ETV Bharat / bharat

ଦାୟିତ୍ୱ ଗ୍ରହଣ କଲେ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ, CEC କଲେ ସ୍ବାଗତ

author img

By ETV Bharat Odisha Team

Published : Mar 15, 2024, 10:20 AM IST

Updated : Mar 15, 2024, 11:05 AM IST

Two New Election Commissioner: ପୂରଣ ହେଲା ଖାଲି ପଡ଼ିଥିବା ପଦବୀ । ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି । ଅଧିକ ପଢନ୍ତୁ,

Etv BharatElection Commissioner
Etv BharatElection Commissioner

ନୂଆଦିଲ୍ଲୀ: ନର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ । ମୁଖ୍ୟ ନିର୍ବାଚନ କମିଶନର (CEC) ରାଜୀବ କୁମାର, ଉଭୟଙ୍କୁ ସ୍ବାଗତ କରିଛନ୍ତି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି(ଗୁରୁବାର) ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଉଭୟେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ୟାନେଲ ବୈଠକରେ ଉଭୟଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ନାମ ଘୋଷଣା କରାଯାଇଥିଲା । ଫେବୃଆରୀ 14 ତାରିଖରେ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ମାର୍ଚ୍ଚ 8 ତାରିଖରେ ଅରୁଣ ଗୋୟଲଙ୍କ ଇସ୍ତଫା ପରେ ନିର୍ବାଚନ ଆୟୋଗରେ ଦୁଇଟି ପଦବୀ ଖାଲି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: 'ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ ନିର୍ବାଚନ କମିଶନର ନିଯୁକ୍ତ'

ସମବାୟ ମନ୍ତ୍ରାଳୟର ସଚିବ ଥିଲେ ଜ୍ଞାନେଶ: ଜ୍ଞାନେଶ କୁମାର ବିଭିନ୍ନ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିଲେ । 1964 ମସିହାରେ ଉତ୍ତରପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ଜ୍ଞାନେଶ କୁମାର । ସେ 1988 ବ୍ୟାଚ କେରଳ କ୍ୟାଡର ଆଇଏଏସ୍ ଅଧିକାରୀ ରହିଥିଲେ । ଏହାପରେ 2016 ମସିହାରେ ମେ ମାସରେ ତାଙ୍କୁ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ବ ନେଇଥିଲେ । 2022 ମସିହାରେ ତାଙ୍କୁ ସମବାୟ ମନ୍ତ୍ରାଳୟର ସଚିବ ପଦ ମିଳିଥିଲା । ସେତେବେଳେ ଗଣେଶ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦାୟିତ୍ୱ ତୁଲାଉଥିଲେ । ସେ ସଚିବ, ସମବାୟ ମନ୍ତ୍ରଣାଳୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ । ଗୃହ ମନ୍ତ୍ରଣାଳୟରେ ଗଣେଶ କୁମାରଙ୍କ ନିଯୁକ୍ତି ସମୟରେ ଧାରା 370କୁ ହଟାଇ ଦିଆଯାଇଥିଲା ।

‘ଡାସିଂ ଅଫିସର’ ସୁଖବୀର ସାନ୍ଧୁ: 1963 ମସିହାରେ ଜନ୍ମଗ୍ରହଣ କରିଥିଲେ ସୁଖବୀର । ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଥିବା ସୁଖବୀର ସିଂ ସାନ୍ଧୁଙ୍କୁ ମଧ୍ୟ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ସୁଖବୀର ସିଂ ସାନ୍ଧୁ ଉତ୍ତରାଖଣ୍ଡ କ୍ୟାଡରର 1988 ବ୍ୟାଚ୍ ଆଇଏଏସ୍ ଅଧିକାରୀ । ସେ ଉତ୍ତରାଖଣ୍ଡ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ତାଙ୍କର ଅଭିଜ୍ଞତା ଅଧିକ ରହିଛି । ତାଙ୍କୁ ଡାସିଂ ଅଫିସର ମଧ୍ୟ କୁହାଯାଏ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରହିଥିଲେ । 2011 ପର୍ଯ୍ୟନ୍ତ ପଞ୍ଜାବ ସରକାରରେ ଡେପୁଟେସନରେ ରହିଥିଲେ । ଗତ ଜାନୁଆରୀ 31 ତାରିଖରେ ସୁଖବୀର ଉତ୍ତରାଖଣ୍ଡ ମୁଖ୍ୟ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ ।

Last Updated : Mar 15, 2024, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.