ETV Bharat / bharat

ବଢିଲା ମାଧବୀଙ୍କ ଅଡୁଆ: ହିଣ୍ଡେନବର୍ଗ-ଆଦାନୀ ମାମଲାର ଯାଞ୍ଚ ଶେଷ କରିବାକୁ ସୁପ୍ରିମକୋର୍ଟରେ ନୂଆ ମାମଲା - Hindenburg Adani issue

author img

By ETV Bharat Odisha Team

Published : Aug 13, 2024, 3:09 PM IST

Hindenburg-Adani Probe: ଯାଞ୍ଚ ଶେଷ କରିବାକୁ ସୁପ୍ରିମକୋର୍ଟରେ ନୂଆ ମାମଲା । ସେବି ମୁଖ୍ୟଙ୍କ ନାମ ମଧ୍ୟ ଉଲ୍ଲେଖ । ଦୁଇଦିନ ତଳେ ହିଣ୍ଡେନବର୍ଗ ପ୍ରକାଶ କରିଛି ବିସ୍ଫୋରକ ମନ୍ତବ୍ୟ । ଅଧିକ ପଢନ୍ତୁ

ହିଣ୍ଡେନବର୍ଗ-ଆଦାନୀ ଯାଞ୍ଚ ଶେଷ କରିବାକୁ ସୁପ୍ରିମ କୋର୍ଟରେ ନୂଆ ମାମଲା
ହିଣ୍ଡେନବର୍ଗ-ଆଦାନୀ ଯାଞ୍ଚ ଶେଷ କରିବାକୁ ସୁପ୍ରିମ କୋର୍ଟରେ ନୂଆ ମାମଲା (ETV Bharat Odisha)

ନୂଆଦିଲ୍ଲୀ: ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା ଆଦାନୀ ସମୂହ ବିରୁଦ୍ଧରେ ଠକେଇ ଅଭିଯୋଗ ମାମଲାର ତଦନ୍ତ ଜାରି ରଖିଛି ‘ସେବି’ । ତେବେ ଏହି ତଦନ୍ତ ଖୁବଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ନୂଆ ଆବେଦନ ହୋଇଛି । ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଉପରେ SEBIରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କରାଯାଇଥିବା ଏକ ଆବେଦନ ତାଲିକାଭୁକ୍ତ ନକରିବା ନେଇ କୋର୍ଟ ରେଷ୍ଟଷ୍ଟ୍ରୀଙ୍କ ବିରୋଧରେ ଏହି ଆବେଦନ କରାଯାଇଛି । SEBI ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହିଣ୍ଡେନବର୍ଗରେ ପ୍ରକାଶିତ ରିପୋର୍ଟକୁ ମଧ୍ୟ ଏହି ଆବେଦନରେ ଆବେଦନକାରୀ ଦର୍ଶାଇଛନ୍ତି ।

  • ବିଶାଲ ତିୱାରୀ କରିଛନ୍ତି ମାମଲା:-

ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଛି ଯେ, ଜାନୁଆରୀ ୨ ତାରିଖରେ ସର୍ବୋଚ୍ଚ ଅଦାଲତ ଦେଇଥିବା ଏକ ଆଦେଶରେ ‘ସେବି’ ଏହି ମାମଲାର ତଦନ୍ତ ଶେଷ କରି ଷ୍ଟାଟସ ରିପୋର୍ଟ ପ୍ରଦାନ କରୁଥିବା ନିର୍ଦ୍ଦେଶ ଥିଲା । ଏହା ଜନସାଧାରଣଙ୍କ ସ୍ୱାର୍ଥପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । 2023 ମସିହାରେ ଆଦାନୀ ଗୋଷ୍ଠୀ ବିରୋଧରେ ହିଣ୍ଡେନବର୍ଗର ବିବାଦୀୟ ରିପୋର୍ଟ ପ୍ରକାଶ ପାଇବା ପରେ ପାଣ୍ଠି ହରାଇଥିବା ନିବେଶକଙ୍କ ସ୍ୱାର୍ଥ ପାଇଁ ଏହି ତଦନ୍ତ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ମାତ୍ର SEBI ତାହା ଏପର୍ଯ୍ୟନ୍ତ ଶେଷ କରିନି ।

