ETV Bharat / bharat

ହଂକଂ ଓ ସିଙ୍ଗାପୁରରେ MDH ଓ ଏଭରେଷ୍ଟ ମସଲା ବ୍ୟାନ, ନମୁନା ମାଗିଲା FSSAI - MDH Everest Ban in Hong Kong

MDH Banned in Hong Kong: ହଂକଂ ଓ ସିଙ୍ଗାପୁରରେ ଏମଡିଏଚ ଓ ଏଭରେଷ୍ଟ ମସଲା ବିକ୍ରି ଉପରେ ଲଗାଯାଇଛି ପ୍ରତିବନ୍ଧକ । ଏହାପରେ ସକ୍ରିୟ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) । ଏହି ଦୁଇ ମସଲା ସମେତ ଘରୋଇ ବଜାରରେ ବିକ୍ରି ହେଉଥିବା ସମସ୍ତ ମସଲାର ନମୁନା ମାଗିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 22, 2024, 9:30 PM IST

FSSAI
FSSAI

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ତାର ସମସ୍ତ ଖାଦ୍ୟ ସୁରକ୍ଷା କମିଶନରଙ୍କୁ MDH, ଏଭରେଷ୍ଟ ଏବଂ ଅନ୍ୟାନ୍ୟ ମସଲାର ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି । ଦେଶରେ ମସଲା ଉତ୍ପାଦନକାରୀ କମ୍ପାନୀ ଗୁଡିକ ମାନକ ପ୍ରଣାଳୀ ଅନୁସରଣ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ । ଯଦି କୌଣସି କମ୍ପାନୀର ଉତ୍ପାଦରେ ଅନ୍ୟ କିଛି ମିଶ୍ରଣ ରହିଛି, ତେବେ ଉକ୍ତ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ହଂକଂରେ ଭାରତର ଲୋକପ୍ରିୟ ମସଲା ବ୍ରାଣ୍ଡ MDH ପ୍ରାଇଭେଟ ଲିମିଟେଡ୍ ଓ ଏଭରେଷ୍ଟ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ପକ୍ଷରୁ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ମସଲାରେ କାର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ୍ ମିଳିଥିବା ଜଣାପଡ଼ିଛି । ଗତ ସପ୍ତାହରେ ସିଙ୍ଗାପୁର ଏଭରେଷ୍ଟ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଥିରେ ଏଥିଲିନ ଅକ୍ସାଇଡର ପରିମାଣ ସୀମା ଅତିକ୍ରମ କରିଛି ବୋଲି କୁହାଯାଇଥିଲା ।

ଇଟିଭି ଭାରତକୁ ସୂଚନା ଦେଇ କରି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, "ସମସ୍ତ ସଂଗୃହିତ ମସଲାର ନମୁନା 239 ମାଇକ୍ରୋ ଜୈବିକ ଏବଂ FSSAIର 300 ମୋବାଇଲ ଲାବୋରେଟୋରିରେ ପରୀକ୍ଷା କରାଯିବ । FSSAI ଆସନ୍ତା 15-20 ଦିନ ମଧ୍ୟରେ ଫଳାଫଳ ପ୍ରକାଶ କରିବ । ଯଦି ଆମେ ମସଲା ଉତ୍ପାଦନରେ କୌଣସି ଅନିୟମିତତା ଦେଖୁ, ତେବେ କମ୍ପାନୀ ବିରୋଧରେ ଅପରାଧିକ ମାମଲା ଦାୟର କରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।" ଏହି ଅଧିକାରୀ ଜଣକ ନିଜ ନାମକୁ ଗୋପନୀୟ ରଖିବାକୁ କହିଛନ୍ତି ।

ଏହା ବି ପଢନ୍ତୁ- WTO ସମ୍ମିଳନୀରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ପ୍ରସଙ୍ଗ, ପବ୍ଲିକ ଷ୍ଟୋରେଜ ଉପରେ ଭାରତର ଗୁରୁତ୍ବାରୋପ

ଅନ୍ତର୍ଜାତୀୟ ଏଜେନ୍ସି ଫର ରିସର୍ଚ୍ଚ ଅନ୍‌ କ୍ୟାନସର ନିୟମିତ ଭାବରେ ଖାଦ୍ୟର ପରୀକ୍ଷା କରିଥାଏ । ଇଥାଇଲନ୍ ଅକ୍ସାଇଡ୍ ସ୍ତନ କର୍କଟ ହେବାର ଆଶଙ୍କା ସମେତ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ମସଲା ବୋର୍ଡକୁ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି । ଏହାସହିତ 2 ମସଲା କମ୍ପାନୀକୁ ନିଜ ଉତ୍ପାଦର ଫର୍ମୁଲେସନ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, FSSAI 2022-23 ରାସାୟନିକ ମିଶ୍ରଣ ଯାଞ୍ଚ କରିବା ଲାଗି 17 ହଜାର 751 ଫଳ ଓ ପରିବା ଉପରେ ପରୀକ୍ଷା କରିଥିଲା । ଏଥିମଧ୍ୟରୁ 44 ହଜାର 626 ନମୁନା ଖାଦ୍ୟ ନିରାପତ୍ତା ନିୟମକୁ ଅନୁସରଣ କରୁନଥିବା ବେଳେ 6579 ଉତ୍ପାଦ ଅସୁରକ୍ଷିତ, 21 ହଜାର 917 ସବ-ଷ୍ଟାଣ୍ଡାର୍ଡ ଓ 16ହଜାର 130ରେ ମଧ୍ୟ ମିଶ୍ରଣ ରହିଥିବା ଜଣାପଡ଼ିଥିଲା । ଏହାସହିତ ସେହି ବର୍ଷ 38 ହଜାର 96ଟି ସିଭିଲ କେସ ମଧ୍ୟ ଉତ୍ପାଦନକାରୀଙ୍କ ବିରୋଧରେ ରୁଜୁ ହୋଇଥିଲା । 28 ହଜାର 464 ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନଙ୍କ ଉପରେ 33.23 କୋଟି ଟଙ୍କା ଜୋରିମାନା ଲାଗିଥିଲା । ସେହି ବର୍ଷ 4818 ଅପରାଧିକ ମାମଲା ରୁଜୁ ହୋଇଥିବା ବେଲେ 1188 ଲୋକଙ୍କୁ ଦଣ୍ଡ ମିଳିଥିଲା । ଏହାସହିତ 2.75 କୋଟି ଜୋରିମାନା ଲାଗୁ କରାଯାଇଥିଲା ।

ତଥ୍ୟ ଅନୁଯାୟୀ, 2023-24 ମସିହାରେ FSSAI ରାସାୟନିକ ମିଶ୍ରଣ ଯାଞ୍ଚ କରିବା ପାଇଁ ଫଳ ଏବଂ ପନିପରିବା ଦ୍ରବ୍ୟର 16,67,63 ନମୁନା ସଂଗ୍ରହ କରିଥିଲା । ସମୁଦାୟ 12,27,95 ବିଶ୍ଳେଷଣ କରାଯାଇଥିବା ନମୁନା ମଧ୍ୟରୁ 24,794ଟି ଅସଙ୍ଗତ ବୋଲି ଜଣାପଡିଛି । FSSAI ବିଭିନ୍ନ ମସଲା ବର୍ଗ ଅଧୀନରେ 38,661 ନମୁନା, କରି ପାଉଡରର 479 ନମୁନା ଏବଂ ମିଶ୍ରିତ ମସଲାର 3478 ନମୁନା ସଂଗ୍ରହ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.