ETV Bharat / bharat

ଦର୍ଶନ ଦେଲେ ରାମଲାଲା: ମନ୍ଦିରରେ ଅସମ୍ଭାଳ ଭିଡ଼, ଭକ୍ତିରେ ଭିଜିଲା ଅଯୋଧ୍ୟା - ଖୋଲିଲା ରାମ ମନ୍ଦିର

Ram Temple Opened For Devotees: ପ୍ରାଣ ପ୍ରତିଷ୍ଠା ପରେ ଆଜି ସକାଳୁ ରାମ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କଲେ ଭକ୍ତ । ଚର୍ମଚକ୍ଷୁରେ ରଘୁନନ୍ଦନଙ୍କୁ ଦେଖି ଭାବବିହ୍ବଳ ଭକ୍ତ । ଅଧିକ ପଢନ୍ତୁ

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାମ ମନ୍ଦିର
devotees crowd in Ram temple
author img

By ETV Bharat Odisha Team

Published : Jan 23, 2024, 8:21 AM IST

Updated : Jan 23, 2024, 9:41 AM IST

ଅଯୋଧ୍ୟା: ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାମ ମନ୍ଦିର । ରାମଲାଲାଙ୍କ ଦିବ୍ୟ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଛି । ପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଭକ୍ତ । ରାମ ନାମରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ରଘୁନନ୍ଦନଙ୍କ ଦର୍ଶନ ପାଇଁ ଆଜି ଭୋର୍ 3ଟାରୁ ବହୁସଂଖ୍ୟାରେ ଭକ୍ତମାନେ ମନ୍ଦିର ପରିସରରେ ଭିଡ଼ ଜମାଇଛନ୍ତି । ସକାଳ 7ଟାରୁ ଆରମ୍ଭ ହୋଇଛି ପ୍ରଥମ ଦର୍ଶନ । ଯାହା ଦିନ 11ଟା 30 ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ଦର୍ଶନ ପରେ ପହୁଡ ପଡିବ । ପରେ ନିର୍ଦ୍ଧାରିତ ସମୟରେ ଦ୍ବିତୀୟ ଦର୍ଶନ ଆରମ୍ଭ ହେବ । ଚର୍ମଚକ୍ଷୁରେ ଭଗବାନଙ୍କ ଦର୍ଶନ ପାଇ ଶାନ୍ତ ହେଲା ଭକ୍ତର ଆତୁର ମନ ଓ ଆଖିକୁ ମିଳିଲା ଶାନ୍ତି ।

ଭୋର 3ଟାରୁ ମନ୍ଦିର ବାହାରେ ଭକ୍ତ ସମାଗମ: ରାମଲାଲାଙ୍କ ଦର୍ଶନ ପାଇଁ ଭୋର 3ଟାରୁ ମନ୍ଦିର ବାହାରେ ଭକ୍ତଙ୍କ ଭିଡ ଜମିଥିଲା । ରଘୁନନ୍ଦନଙ୍କୁ ଦର୍ଶନ କରିବାକୁ ଆତୁର ହେଉଥିଲେ ରାମଭକ୍ତ । ଦୀର୍ଘ 4 ଘଣ୍ଟାର ଅପେକ୍ଷା ପରେ ମନ୍ଦିର ମଧ୍ୟକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିଛି । ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମଲାଲାଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ କାରଣ

ଦିନକୁ 2 ଥର ଦର୍ଶନ ବ୍ୟବସ୍ଥା: ଦିନକୁ 2 ଥର ରାମଲାଲାଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ସକାଳ 7ଟାରୁ ଦିନ 11ଟା 30 ପର୍ଯ୍ୟନ୍ତ ପ୍ରଥମ ଦର୍ଶନ ଓ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ମଧ୍ୟରେ ଦ୍ବିତୀୟ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦର୍ଶନ ଶେଷ ହେବା ପରେ ପହୁଡ ପଡିବ । ପରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦ୍ବିତୀୟ ଦର୍ଶନ ଆରମ୍ଭ ହେବ ।

ଦୈନିକ 3ଥର ଆଳତୀ: ପ୍ରତିଦିନ ମନ୍ଦିରରେ 3ଥର ଆଳତୀ କରାଯିବ । ଶୃଙ୍ଗାର ଆଳତୀ, ଭୋଗ ଆଳତୀ ଓ ସନ୍ଧ୍ୟା ଆଳତୀ । ଆଳତୀ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କୁ ପାସ୍ ନେବାକୁ ପଡିବ । ଏହି ପାସ୍ ଅନଲାଇନ ବୁକିଂ ମାଧ୍ୟମରେ କରାଯିବାର ବ୍ୟବସ୍ଥା ହୋଇଛି । ଆଜି ଭୋର 6.30 ମିନିଟରେ ଶୃଙ୍ଗାର ଆଳତୀ କରାଯାଇଥିଲା । ମଧ୍ୟାହ୍ନ 12 ଟାରେ ଭୋଗ ଆଳତୀ ଓ ସନ୍ଧ୍ୟା 7.30 ମନିଟରେ ସନ୍ଧ୍ୟା ଆଳତୀ କରାଯିବ ।

ସୋମବାର ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ମୁହୂର୍ତ୍ତରେ ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ରହିଥିଲେ । କାଶୀର ବିଦ୍ବାନ ପଣ୍ଡିତ ମଣ୍ଡଳୀ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରଭୁ ରାମଚନ୍ଦ୍ରଙ୍କ ଆଖି ପଟି ଖୋଲିଥିଲେ । ରାମଙ୍କ ପ୍ରଥମ ଝଲକ ଦେଖି ଭାବବିହ୍ବଳ ହୋଇପଡିଥିଲେ ଭକ୍ତ । ରାମ ନାମରେ କମ୍ପି ଉଠିଥିଲା ଦେଶର ପୁରପଲ୍ଲୀ ।

Last Updated : Jan 23, 2024, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.