ETV Bharat / bharat

ହରିୟାଣା INLD ମୁଖ୍ୟ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା

author img

By ETV Bharat Odisha Team

Published : Feb 25, 2024, 9:10 PM IST

Haryana INLD Chief Nafe Singh Rathi Shot Dead: ହରିୟାଣା INLD ମୁଖ୍ୟ ନଫେ ସିଂ ରାଠୀ ଓ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କୁ ଗୁଳି କରି ହତ୍ୟା । କାରକୁ ଫଲୋ କରି ସଂଘବଦ୍ଧ ଗୁଳିମାଡ କଲା ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ । ଅଧିକ ପଢନ୍ତୁ

ହରିୟାଣା INLD ମୁଖ୍ୟ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା
ହରିୟାଣା INLD ମୁଖ୍ୟ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ: ଭାରତୀୟ ଜାତୀୟ ଲୋକ ଦଳ (INLD)ର ହରିୟାଣା ପ୍ରଦେଶ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆଜି ସଂଧ୍ୟାରେ ଝାଞ୍ଝର ଜିଲ୍ଲାର ବାହାଦୁରଗଡରେ ତାଙ୍କୁ ଗୁଳି ମାଡ ହୋଇଥିଲା । ଏଥିରେ ନଫେ ସିଂଙ୍କ ସମେତ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନଫେ ସିଂ ରାଠୀ ନିଜ ସୁରକ୍ଷାକର୍ମୀ ଓ କିଛି ସହଯୋଗୀଙ୍କ ସହ ଏକ ଫର୍ଚୁନାର କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ପିଚ୍ଛା କରି ତାଙ୍କୁ ଏକାଧିକ ରାଉଣ୍ଡ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏଥିରେ 4ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନଫେ ସିଂଙ୍କ ସମେତ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

INLDର ମିଡିଆ ସେଲ୍ ମୁଖ୍ୟ ରାକେଶ ସିହାଗ ନାଫେ ସିଂ ରାଠୀଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି । ବାହାଦୂରଗଡର ବରାହୀ ଫାଟକ ନିକଟରେ ଦୁର୍ବୃତ୍ତମାନେ କାରକୁ ଅତର୍କିତ ଗୁଳିମାଡ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ରାଠୀଙ୍କ କାର ଜବତ କରିଛି । ହସ୍ପିଟାଲରେ ମଧ୍ୟ ପୋଲିସ ଟିମ୍‌ 2 ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ହତ୍ୟାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ପୋଲିସ ସ୍ପେଶାଲ ଟାକ୍ସଫୋର୍ସ ଗଠନ କରି ଘଟଣାର ଆରମ୍ଭ କରିଛି । INLD ନେତା ଅଭୟ ଚୌତାଲା ନାଫେ ସିଂଙ୍କୁ କାହଁକି ପୂର୍ବରୁ ସୁରକ୍ଷା ମିଳିନଥିଲା ବୋଲି ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 3 ମାସ ପାଇଁ ବନ୍ଦ ‘ମନ କି ବାତ’: ନିର୍ବାଚନ ପୂର୍ବରୁ ଶେଷ ସମ୍ବୋଧନରେ ଯୁବପିଢିଙ୍କୁ ଭୋଟ ଦେବାକୁ ମୋଦିଙ୍କ ଆହ୍ବାନ

ତେବେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ କାରଣ ଥିବା ଅନୁମାନ କରାଯାଉଛି । ପୋଲିସ ଟାକ୍ସଫୋର୍ସ ମାଧ୍ୟମରେ ସମସ୍ତ ଦିଗ ଉପରେ ତଦନ୍ତ କରୁଛି । ରାଠୀ ପୂର୍ବରୁ ବାହାଦୂରଗଡରୁ ବିଧାୟକ ରହିସାରିଥିବା ବେଳେ ସ୍ଥାନୀୟ ପୌରପାଳିକାର ଚେୟାରମ୍ୟାନ ମଧ୍ୟ ରହିସାରିଥିଲେ । ହରିୟାଣାର ପୂର୍ବତନ ମନ୍ତ୍ରୀ ମାଙ୍ଗେରାମ ରାଠୀଙ୍କ ପୁଅ ଜଗଦୀଶ ରାଠୀ ଜୀବନ ହାରିବା ମାମଲାରେ ବିବାଦ ଘରକୁ ଆସିଥିଲା ନାଫେ ସିଂଙ୍କ ଭୂମିକା । ସେ ସେତେବେଳେ ତଦନ୍ତ ପରିସରଭୁକ୍ତ ମଧ୍ୟ ହୋଇଥିଲେ । ଜାନୁଆରୀ 24 ତାରିଖରେ ତାଙ୍କୁ କୋର୍ଟରୁ ଆଗୁଆ ଜାମିନ ମିଳିଥିଲା । ତେଣୁ ବର୍ତ୍ତମାନର ଏହି ହତ୍ୟାକାଣ୍ଡ ବିଭିନ୍ନ ଦିଗରୁ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.