ETV Bharat / bharat

ବର୍ଷାରେ ଉବୁଟୁବୁ ଦିଲ୍ଲୀ; ଭାଙ୍ଗିଲା ୮୮ ବର୍ଷର ରେକର୍ଡ, ଜରୁରୀ ବୈଠକ ଡାକିଲେ ସରକାର - Delhi Rain Updates

author img

By ETV Bharat Odisha Team

Published : Jun 28, 2024, 5:29 PM IST

Heavy rain pounds Delhi: ପ୍ରବଳ ବର୍ଷା ପରେ ଭାସୁଛି ଜାତୀୟ ରାଜଧାନୀ ଦିଲ୍ଲୀ । ରାସ୍ତାଘାଟଠୁ ଆରମ୍ଭ କରି ବସ୍ତି ଓ ଭିଆଇପି ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଜରୁରୀ ବୈଠକ କଲେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ

ପ୍ରଥମ ମୌସୁମୀ ବର୍ଷାରେ ଭାସୁଛି ଦିଲ୍ଲୀ
ପ୍ରଥମ ମୌସୁମୀ ବର୍ଷାରେ ଭାସୁଛି ଦିଲ୍ଲୀ (ETV Bharat Odisha)

ନୂଆଦିଲ୍ଲୀ: ପ୍ରଥମ ମୌସୁମୀ ବର୍ଷାରେ ବେହାଲ ଦିଲ୍ଲୀ । ପାଣିରେ ଭାସୁଛି ଜାତୀୟ ରାଜଧାନୀ । ଚାରିଆଡେ ଜଳାର୍ଣ୍ଣବ ସ୍ଥିତି । ରାସ୍ତାଘାଟ ଠାରୁ ଆରମ୍ଭ କରି ବସ୍ତି ଓ ଭିଆଇପି ଅଞ୍ଚଳ ଯାଏଁ ସବୁଠି ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଗାଡି ଗଡିବା ତ ଦୂରରେ କଥା, ଚାଲିକି ଯିବା ବି ମୁସ୍କିଲ ହୋଇଯାଇଛି । କିଛି ସ୍ଥାନରେ ମେଟ୍ରୋ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ସାଧାରଣ ଲୋକଙ୍କଠୁ ନେଇ ରାଜନେତାଙ୍କ ଘରେ ବି ବର୍ଷା ପାଣି ଲହଡି ମାରୁଛି । ଯାହାଫଳରେ ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି । ସହରରେ ଏଭଳି ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ସରକାର ସଚିବାଳୟରେ ଜରୁରୀ ବୈଠକ କରିଛନ୍ତି । ଏଥିରେ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ସେପଟେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ସ୍ଥିତିର ସମୀକ୍ଷା କରିବା ପରେ ୨୪ ଘଣ୍ଟିଆ ଏମର୍ଜେନ୍ସି କଣ୍ଟ୍ରୋଲ ରୁମ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ମୌସୁମୀ ବର୍ଷାରେ ଭାସୁଛି ଦିଲ୍ଲୀ; ଭାଙ୍ଗିଲା ୮୮ ବର୍ଷର ରେକର୍ଡ (ETV Bharat Odisha)

ଦିଲ୍ଲୀରେ ଗୁରୁବାର ରାତିରୁ ଶୁକ୍ରବାର ସକାଳ ଯାଏ ହୋଇଥିବା ବର୍ଷା ଗତ ୮୮ ବର୍ଷର ରେକର୍ଡ ଭାଙ୍କିଛି । ପାଣିପାଗ ବିଭାଗ ଅନୁସାରେ, ଆଜି ସକାଳ ୮ଟା ୩୦ ସୁଦ୍ଧା ୨୨୮ ମିଲିମିଟର ବର୍ଷ ହୋଇଛି । ଏହାପୂର୍ବରୁ ୧୯୩୬ରେ ଦିଲ୍ଲୀରେ ଏମିତି ବର୍ଷା ହୋଇଥିଲା । ବିଶେଷକରି ପୁରୁଣା ଦିଲ୍ଲୀ, ପୂର୍ବ, ଉତ୍ତର ପୂର୍ବ, ଦକ୍ଷିଣ ଓ ଉତ୍ତର-ପଶ୍ଚିମ ଦିଲ୍ଲୀରେ ଅଧିକ ଜଳବନ୍ଦୀ ସମସ୍ୟା ସାମ୍ନାକୁ ଆସିଛି । ରାସ୍ତାଘାଟ ନଦୀର ଭ୍ରମ ସୃଷ୍ଟି କରୁଥିବାବେଳେ ସ୍ଥିତି ଅତ୍ୟନ୍ତ ସାଂଘାତିକ ରହିଛି ।

