ETV Bharat / bharat

ଫିଲ୍ମ ଷ୍ଟାଇଲରେ ବିବାହ, ଶହୀଦଙ୍କ ଭଉଣୀର ଦାୟିତ୍ବ ନେଲେ ୧୬ ଗରୁଡ କମାଣ୍ଡୋ

author img

By ETV Bharat Odisha Team

Published : Mar 6, 2024, 10:27 PM IST

Martyr Sister Wedding: ଶହୀଦ ଯବାନଙ୍କ ଭଉଣୀଙ୍କ ବିବାହ କରାଇଛନ୍ତି ସାଥୀ ଯବାନ । ବିହାରର ରୋହତାସ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ନିଆରା ବିବାହ । ଅଧିକ ପଢନ୍ତୁ

Martyr Sister Wedding
Martyr Sister Wedding
Martyr Sister Wedding

ପାଟନା: ଫିଲ୍ମ ଷ୍ଟାଇଲରେ ହେଲା ବିବାହ । ଶହୀଦ ଯବାନଙ୍କ ଭଉଣୀଙ୍କ ବିବାହ କରାଇଛନ୍ତି ସାଥୀ ଯବାନ । ବିହାରର ରୋହତାସ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ନିଆରା ବିବାହ । ସୂଚନା ଅନୁସାରେ, ମାର୍ଚ୍ଚ ୪ ତାରିଖରେ ଶହୀଦ ଯବାନ ଜ୍ୟୋତି ପ୍ରକାଶ ନିରାଲାଙ୍କ ଭଉଣୀଙ୍କ ବିବାହ ଆୟୋଜିତ ହୋଇଥିଲା । ଯେଉଁଥିରେ ଯୋଗ ଦେବା ସହ ଭାଇଙ୍କ ଅନୁପସ୍ଥିତିକୁ ପୂରଣ କରିଛନ୍ତି ଅନ୍ୟ ଯବାନ । ଗୋଟିଏ କି ଦୁଇଟି ନୁହେଁ, ୧୬ ଗରୁଡ଼ କମାଣ୍ଡୋ ଆସି ଜ୍ୟୋତି ପ୍ରକାଶ ନିରାଲାଙ୍କ ଭଉଣୀଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।

ନିଜର ଏକମାତ୍ର ଭାଇକୁ ହରାଇଥିଲେ ବି ଶୂନ୍ୟ ସ୍ଥାନ ପୂରଣ କରିବାକୁ ଆସିଥିଲେ ୧୬ ଭାଇ । ବିବାହ ଭୋଜିରେ ସମସ୍ତଙ୍କ ନଜର ଏହି ୧୬ ଭାଇଙ୍କ ଉପରେ ରହିଥିଲା । ପରମ୍ପରା ଅନୁସାରେ, ଚାରି ଜଣ ଭଉଣୀଙ୍କ ମୁଣ୍ଡ ଉପରେ ଚାଦର ଟାଣିଥିଲେ । ଅନ୍ୟ ୧୨ ଯବାନ ଭଉଣୀଙ୍କ ପାଦ ତଳେ ନିଜର ହାତ ରଖିଥିବା ଦେଖିବାକୁ ମିଳିଥିଲା । ଏପରି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଭାବବିହ୍ବଳ କରିଥିଲା ।

ସୂଚନା ଅନୁସାରେ, ଶହୀଦ ଗରୁଡ଼ ଯବାନ ଜ୍ୟୋତି ପ୍ରକାଶ ନିରାଲା ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତେବେ ତାଙ୍କ ଭଉଣୀ ସୁନିତା ପେଶାରେ ଜଣେ ସବ ଇନସପେକ୍ଟର । ଜ୍ୟୋତି ପ୍ରକାଶ ନିରାଲା ୭ ବର୍ଷ ପୂର୍ବେ ଆତଙ୍କୀ ହମଲାରେ ଜମ୍ମୁର ବାଦୀପୁରାଠାରେ ଶହୀଦ ହୋଇଯାଇଥିଲେ । ଜ୍ୟୋତିଙ୍କ ପରିବାର ଯେପରି ନିଜ ପୁଅର ଅନୁପସ୍ଥିତିକୁ ଅନୁଭବ ନକରିବେ ସେଥିପାଇଁ ଏହି ବିବାହ କାର୍ଯ୍ୟକ୍ରମରେ ସମସ୍ତ ଦାୟିତ୍ବ ନେବାକୁ ମନସ୍ଥ କରିଥିଲେ ୧୬ ଯବାନ ।

ଏହା ବି ପଢନ୍ତୁ...ବରଯାତ୍ରୀ ବଦଳରେ ଆସିଲେ କନ୍ୟାଯାତ୍ରୀ, ଜେଲରେ ହେଲା ବାହାଘର

ଏହା ବି ପଢନ୍ତୁ...ନିଆରା ବିବାହ, ବୈଦିକ ରୀତିରେ ବର ସହ ଅଶ୍ୱତ୍ଥ ଗଛର ବାହାଘର

ଏଣୁ ରୀତି ନୀତି ଅନୁସାରେ, ବିବାହ ବେଳେ ଭାଇର ସମସ୍ତ ହାୟିତ୍ବ ସେମାନେ ସମ୍ପନ୍ନ କରିଛନ୍ତି । ଯାହା ଦେଖିବା ପରେ ସମସ୍ତେ ହୋଇଛନ୍ତି ଭାବ ବିହ୍ବଳ । ଏନେଇ ଶହୀଦଙ୍କ ପିତା କହିଛନ୍ତି, "ଯେବେ ମୋ ପୁଅର ସହକର୍ମୀମାନେ ଆସିଯାଆନ୍ତି ସେବେ ମତେ ପୁଅର ଅନୁପସ୍ଥିତି ଅନୁଭବ ହୁଏ ନାହିଁ। ବୋଧହୁଏ ମୁଁ ଦୁନିଆର ଏକମାତ୍ର ପିତା ଯାହାଙ୍କର ଏତେ ପୁଅ । ମୋ ଝିଅ ସହ ତା'ର ଏତେ ଭାଇ ଅଛନ୍ତି ଜାଣି ଖୁସି ଲାଗିଲା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.