ETV Bharat / bharat

ଅଜାତଶତ୍ରୁ ଅଟଳ ବିହାରୀଙ୍କୁ ଝୁରୁଛି ଦେଶ, ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - Vajpayee Death Anniversary

author img

By ETV Bharat Odisha Team

Published : Aug 16, 2024, 8:29 AM IST

Atal Bihari Vajpayee Death Anniversary: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକ । ବିିଜେପିର ସେ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ । ତାଙ୍କର ବଳିଷ୍ଠ କାର୍ଯ୍ୟ ପାଇଁ ଆଜି ବି ସେ ପ୍ରତିଟି ଭାରତୀୟଙ୍କ ପାଇଁ ଅମର । ଅଧିକ ପଢନ୍ତୁ

Atal Bihari Vajpayee
Atal Bihari Vajpayee (Etv Bharat)

ହାଇଦ୍ରାବାଦ: ଅଟଳ ବିହାରୀ ବାଜପେୟୀ... ସେ ଥିଲେ ରାଜନୀତିର ଅଜାତଶତ୍ରୁ, ଆଧୁନିକ ଭାରତର କର୍ଣ୍ଣଧାର । ଓଜସ୍ବୀନି ବକ୍ତା, ଜଣେ ପ୍ରସିଦ୍ଧ ହିନ୍ଦୀ କବି ଓ ହିନ୍ଦୁସ୍ଥାନର ଜଣେ ସଫଳ ପ୍ରଧାନମନ୍ତ୍ରୀ । ସେ ରାଜନେତା ନଥିଲେ ବରଂ ଥିଲେ ରାଷ୍ଟ୍ରନେତା । ଆଜି ସେହି ମହାନ ବ୍ୟକ୍ତିଙ୍କ ଷଷ୍ଠ ତମ ପୂଣ୍ୟତିଥି । ଅଟଳ ବିହାରୀ ନାହାଁନ୍ତି ସତକିନ୍ତୁ ତାଙ୍କର ବଳିଷ୍ଠ କାର୍ଯ୍ୟ ପାଇଁ ଆଜି ବି ସେ ପ୍ରତିଟି ଭାରତୀୟଙ୍କ ପାଇଁ ଅମର । ତାଙ୍କର ପ୍ରେରଣା, ପରାମର୍ଶ, ମାର୍ଗଦର୍ଶନ ଆର୍ଶିବାଦ ସବୁଦିନ ପାଇଁ ଦେଶର ସମ୍ପଦ ହୋଇ ରହିଛି ଓ ରହିବ । 2018 ଜିର ଦିନରେ ସେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

‘ସଦୈଭ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି: ଆଜି ରାଜନୀତିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ। ବାଜପେୟୀଙ୍କ ସ୍ମୃତି ପୀଠ ‘ସଦୈଭ ଅଟଳ’ରେ ଦିଆଯାଉଛି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ରାଷ୍ଟ୍ରପତି ଦ୍ରୌପଦ୍ରୀ ମୁର୍ମୁ ସଦୈଭ ଅଟଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ୍‌ ବିର୍ଲା ଓ ଉପ ରାଷ୍ଟ୍ରପତି ଜଗଦିପ ଧରଖର ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Ram Narain Agarwal passes away; ଆରପାରିରେ ଭାରତର ‘ଅଗ୍ନି’ ଜନକ ରାମ ନାରାୟଣ ଅଗ୍ରଓ୍ବାଲ - Ram Narain Agarwal passes away

ଅଟଳ ବିହାରୀଙ୍କ ରାଜନୈତିକ ଯାତ୍ରା: ଭାରତୀୟ ରାଜନୀତିରେ ବାଜପେୟୀଙ୍କ ଭୂମିକା ଅତୁଳନୀୟ । ଜନତାଙ୍କ ନେତା ଥିଲେ ସେ । ଭାରତଛଡା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଯେଉଁଥି ପାଇଁ ତାଙ୍କୁ 23 ଦିନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ରାଜନୈତିକ ଜୀବନରେ ସେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । 1957ରୁ 2009 ପର୍ଯ୍ୟନ୍ତ 9 ଥର ଲୋକସଭାକୁ ସେ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ 1962 ଓ 1986 ରେ ଦୁଇଥର ନିର୍ବାଚିତ ହୋଇଥିଲେ । ସଂସଦରେ 50 ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିଲେ ବାଜପେୟୀ । ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ଭଳି 4 ଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ମୋରାରଜୀ ଦେଶାଇଙ୍କ ସରକାରରେ 1977 ରୁ 1979 ପର୍ଯ୍ୟନ୍ତ ସେ ବୈଦେଶିକ ମନ୍ତ୍ରୀ ଥିଲେ । ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ ଯିଏ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ବିତ କରିଥିଲେ । ବିଜେପି ତରଫରୁ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । 1996ରେ 13 ଦିନ, 1998ରୁ 1999ମଧ୍ୟରେ 13 ମାସ ଏବଂ 1999ରୁ 2004 ପୁରା 5 ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ଦେଶ ପ୍ରତି ବାଜପେୟୀଙ୍କ ଅବଦାନ: ଦେଶ ପ୍ରତି ବାଜପେୟୀଙ୍କ ଅତୁଳନୀୟ ଅବଦାନ ରହିଛି । 1974 ମସିହାରେ ଭାରତର ପ୍ରଥମ ଆଣବିକ ପରୀକ୍ଷଣ ଠାରୁ ଆରମ୍ଭ କରି ନୂଆ ଟେଲିକମ ନୀତି, ଚନ୍ଦ୍ରଯାନ 1 ଏବଂ ଦେଶର ଶିକ୍ଷା ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ବଡ଼ ବଡ଼ ନିଷ୍ପତି ନେଇଥିଲେ ବଜପେୟୀ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ ନୀତି ଦେଶର ଶିକ୍ଷା ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ବଡ ବଡ ନିଷ୍ପତ୍ତ ନେଇଥିଲେ । 1999ରେ କାର୍ଗିଲ ଯୁଦ୍ଧ 2001ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ଯ୍ୟକାଳରେ ହୋଇଥିଲା । ଯାହା ବାଜପେୟୀଙ୍କୁ କିଛିମାତ୍ରାରେ ଚିନ୍ତାରେ ପକାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.