ଏହା ମଧ୍ୟ ପଢନ୍ତୁ:- ହିଣ୍ଡେନବର୍ଗ ଟାର୍ଗେଟରେ ସେବି ମୁଖ୍ୟ; ଆଦାନୀ ସ୍କାମରେ ଲିଙ୍କ୍ ନେଇ ଆଣିଲା ସାଂଘାତିକ ଅଭିଯୋଗ - New Hindenburg Report

  • ଏଭଳି ଅଭିଯୋଗ ଆଣିଲା ହିଣ୍ଡେନବର୍ଗ:-

ଦୁଇଦିନ ତଳେ ଆମେରିକୀୟ ସଂସ୍ଥା ‘ହିଣ୍ଡେନବର୍ଗ’ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଦାନ କରିଥିଲା । ଭାରତୀୟ ପ୍ରତିଭୂତି ଓ ବିନିୟମ ବୋର୍ଡ ମୁଖ୍ୟ ମାଧବୀ ପୁରୀ ବୁଚ୍ ଆଦାନୀ ଗ୍ରୁପ ଓ ତାଙ୍କର ସ୍ୱାମୀ ଧବଲ ବୁଚ, ଘୋଟାଲାରେ ସମ୍ପୃକ୍ତ ଏକ ବିଦେଶୀ କମ୍ପାନୀ ଅଂଶଧନ ନିବେଶ କରିଛନ୍ତି ବୋଲି ଅଭିଯୋଗ କରିଥିଲା ସଂସ୍ଥା । ସଂସ୍ଥାର ଅଭିଯୋଗ ଅନୁସାରେ, 2015 ଜୁନରେ ମାଧବୀ ଓ ତାଙ୍କ ସ୍ବାମୀ ପ୍ରଥମେ ଆଇପିଇ ପ୍ଲସ ଫଣ୍ଡ 1ରେ ସିଙ୍ଗାପୁରରେ ଆକାଉଣ୍ଟ ଖୋଲିଥିଲେ । ଏହି ଫଣ୍ଡରେ ଦିଆଯାଇଥିବା ଘୋଷଣାନାମାରେ ନିବେଶର ଉତ୍ସ ଦରମା ବୋଲି ଦର୍ଶାଯାଇଥିଲା ଏବଂ ତାଙ୍କର ନେଟ୍‌ୱର୍ଥ 10 ମିଲିୟନ ଡଲାର ଆକଳନ କରାଯାଇଥିଲା । ଏହି କାରଣରୁ ଆଦାନୀ ଗ୍ରୁପ ଘୋଟାଲାର ତଦନ୍ତ ପାଇଁ ସେବି ଆଗ୍ରହ ପ୍ରକାଶ କରିନଥିବା ହିଣ୍ଡେନବର୍ଗ ଅଭିଯୋଗ ଆଣିଥିଲା ।

  • ହିଣ୍ଡେନବର୍ଗର ପୂର୍ବ ରିପୋର୍ଟ ?

ଗତବର୍ଷ (2023) ଜାନୁଆରୀରେ ଆଦାନୀ ଗ୍ରୁପ ଷ୍ଟକ ଜାଲିଆତି ନେଇ ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଥିଲା । ରିପୋର୍ଟରେ ଆଦାନୀ ଗ୍ରୁପ କମ୍ପାନୀ ଆକାଉଣ୍ଟିଂ ଓ ଷ୍ଟକ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ଏହି ରିପୋର୍ଟକୁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ସଂସଦରେ ମଧ୍ୟ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ସେୟାର ଦ୍ରୁତ ଭାବରେ ହ୍ରାସ ପାଇଥିଲା । ନିବେଶକମାନେ ବିପୁଳ କ୍ଷତି ସହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.