ଆଜି ବି ପ୍ରବଳ ବର୍ଷା ଜାରି ରହିଥିବାରୁ ଦିଲ୍ଲୀ, ଗୁରୁଗାଓଁ ଓ ନୋଏଡାର ଅନେକ ଅଞ୍ଚଳରେ ଜଳବନ୍ଦୀ ଯୋଗୁଁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ନୋଏଡା ଅଞ୍ଚଳରେ ମୌସୁମୀ ବେଳେ ଯେମିତି ଜଳବନ୍ଦୀ ସମସ୍ୟା ନହୁଏ ସେଥିପାଇଁ ନୋଏଡା ପ୍ରାଧିକରଣ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ । ଏହାସତ୍ତ୍ବେ ସବୁ ବର୍ଷାରେ ଗୁରୁତର ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଛି ।

ଏହା ମଧ୍ୟ ପଢନ୍ତୁ: ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ: କାର୍ ଚୁରମାର୍, ଜଣେ ମୃତ, ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ - Delhi Airport roof collapse

ଦିଲ୍ଲୀରେ ମୂଷଳଧାରାରେ ବର୍ଷା ଯୋଗୁଁ କେବଳ ସାଧାରଣ ଜନତା ନୁହଁନ୍ତି ନେତାମନ୍ତ୍ରୀଙ୍କୁ ମଧ୍ୟ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । କଂଗ୍ରେସ ସାଂସଦ ଶଶି ଥରରୁ 'ଏକ୍ସ'ରେ କହିଛନ୍ତି, ସକାଳୁ ଉଠିଲା ବେଳକୁ ତାଙ୍କ ଘରେ ଏକ ଫୁଟ ଉଚ୍ଚର ପାଣି ଚାଲୁଥିଲା । ଏହାଯୋଗୁଁ ଘରର କାର୍ପେଟ ସହ ତଳେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ସେହିପରି ନ୍ୟୁଜ ଏଜେନ୍ସି ଏଏନଆଇ ଦ୍ବାରା ପୋଷ୍ଟ ଏକ ଭିଡିଓରେ ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବଙ୍କୁ ତାଙ୍କର କର୍ମଚାରୀ ପାଣିରେ ଟେକି ଟେକି ନେଉଥିବା ଦେଖିବାକୁ ମିଳୁଛି । ଏନେଇ ସାଂସଦ କହିଛନ୍ତି, ମୁଁ ସଂସଦ ଯିବାକୁ ଏମିତି କରିବାକୁ ପଡିଛି । ପାଣି ଜମି ରହିଥିବାରୁ ମୋ କର୍ମଚାରୀମାନେ କାର୍ ଯାଏଁ ଟେକିକି ନେଇଥିଲେ ।

ଆଉ ଏକ ଭିଡିଓରେ ଦେଖାଯାଇଛି, ଦିଲ୍ଲୀ ଆଜାଦ ମାର୍କେଟ ଅଞ୍ଚଳରେ ଏକ ଅଣ୍ଡରପାସ୍ ତଳେ ଗୋଟିଏ ଯାତ୍ରୀବାହୀ ବସ୍ ଫସି ରହିଛି । ଏକ ରଶି ସାହାଯ୍ୟରେ ବସ ଭିତରୁ ଯାତ୍ରୀମାନଙ୍କୁ ବାହାର କରାଯାଉଛି ।

ଏହାରି ମଧ୍ୟରେ ଆଜି ସକାଳେ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ-୧ ଛାତ ଭୁଶୁଡି ପଡିଥିଲା । ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଏହି ଅଘଟଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅତିକମରେ ୬ ଜଣ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.