ETV Bharat / bharat

ରାମଙ୍କ ପାଇଁ କେଶ ଅର୍ପଣ କଲେ ରାମ ଭକ୍ତ

Hair Offered For Ram Mandir: ଦୀର୍ଘ ୧୫ ବର୍ଷ ପରେ ନିଜ କେଶ ଅର୍ପଣ କଲେ ଜଣେ ରାମ ଭକ୍ତ । ଅଯୋଧ୍ୟାରେ ଶ୍ରୀରାମ ମାନ୍ଦିର ନିର୍ମାଣ କରିବା ପାଇଁ କରିଥିଲେ ପ୍ରତିଜ୍ଞା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 25, 2024, 11:02 PM IST

ରାମଙ୍କ ପାଇଁ କେଶ ଅର୍ପଣ କଲେ ରାମ ଭକ୍ତ
ରାମଙ୍କ ପାଇଁ କେଶ ଅର୍ପଣ କଲେ ରାମ ଭକ୍ତ

ବେଙ୍ଗାଲୁରୁ: ରାମଙ୍କ ପାଇଁ ମାନସିକ । ଶ୍ରୀରାମ ମାନ୍ଦିର ପାଇଁ କେଶ ଦାନ କଲେ ଜଣେ ଶ୍ରଦ୍ଧାଳୁ । ଶ୍ରୀରାମ ମନ୍ଦିର ନିର୍ମାଣ ହେଲେ ନିଜର କେଶ ଦାନ କରିବାକୁ ରଖିଥିଲେ ଶପଥ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ତେବେ କେଶ ଦାନ କରିଥିବା ବ୍ୟକ୍ତିଙ୍କ ନାମ ହେଲା ଗନୁୁ ଜରାଟାରାହାର । ସେ ଜଣେ ଆରଏସଏସର ସଂଗଠକ ବୋଲି ଜଣାପଡ଼ିଛି । ସେ ଦୀର୍ଘ ୧୫ବର୍ଷ ପୂର୍ବେ ଏହି ନିଷ୍ପତ୍ତି ନେଇଥିଲେ । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କରିବା ପାଇଁ ଦୀର୍ଘ ଦିନରୁ ଦାବି କରିଆସୁଥିଲେ ସେ । ବର୍ତ୍ତମାନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରାଯାଇ ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟ ସରିଛି । ଏହି ଅବସରରେ ସେ ଗତ (ଗୁରୁବାର) ଦିନ କାମରିପେଟ ଶ୍ରୀରାମ ମନ୍ଦିରରେ ନିଜର କେଶ ଅର୍ପଣ କରିଛିନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ହିନ୍ଦୁ ନେତାମାନେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ ସେ ୨୦୦୩ ମସିହାରେ ତାଙ୍କର ୫୦ଜଣ ସାଥିଙ୍କ ସହ ହବଲିରୁ ଟ୍ରେନ୍ ଯୋଗେ ଅଯୋଧ୍ୟା ଯାଉଥିଲେ । ଏହି ସମୟରେ ତାଙ୍କୁ ସୁଲତାନପୁର ଠାରେ ଅଟକାଇ ଦିଆଯାଇଥିଲା । ଏହାପରେ ଗାନୁ ପାଦରେ ଚାଲି ଚାଲି ଅଯୋଧ୍ୟା ଯାତ୍ରା କରିଥିଲେ । ହେଲେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ପାରିନଥିଲେ । ପରେ ସେ ହବଲିକୁ ଫେରି ଆସିଥିଲେ ଏବଂ ହିନ୍ଦୁ ସଂଗଠନକୁ ମଜଭୁତ କରିବାରେ ଲାଗିଥିଲେ । ପରେ ସେ ୨୦୦୯ ମସିହାରେ ଏକ ସଂକଳ୍ପ ନେଇଥିଲେ ଯେ, ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ନ ହେବା ପର୍ଯ୍ୟନ୍ତ ଲଣ୍ଡା ହେବେ ନାହିଁ । ତେବେ ଚଳିତ ବର୍ଷ ଅଯୋଧ୍ୟାର ନିର୍ମାଣ ହେବା ସହ ପ୍ରାଣ ପ୍ରତିଷ୍ଠି ଉତ୍ସବ ମଧ୍ୟ ହୋଇଛି । କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ ......ମୋଦିଙ୍କ ମନ କି ବାତ୍‌ରେ କଳାହାଣ୍ଡି ଦମ୍ପତି, ‘ଗୋଟ୍‌ ବ୍ୟାଙ୍କ’କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଗତ ମାସ ୨୨ ଜାନୁଆରୀରେ ଶ୍ରୀରାମ ମନ୍ଦିର ଅଯୋଧ୍ୟାରେ ଉଦଘାଟିତ ହୋଇଥିଲା । ଏହା ପରେ ସେ ନିଜର କେଶ ଅର୍ପଣ କରିବା ପାଇଁ ଚାହିଁଥିଲେ । ହେଲେ ପୁରୋହିତ ପରାମର୍ଶ କ୍ରମେ ଭଲ କାର୍ଯ୍ୟ ପାଇଁ କେଶ ଦେବା ଠିକ୍ ନୁହେଁ ବୋଲି କହିଥିଲେ । ତେଣୁ ସେ ଏକ ମାସ ପରେ ଲଣ୍ଡା ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି । ସେ ଏହି ମନସିକ ବିଷୟରେ କାହାକୁ ଜଣାଇ ନଥିଲେ । ବର୍ତ୍ତମାନ ଏହା ଜାଣିବା ପରେ ପରିବାର ଏବଂ ସାଙ୍ଗସାଥିମାନେ ବହୁତ ଖୁସି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.