ETV Bharat / bharat

ବିବାହ ଉତ୍ସବରେ ରକ୍ତଦାନ ଶିବିର, ଚର୍ଚ୍ଚାରେ ବିହାର ବର - ବିବାହ ଉତ୍ସବରେ ରକ୍ତଦାନ ଶିବିର

Blood Donation Camp on wedding: ବିବାହ ଉତ୍ସବରେ ରକ୍ତଦାନ ଶିବିର ଆୟୋଜନ କରି ଚର୍ଚ୍ଚାରେ ବିହାର ବର । ଯୌତୁକ ବଦଳରେ ମାଗିଲେ ରକ୍ତ । ଅଧିକ ପଢନ୍ତୁ

Blood Donation Camp on wedding
Blood Donation Camp on wedding
author img

By ETV Bharat Odisha Team

Published : Jan 24, 2024, 6:48 AM IST

ପାଟନା: ବିବାହ ଉତ୍ସବରେ ସାଧାରଣତଃ ସୁସ୍ବାଦୁ ଭୋଜନ ସାଙ୍ଗକୁ ବରଯାତ୍ରୀ, ଡିଜେ, ଡ୍ୟାନ୍ସର ଆସର ଜମେ । ହେଲେ କିଛି ନୂଆ କରିବା ଆଶାରେ ନିଜ ବିବାହ ଉତ୍ସବରେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି ବିହାର ଔରଙ୍ଗାବାଦ ଜିଲ୍ଲାର ଜନୈକ ବର । ଏହି ବିବାହ ଉତ୍ସବରେ ବରକନ୍ୟା ରକ୍ତଦାନ କରିଥିବା ବେଳେ ଅତିଥମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏହି ନିଆରା ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ବରଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରାଯାଇଛି ।

Blood Donation
ରକ୍ତଦାନ କରୁଛନ୍ତି ଅତିଥି

କଥାରେ ଅଛି ରକ୍ତଦାନ ମହାପୂଣ୍ୟ । ଜୀବନରେ ବ୍ୟକ୍ତିଟିଏ ଥରେ ବି ରକ୍ତଦାନ କରିଥିଲେ ନିଜକୁ ଭାଗ୍ୟଶାଳୀ ମନେ କରେ । କାରଣ ନିଜ ଦେହର କେଇ ବୁନ୍ଦା ରକ୍ତ ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚାଇଥାଏ । ଏଣୁ ସମୟେ ସମୟେ ରକ୍ତଦାନ ଶିବିରର ଆୟୋଜନ କରାଯାଉଥିବା ବେଳେ ଲୋକଙ୍କୁ ରକ୍ତଦାନ କରିବା ଲାଗି ଉତ୍ସାହିତ କରାଯାଏ । ଜୀବନରେ ରକ୍ତର ମୂଲ୍ୟକୁ ଭଲ ଭାବେ ବୁଝିଛନ୍ତି ଜିଲ୍ଲାର ହସପୁରା ଅଞ୍ଚଳର ଅଧିବାସୀ ତଥା ବର ଅନିଶ କେଶରୀ । ସେ ଆରା ସହରର ଅଧିବାସୀ ସିମ୍ରନ କେଶରୀଙ୍କୁ ବିବାହ କରିଛନ୍ତି । ନିଜ ବିବାହକୁ ଭିନ୍ନ କରିବା ଲାଗି ସେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ।

Blood Donation
ରକ୍ତଦାନ କରୁଛନ୍ତି ଅତିଥି

ଏହା ବି ପଢନ୍ତୁ- ବରର ବାପା ସାଜିଲେ ଉଦାହରଣ; ଫେରାଇଲେ ୧୧ ଲକ୍ଷ, ଆଣିଲେ ଟଙ୍କାଟିଏ

ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ପ୍ରାୟ ୭୦ ଜଣ ଅତିଥି ରକ୍ତଦାନ କରିଛନ୍ତି । ଏହାରି ସହିତ ବର ନିଜ ଜୀବନ କାଳ ମଧ୍ୟରେ ୧୪ଥର ଓ ଯୁବତୀ ଜଣକ ୯ଥର ରକ୍ତଦାନ କରିଥିବା କହିଛନ୍ତି । ଏନେଇ ବର ଅନିଶ କେଶରୀ କହିଛନ୍ତି ଯେ ବିବାହ ଲାଗି ଡ୍ରିମ ପ୍ଲେସ ହସପୁରାରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ । ଏ ନେଇ କନ୍ୟା ସାଜିଥିବା ଯୁବତୀ ସିମ୍ରନ କେଶରୀ କହିଛନ୍ତି, " ସାଧାରଣତଃ ବରପକ୍ଷ ବିବାହ ଉତ୍ସବରେ ଯୌତୁକ ଦାବି କରନ୍ତି । ହେଲେ ଏହା ବୋଧ ହୁଏ ପ୍ରଥମେ କୌଣସି ବରପକ୍ଷ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି । ଆମେ ରକ୍ତ ଦାନ କରି ବେଶ ଖୁସି ଅଛୁ ।"

ସମ୍ପ୍ରତି ଲୋକେ କିଛି ଭିନ୍ନ କରି ଚର୍ଚ୍ଚାର ପରିସରକୁ ଆସିବାକୁ ଉଦ୍ୟମ କରୁଛନ୍ତି । ଏଣୁ କିଛି ନିଆରା ବିବାହ ଖବର ମଧ୍ୟ ସାମ୍ନାକୁ ଆସୁଛି । ହେଲେ ସେଥିରେ କିଛି ବର ହେଲିକପ୍ଟରରେ ଆସି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ହେଲେ ଏଠାରେ ଅନିଶଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ବେଶ ପ୍ରଶଂସା କରିଛନ୍ତି । ଏହି ଘଟଣା ସମାଜକୁ ଏକ ନିଆରା ବାର୍ତ୍ତା ପ୍ରଦାନ କରିଥିବା ସେମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.