ETV Bharat / bharat

'ମୋର ନୁହଁ ତ କାହାର ନୁହଁ', ରଡ ତତାଇ ପ୍ରେମିକା ଗାଲରେ ନିଜ ନାଁ ଲେଖିଲା ପାଗଳ ପ୍ରେମିକ - Uttar Pradesh crime

Lover writes name on girls face with Hot iron: ଲୁହା ରଡକୁ ଗରମ କରି ନାବାଳିକା ପ୍ରେମିକା ଗାଲରେ ନିଜ ନାଁ ଲେଖିଲା ପ୍ରେମିକ । ବିବାହ ପ୍ରତ୍ୟାଖ୍ୟାନ କରିବାରୁ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ପୀଡିତାଙ୍କ ଅଭିଯୋଗ । ଅଧିକ ପଢନ୍ତୁ

UTTAR PRADESH CRIME
UTTAR PRADESH CRIME
author img

By ETV Bharat Odisha Team

Published : Apr 28, 2024, 9:21 AM IST

Updated : Apr 28, 2024, 11:35 AM IST

ଲକ୍ଷ୍ନୌ: 'ମୋର ନୁହେଁ ତ କାହାର ନୁହେଁ' । ବିଭିନ୍ନ ଫିଲ୍ମରେ ଏଭଳି ଡାଇଲଗ ଶୁଣିବାକୁ ମିଳୁଥିବା ବେଳେ ଉତ୍ତରପ୍ରଦେଶ ଲଖିମପୁର ଖେରୀ ଅଞ୍ଚଳରେ ଜଣେ ଜହ୍ଲାଦ ପ୍ରେମିକ ଏମିତି ଏକ ଅମାନବୀୟ କାଣ୍ଡ କରିଛି ଯାହାକୁ ଦେଖିଲେ ଏହି ଡାଇଲଗ ମନେ ପଡିଯାଉଛି । ଲୁହା ରଡକୁ ଗରମ କରି ସେଥିରେ ପ୍ରେମିକା ଗାଲରେ ନିଜ ନାଁ ଲେଖିଛି ପ୍ରେମିକ । ବିବାହ ପାଇଁ ନାବାଳିକା ପ୍ରେମିକା ଜଣକ ମନା କରିବାରୁ ପ୍ରେମିକ ଏଭଳି ଅମାନବୀୟ କାଣ୍ଡ କରିଥିବା ଜଣାପଡିଛି ।

UTTAR PRADESH CRIME
UTTAR PRADESH CRIME

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟ ଖେରୀ ଲଖିମପୁର ଜିଲ୍ଲା ଅନ୍ତର୍ଗତ ଧୌରହରା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଜଣେ ପ୍ରେମିକ ନାବାଳିକା ଗାଲରେ ଲୁହା ଚେଙ୍କ ଦେଇ ନିଜ ନାଁ ଲେଖିଛି । ପୀଡିତାଙ୍କ କହିବାନୁଯାୟୀ, "ଏପ୍ରିଲ ୧୯ ତାରିଖରେ ଏହି ଘଟଣା ଘଟିଛି । ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଏଥିରେ କ୍ରୋଧାନ୍ୱିତ ହୋଇ ଯୁବକ ଜଣକ ମୋତେ ଜୋର ଜବରଦସ୍ତ ଧରି ଲୁହା ରଡ ଗରମ କରି ମୋ ଗାଲ ୨ ପଟରେ ନିଜର ଚାରି ଅକ୍ଷର ବିଶିଷ୍ଟ ନାଁକୁ ଲେଖିଦେଇଥିଲା । ଏହି ସମୟରେ ଯୁବକର ମାଆ ଓ ଭଉଣୀ ମୋତେ ଧରିଥିଲେ । ସେ ମୋତେ କହିଥିଲା ମୁଁ ଯଦି ତାକୁ ବିବାହ ନକରେ ତାହେଲେ ମୋତେ ଆଉ କାହାର ହେବାକୁ ଦେବିନି । ଏହି ସମୟରେ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କେହି ଉଦ୍ଧାର କରିନଥିଲେ । ତେବେ ସୌଭାଗ୍ୟବଶତଃ କୌଶଳକ୍ରମେ ସେଠାରୁ ଖସି ଆସିବାରୁ ଜୀବନ ବଞ୍ଚିଯାଇଥିଲା ।"

ଏହାମଧ୍ୟ ପଢନ୍ତୁ.. ସୈତାନ ବାପା, 14 ବର୍ଷର ଝିଅକୁ କରୁଥିଲା ଦୁଷ୍କର୍ମ - FATHER RAPED DAUGHTER

ଏନେଇ ନାବାଳିକ ଜଣକ ଏପ୍ରିଲ ୨୬ ତାରିଖ ଦିନ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଅଧିକାରୀଙ୍କୁ ଏ ବାବଦରେ ଜଣାଇବା ସହ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯୁବକଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ଏଭଳି କାଣ୍ଡ ଘଟାଇଥିବା ପୀଡିତା ଜଣକ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପୋଲିସ ଅଧିକାରୀ ପଓ୍ବନ କୁମାର ଗୌତମଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ଧୌରହରା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ନାବାଳିକାଙ୍କ ଅଭିଯୋଗ ପରେ ଥାନାରେ ଏତଲା ଦାୟର କରାଯାଇଛି । ଘଟଣାର ତଦନ୍ତ କରାଯାଉଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 28, 2024, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.