ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଥମୁନି ଆତଙ୍କିଙ୍କ ଉତ୍ପାତ । ପୁଣି ଡୋଡା ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଯବାନ ଓ ଆତଙ୍କବାଦୀ । କାଷ୍ଟିଗଡ଼ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କେହି ଆତଙ୍କୀ ନିପାତ ହୋଇଥିବା ଖବର ସାମ୍ନାକୁ ଆସିନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଥିବା ଜମ୍ମୁକାଶ୍ମୀର ପୋଲିସ କହିଛି । ବିଳମ୍ବିତ ରାତି 2ଟା ସମୟରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିବା ବେଳେ ଏବେ ବି ଜାରି ରହିଛି ।
#WATCH | Morning visuals from the Doda area of Jammu & Kashmir.
— ANI (@ANI) July 18, 2024
An Encounter started late in the night in the Kastigarh area of Doda pic.twitter.com/kuvPqE0mrB
ଗତ ମଙ୍ଗଳବାର ଡୋଡା ଜିଲ୍ଲାର ଡେସା ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 4 ଜଣ ଯବାନ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ଜଣେ ସେନା ଅଧିକାରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଉକ୍ତ ସ୍ଥାନରେ ସର୍ଚ୍ଚ ଅପେରସନ ଜାରି ରହିଥିବା ବେଳେ ଗୋଟିଏ ଦିନ ପରେ ପୁଣି ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି ।
ଶହିଦ ହୋଇଥିବା ଯବାନ ହେଉଛନ୍ତି କ୍ୟାପଟେନ ବ୍ରିଜେଶ ଥାପା । ତାଙ୍କ ଘର ପଶ୍ଚିବଙ୍ଗର ଦାର୍ଜଲିଙ୍ଗରେ । ଆନ୍ଧ୍ର ପ୍ରଦେଶର ନାୟକ ଡି ରାଜେଶ । ସିପାହୀ ଅଜୟ ସିଂହ ଓ ବ୍ରଜେନ୍ଦ୍ର ସିଂହ, ଉଭୟ ରାଜସ୍ଥାନର । ଶହୀଦ ଯବାନଙ୍କ ପରିବାରକୁ ଏନେଇ ଅବଗତ କରାଯିବା ପରେ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଛି । ଖୁବଶୀଘ୍ର ସମସ୍ତଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିବ । ଏନେଇ ଭାରତୀୟ ସେନା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଗତ କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢିବାର ଲାଗିଛି । କେତେ ବେଳେ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିବର୍ଷା କରୁଛନ୍ତି । ଜୁଲାଇ 8ରେ କାଠୁଆ ଜିଲ୍ଲାରେ ସେନା ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ 5 ଜଣ ଯବାନ ଶହୀଦ ହୋଇଯାଇଥିଲେ ଓ 5 ଜଣ ଆହତ ହୋଇଥିଲେ । ଏହାପୂର୍ବରୁ ଡୋଡା ଜିଲ୍ଲାରେ ଜୁନ 11 ଓ 12 ତାରିଖରେ ଆତଙ୍କୀ ହାମଲା ହୋଇଥିଲା ।