ETV Bharat / bharat

ଆଜି ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି, ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ - ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

French President Macron Visit India: ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଆଜି ରାଜସ୍ଥାନରେ ପହଞ୍ଚିବେ । ଅଧିକ ପଢନ୍ତୁ

French President Macron Visit India
ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି
author img

By ETV Bharat Odisha Team

Published : Jan 25, 2024, 8:48 AM IST

ନୂଆଦିଲ୍ଲୀ: ଭାରତର ୭୫ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଏଥିପାଇଁ ରାଷ୍ଟ୍ରପତି ମାକ୍ରନ ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ସେ ପ୍ରଥମେ ରାଜସ୍ଥାନର ଜୟପୁରରେ ଅବତରଣ କରିବେ ଏବଂ ସେଠାରୁ ଦିଲ୍ଲୀ ଆସିବେ । ତାଙ୍କର ସ୍ବାଗତ ପାଇଁ ଜୟପୁର ଓ ଦିଲ୍ଲୀରେ ଭବ୍ୟ ଆୟୋଜନ କରାଯାଇଛି । ଜୟପୁରରେ ପହଞ୍ଚିବା ପରେ ଆମେର ଦୁର୍ଗରୁ ମାକ୍ରନଙ୍କ ଯାତ୍ରା ଆରମ୍ଭ ହେବ । ସେଠାରେ ତାଙ୍କ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ରାଷ୍ଟ୍ରପତି ମାକ୍ରନ ଆମେରରୁ ଜନ୍ତର ମନ୍ତର ଅଭିମୁଖେ ଯାତ୍ରା କରିବେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବେ । ଏହାପରେ ଦୁଇ ନେତା ମିଶି ଜନ୍ତର ମନ୍ତର ସମେତ ଗୋଲାପୀ ସହରର କିଛି ବିଶ୍ବ ଐତିହ୍ୟସ୍ଥଳୀର ପରିଦର୍ଶନ କରିବେ ଓ ଜୟପୁରର ସ୍ପେଶାଲ ମସଲା ଚା' ପିଇବେ । ଜନ୍ତର ମନ୍ତର ବିଶ୍ବର ସର୍ବବୃହତ ପର୍ଯ୍ୟବେକ୍ଷଣାଗାର ଏବଂ ବିଶ୍ବ ଐତିହ୍ୟ ସ୍ଥଳ ଅଟେ । ଏଠାରେ ବିଶ୍ବର ସବୁଠୁ ବଡ ସୂର୍ଯ୍ୟଘଡ଼ି ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମାକ୍ରନ ଜନ୍ତରମନ୍ତରରୁ ସଙ୍ଗାନେରୀ ଗେଟ୍ ପର୍ଯ୍ୟନ୍ତ ରୋଡ୍ ଶୋ' କରି ହାୱା ମହଲରେ ଅଟକିବେ ।

ଏହା ମଧ୍ୟ ପଢନ୍ତୁ: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି

ହାୱା ମହଲରେ ଏକ ଫଟୋ ସେସନ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ ଉଭୟ ନେତା ହସ୍ତତନ୍ତ ଦୋକାନ ଏବଂ ଚା' ଷ୍ଟଲକୁ ଯିବେ । ଏହାପରେ ଦୁହେଁ ମିଶି ଆଲବର୍ଟ ହଲ୍ ମ୍ୟୁଜିୟମ ପରିଦର୍ଶନ କରିବେ । ଶେଷରେ ଆଜି ରାତିରେ ପ୍ରଧାନମନ୍ତ୍ରୀ ମୋଦି ରାମବାଗ ପ୍ୟାଲେସରେ ମାକ୍ରନଙ୍କ ପାଇଁ ବ୍ୟକ୍ତିଗତ ନୈଶ୍ୟଭୋଜିର ଆୟୋଜନ କରିବେ । ଏହାରି ସହିତ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପ୍ରଥମ ଦିନ ଭାରତ ଗସ୍ତ ଶେଷ ହେବ । ଆଜିର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଭାରତର ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଇମାନୁଏଲ ମାକ୍ରନ । ତେବେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରଣନୀତିକ ଭାଗିଦାରୀର ୨୫ ବର୍ଷ ପାଳନ ଅବସରରେ ରାଷ୍ଟ୍ରପତି ମାକ୍ରନ ଭାରତ ଗସ୍ତ କରୁଛନ୍ତି ।

କହିରଖୁଛୁ କି, ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ଜାନୁଆରୀ ୨୬ରେ ସେ ଦିଲ୍ଲୀ ଆସିବା ପାଇଁ ଅସମର୍ଥତା ପ୍ରକାଶ କରିବାରୁ ଶେଷ ମୁହୂର୍ତ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବାରେ ମାକ୍ରନ ହେଉଛନ୍ତି ଷଷ୍ଠ ଫ୍ରାନ୍ସ ନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.