ETV Bharat / bharat

କୃଷକ ଆନ୍ଦୋଳନ ପାଇଁ ହରିୟାଣା ସମେତ ଦିଲ୍ଲୀ ସୀମାରେ ହାଇଆଲର୍ଟ, ଦୁଇଟି ଷ୍ଟାଡିୟମ ହେଲା ଅସ୍ଥାୟୀ ଜେଲ

Farmers' March To Delhi: କୃଷକ ଆନ୍ଦୋଳନ ପାଇଁ ହରିୟାଣା ସମେତ ଦିଲ୍ଲୀ ସୀମାରେ ହାଇଆଲର୍ଟ । ଜାତୀୟ ରାଜପଥରେ ଲାଗୁଛି କଂକ୍ରିଟ ବାରିକେଡ । ଦୁଇଟି ଷ୍ଟାଡିୟମ ହେଲା ଅସ୍ଥାୟୀ ଜେଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 11, 2024, 10:44 PM IST

କୃଷକ ଆନ୍ଦୋଳନ ପାଇଁ ହରିୟାଣା ସମେତ ଦିଲ୍ଲୀ ସୀମାରେ ହାଇଆଲର୍ଟ, ଦୁଇଟି ଷ୍ଟାଡିୟମ ହେଲା ଅସ୍ଥାୟୀ ଜେଲ
କୃଷକ ଆନ୍ଦୋଳନ ପାଇଁ ହରିୟାଣା ସମେତ ଦିଲ୍ଲୀ ସୀମାରେ ହାଇଆଲର୍ଟ, ଦୁଇଟି ଷ୍ଟାଡିୟମ ହେଲା ଅସ୍ଥାୟୀ ଜେଲ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ପୂରଣ କରିନଥିବା ଅଭିଯୋଗରେ ପୁଣି ଆନ୍ଦୋଳନ ଡାକରା ଦେଇଛନ୍ତି ଏକାଧିକ କୃଷକ ସଂଗଠନ । ମଙ୍ଗଳବାର (13 ତାରିଖ) ହଜାର ହଜାର କୃଷକ ହରିୟାଣା ଓ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ମାର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ଓ ଦିଲ୍ଲୀ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ବାରିକେଡ ଲଗାଯିବା ସହ ରାସ୍ତାରେ କଣ୍ଟା ମଧ୍ୟ ବିଛାଯାଉଛି । ହରିୟାଣାରେ ଏହି ଆନ୍ଦୋଳନକୁ ଦୃଷ୍ଟି ରଖି ଦୁଇଟି ବିଶାଳ ଷ୍ଟାଡିୟମକୁ ଅସ୍ଥାୟୀ ଜେଲ ଭାବେ ଆଗୁଆ ପ୍ରସ୍ତୁତ କରି ରଖାଯାଇଛି । ହରିୟାଣାର ସିରସାରେ ଥିବା ଚୌଧୁରୀ ଦଲବୀର ସିଂ ଇଣ୍ଡୋର ଷ୍ଟାଡିୟମ ଓ ଦବଓ୍ବାଲୀରେ ଗୁରୁ ଗୋବିନ୍ଦ ସିଂ ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି । ଯଦି ମାର୍ଚ୍ଚ ବେଳେ ପୋଲିସ ସହିତ ଧସ୍ତାଧସ୍ତି କିମ୍ବା ହିଂସକ ସ୍ଥିତି ସୃଷ୍ଟି ହୁଏ, ତେବେ କୃଷକମାନଙ୍କୁ ଅଟକ ସହ ଜେଲରେ ସାମୟିକ ଭାବେ ରଖାଯିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦିଲ୍ଲୀର ସିଙ୍ଗୁ ବର୍ଡର ଓ ଅନ୍ୟ ଏଣ୍ଟ୍ରିଂ ପଏଣ୍ଟରେ ମଧ୍ୟ କଂକ୍ରିଟ ବ୍ଲକ ସହ ଶକ୍ତିଶାଳୀ ବାରିକେଡ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଆଜି ଘଟଣାସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଆସନ୍ତା 13 ତାରିଖ ମାର୍ଚ୍ଚ ସ୍ଥଗିତ ରଖି 12 ତାରିଖରେ ସରକାର ସହ ଆଲୋଚନା କରିବା ପାଇଁ ଚାଷୀ ସଂଗଠନକୁ ପ୍ରସ୍ତାବ ଦେଇଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଉତ୍ତର ଭାରତର ଏକାଧିକ କୃଷକ ସଂଗଠନ ପକ୍ଷରୁ ଫସଲର ସର୍ବନିମ୍ନ ସହୟକ ମୂଲ୍ୟ ‘ଏମଏସପି’ ଗ୍ୟାରେଣ୍ଟି ଆଇନ ସହ ଅନ୍ୟ ଦାବିରେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିରୋଧୀ ଦଳମାନେ କେନ୍ଦ୍ରର ଏହା ଚାଷୀମାରଣ ନୀତି କହି ସମାଲୋଚନା କରିଛନ୍ତି । ଆଜି ଅପରାହ୍ନରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତ :- ହଲଦଓ୍ବାନୀ ଦଙ୍ଗା: 25 ଅଭିଯୁକ୍ତ ଗିରଫ, ଏକାଧିକ ପିସ୍ତଲ ଓ 54 ରାଉଣ୍ଡ ଗୁଳି ଜବତ

3 ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା ହେବା ପରେ ବିଜ୍ଞପ୍ତି କାହିଁକି ଜାରି କରାଗଲା ନାହିଁ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଚାଲ ଥିଲା ବୋଲି ମଧ୍ୟ ଖଡଗେ କହିଛନ୍ତି । କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ପୋଲିସର ବାରିକେଡ ଲଗାଯିବାର ଏକ କ୍ଲିପ ସୋସିଆଲ ମିଡିଆରେ ସେୟାର କରିବା ଏହା ଅମୃତକାଳ ନୁହେଁ ବରଂ ଅନ୍ୟାୟକାଳ ବୋଲି କଟାକ୍ଷ କରିଛନ୍ତି । ବିରୋଧୀମାନେ କୃଷକଙ୍କ ଏହି ପ୍ରସ୍ତାବିତ ମାର୍ଚ୍ଚକୁ ସମର୍ଥନ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.