍ୟାକୁ ଆଖି ଆଗରେ ରଖି ଖର୍ଚ୍ଚକୁ ସୀମିତ କରନ୍ତୁ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପାଇଁ ଆଜି ଶୁଭ ଦିନ ନୁହେଁ । ଆପଣ କିଛି ରାଜନୈତିକ ଘଟଣାରେ ସଂପୃକ୍ତ ହୋଇପାରନ୍ତି । ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ସବୁ ଠିକ୍‍ ହୋଇଯିବ ।

ଧନୁ: ଆଜି ବହୁ ସତର୍କତା ଅବଲମ୍ୱନ କରିବାକୁ ପଡିପାରେ । ଆପଣଙ୍କ ମାନସିକ ଉତ୍ତେଜନା କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ବାଧା ସୃଷ୍ଟି କରିବ । ତେଣୁ କୌଣସି ନୂତନ ଯୋଜନା ହାତକୁ ନିଅନ୍ତୁ ନାହିଁ । ଆପଣଙ୍କର ତିକ୍ତ ଭାବ ପ୍ରଦର୍ଶନ ଏବଂ ବାକ୍ୟାଳାପରେ ଅସଞ୍ଜମତା ଆପଣଙ୍କୁ ଅସୁବିଧାରେ ପକାଇବ । ତେଣୁ ଶାନ୍ତ ରୁହନ୍ତୁ । ମୂଲ୍ୟହୀନ ଚିନ୍ତାକୁ ମନରୁ ଦୂର କରିଦିଅନ୍ତୁ । ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ୍‍ ସମାଜରେ ଆପଣଙ୍କର ସମ୍ମାନହାନି ଘଟିବ । ସୁସ୍ଥ ରହିବାକୁ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ ।

ମକର: ଆଜି ଦିନଟି ଶୁଭଙ୍କର ଅଟେ । ସଫଳତା, ଭୌତିକ ଲାଭ, ଏବଂ ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ । ଆପଣ ଲଟେରୀ ମଧ୍ୟ ଜିତିପାରିବେ, ତେବେ ଏହା ଆପଣଙ୍କ ପାଇଁ ଅସ୍ୱାଭାବିକ ହୋଇପାରେ । କୌଣସି କାର୍ଯ୍ୟ ପାଇଁ ଚୁକ୍ତି ପତ୍ର ସ୍ୱାକ୍ଷରିତ ହେଲେ କିମ୍ବା କମିଶନ ଭାବରେ ବିପୁଳ ପରିମାଣର ଅର୍ଥ ଲାଭ ହେଲେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ମଉଜ ମଜଲିସରେ ଦିନ କଟିବ ।

କୁମ୍ଭ: ଆପଣ ଆଜି ନିଜ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେ ସଙ୍ଗେ ନିଜର ପ୍ରତିଷ୍ଠା ଲାଭ କରିବେ । ଆପଣ ଅତ୍ୟନ୍ତ ଅଭିମାନୀ ହେଲେ ମଧ୍ୟ ଆପଣଙ୍କ ମାନସିକ ସ୍ଥିତି ସ୍ଥିର ରହିବ । ଆପଣ ନିଜର କାର୍ଯ୍ୟର ଚରମ ସଫଳତା ଲାଭ କରିବା ପାଇଁ ସହକର୍ମୀ ବନ୍ଧୁଙ୍କ ସହାଚର୍ଯ୍ୟ ଲୋଡିପାରନ୍ତି । ଏଥିପାଇଁ ଆପଣଙ୍କ ମନ ଉତଫୁଲିତ ହୋଇପାରେ । ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପ୍ରଶଂସିତ ହେବେ । ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିବେ । ଏହା ଆପଣଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିପାରେ । କୌଣସି କାରଣରୁ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇପାରେ ।

ମୀନ: ଆଜି ଦିନଟି ଆପଣଙ୍କର ଭଲରେ କଟିବ । ନୂଆ କାମ ଆରମ୍ଭ ପାଇଁ ସୁଯୋଗ ପାଇବେ । ଆପଣଙ୍କ ବୃତ୍ତିଗତ କାର୍ଯ୍ୟ ପାଇଁ ଏହା ଭଲ ଦିନ ଏବଂ ଆପଣଙ୍କୁ ନୂଆ କ୍ୟାରିଅର ଆରମ୍ଭ କରିବାର ସୁଯୋଗ ମିଳିପାରେ । ଏହା ସୃଜନଶୀଳ କାର୍ଯ୍ୟ କରିବାର ଉପଯୁକ୍ତ ସମୟ ଅଟେ । ଆଜି ସନ୍ଧ୍ୟାରେ ପ୍ରିୟଜନଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ସ୍ମରଣୀୟ ହେବ । ଯଦି ଆପଣ ଏକ ସ୍ଥିର ସମ୍ପର୍କରେ ନାହାଁନ୍ତି, ଆପଣଙ୍କୁ ଅନେକ ସୁଯୋଗ ମିଳିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.