ETV Bharat / bharat

ଛତିଶଗଡ଼ରେ ପୋଲିସ-ନକ୍ସଲ ମୁହାଁମୁହିଁ, 10 ନକ୍ସଲ ନିପାତ - Bijapur Naxal Encounter - BIJAPUR NAXAL ENCOUNTER

Bijapur Naxalite Encounter: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ପୋଲିସ ନକ୍ସଲ ମୁହାଁମୁହିଁ । ପୋଲିସ ଏନକାଉଣ୍ଟରରେ 10 ନକ୍ସଲ ନିହତ । ଅଧିକ ପଢନ୍ତୁ

Bijapur Naxalite Encounter
Bijapur Naxalite Encounter
author img

By ETV Bharat Odisha Team

Published : Apr 2, 2024, 11:10 AM IST

Updated : Apr 3, 2024, 7:45 AM IST

ରାୟପୁର: ନକ୍ସଲ ବିରୋଧି ଅଭିଯାନରେ ଛତିଶଗଡ ପୋଲିସକୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ 10 ନକ୍ସଲ । ଗତକାଲି ଛତିଶଗଡ ବିଜାପୁରରେ ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ କୋରଚୋଲି ଓ ଲଣ୍ଡ୍ରା ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ 10 ଜଣ ନକ୍ସଲ ନିହତ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ପୋଲିସ ପକ୍ଷରୁ ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଡିଆଇଜି ଓ ଏସପି ଏହି ଆଣ୍ଟି ନକ୍ସଲ ଅପରେସନ ଉପରେ ନଜର ରଖିଛନ୍ତି ।

ପୋଲିସ-ନକ୍ସଲ ମୁହାଁମୁହିଁ: ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ଡିଆରଜି (DRG), ସିଆରଫିଏଫ (CRPF)ର କୋବ୍ରା ବାଟାଲିୟନ ଓ ବସ୍ତର ଫାଇଟର୍ସ, ବସ୍ତାରିୟା ବାଟାଲିୟନ ଓ ସିଆରପିଏଫ ଯବାନମାନଙ୍କର ଏକ ମିଳିତ ଟିମ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବିଜାପୁର କୋରଚୋଲି ଓ ଲଣ୍ଡ୍ରା ଜଙ୍ଗଲରେ ନକ୍ସଲ ବିରୋଧି ଅଭିଯାନ ଆରମ୍ଭ କରିଥିଲେ । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ଗଙ୍ଗାଲୁର ଏରିଆ କମିଟି ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ନକ୍ସଲମାନେ ଯବାନମାନଙ୍କ ଉପରକୁ ଗୁଳି ବର୍ଷା କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ପରେ ଘଟଣାସ୍ଥଳରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ବିଜାପୁରରେ ଲାଲବାହିନୀକୁ ବଡ଼ ଝଟକା, ପୋଲିସ ଏନକାଉଣ୍ଟରରେ 6 ନକ୍ସଲ ନିପାତ - Bijapur Naxalite Encounter

10 ନକ୍ସଲ ମୃତଦେହ ଜବତ: ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଘଟଣାସ୍ଥଳରୁ 10 ଜଣ ହାର୍ଡକୋର ନକ୍ସଲଙ୍କ ମୃତଦେହ ଜବତ କରାଯାଇଥିବା ନେଇ ସୂଚନା ରହିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ମୃତଦେହ ମଧ୍ୟ ରହିଛି । ଏଥିସହ ଗୋଟିଏ ଏକେ 47, ଇନସାସ୍ LMG ଆଦି ଅସ୍ତ୍ରଶସ୍ତ୍ର ଓ ଅନେକ ମାତ୍ରାରେ ମାଓ ବିସ୍ପୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ସର୍ଚ୍ଚ ଅପରେସନରେ ସାମିଲ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ 27 ତାରିଖରେ ଛତିଶଗଡ଼ ବିଜାପୁରରେ ପୋଲିସ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିଲେ । ବିଜାପୁର ଜିଲ୍ଲା ଚୁକୁରବାଟି ପୁସବାକା ନିକଟ ଏକ ଜଙ୍ଗଲରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ 6 ନକ୍ସଲ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 3, 2024, 7:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.