ETV Bharat / bharat

ଦୁଃଖରେ ମିଳେଇଗଲା ଜନ୍ମଦିନ ଖୁସି, କେକ୍‌ ଖାଇ ନାବାଳିକାର ମୃତ୍ୟୁ - Girl dies on Birthday

Punjab girl dies on Birthday: ଜନ୍ମଦିନ ହେଲା ଜୀବନର ଶେଷ ଦିନ । କେକ୍ ଖାଇ 10 ବର୍ଷୀୟା ବାଳିକାର ମୃତ୍ୟୁ । ଅଧିକ ପଢନ୍ତୁ

Punjab girl dies on Birthday
Punjab girl dies on Birthday
author img

By ETV Bharat Odisha Team

Published : Mar 31, 2024, 10:26 AM IST

ଚଣ୍ଡିଗଡ: ଜନ୍ମଦିନ ପାଳନ ସାଜିଲା କାଳ । ପଞ୍ଜାବର ପଟିଆଲା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । କେକ ଖାଇ ଏକ 10 ବର୍ଷୀୟା ବାଳିକାର ଜୀବନ ଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ସମ୍ପୃକ୍ତ ବେକେରୀ ମାଲିକଙ୍କ ନାଁରେ ଏତଲା ଦାୟର କରାଯିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ପୋଲିସ ପକ୍ଷରୁ କୁହାଯାଇଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ମାର୍ଚ୍ଚ 24 ତାରିଖ ଦିନ ପଞ୍ଜାବର ପଟିଆଲା ଅଞ୍ଚଳରେ ଏକ 10 ବର୍ଷର ବାଳିକା ଜନ୍ମଦିନ ପାଳନ ଅବସରରେ ଅନଲାଇନରେ ଏକ କେକ୍ ଅର୍ଡର କରାଯାଇଥିଲା । ପଟିଆଲା ଠାରେ ଏକ ବେକରୀ ସପରୁ ଏହି କେକ୍ ଆସିଥିଲା । ସନ୍ଧ୍ୟା ସମୟରେ କେକ କାଟି ପରିବାର ଲୋକେ ଖାଇଥିବା ବେଳେ ରାତି 11ଟା ସୁଦ୍ଧା ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ । ପରିବାରର 2 ଜଣ ଛୋଟ ପିଲା ବାନ୍ତି ମଧ୍ୟ କରିଥିଲେ । ତେବେ ପରିବାର ଲୋକେ ତୁରନ୍ତ 2 ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ବାଳିକାଟିର ମୃତ୍ୟୁ ହୋଇଥିଲା । କେକରେ ବିଷକ୍ରିୟା ଘଟି ଏଭଳି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବିଶ୍ବାସରେ ବିଷ ଦେଲା ବାପାଙ୍କ ସାଙ୍ଗ, ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା - Minor Girl Raped

ଅନ୍ୟପଟେ ପୋଲିସ ସୂଚନା ଅନୁଯାୟୀ, ଶନିବାର ଦିନ ପଟିଆଲା ଅଞ୍ଚଳରୁ ଏକ ଅଭିଯୋଗ ଆସିଛି । ଜନ୍ମଦିନ କେକ ଖାଇବା ପରେ ହଠାତ୍ ବାଳିକାଟିଏ ଅସୁସ୍ଥ ହୋଇପଡିଥିବା ବେଳେ ପରବର୍ତ୍ତୀ ସମୟରେ ତାର ମୃତ୍ୟୁ ହୋଇଥିବା ନେଇ ପିଲାଟିର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଭାରତୀୟ ପିଙ୍ଗଳ କୋଡ୍ ଧାରା 273 ଓ 304-A ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

ପୋଲିସ ପକ୍ଷରୁ ଆଉମଧ୍ୟ କୁହାଯାଇଛି ଯେ, ଖାଦ୍ୟ ଦେବାରେ ଅବହେଳା ଓ ବିଷାକ୍ତ କେକ ଦେଇଥିବା ଅଭିଯୋଗରେ କେକ୍ ଆସିଥିବା ବେକେରୀ ସପର ମାଲିକଙ୍କ ନାଁରେ ଏତଲା ରୁଜ୍ଜୁ କରାଯାଇଛି । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ଅନ୍ୟପଟେ ବେକରୀ ସପ ମାଲିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବିଲରେ ଥିବା ନାଁ ଅନୁଯାୟୀ ପଟିଆଲାରେ ସେହି ନାମରେ କୌଣସି କେକ୍ ସପ ନଥିବା ପୋଲିସ ତଦନ୍ତ ବେଳେ ଜଣାପଡିଛି । କେକଟି କୌଣସି କ୍ଲାଉଡ କିଚେନରୁ ଆସିଥିବା ପୋଲିସ ଅନୁମାନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.