ETV Bharat / bharat

ଯୌନ ନିର୍ଯାତନା ମାମଲା, ଆଜି CIDରେ ହାଜର ହେବେ ୟେଦୁରପ୍ପା - BS Yediyurappa

BS Yediyurappa's POCSO case: ଆଜି ସିଆଇଡିରେ ହାଜର ହେବେ ବିଏସ ୟେଦୁରପ୍ପା । ଯୌନ ନିର୍ଯାତନା ମାମଲାରେ ତଦନ୍ତ ପରିସରଭୁକ୍ତ ହେବେ । ଅଧିକ ପଢନ୍ତୁ

BS Yediyurappa
BS Yediyurappa (ETV BHARAT ODISHA)
author img

By ETV Bharat Odisha Team

Published : Jun 17, 2024, 10:12 AM IST

ବେଙ୍ଗାଲୁରୁ: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଜି ସିଆଇଡିରେ ହାଜର ହେବେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ବିଏସ ୟେଦୁରପ୍ପା । ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟ POCSO ମାମଲାରେ ୟେଦୁରପ୍ପାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ । ଏହାପରେ ତାଙ୍କୁ ଆଜି ସିଆଇଡିରେ ହାଜର ହେବାକୁ କୁହାଯାଇଥିଲା । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଲୋକେ ହିଁ ସବକ ଶିଖାଇବେ ବୋଲି ସେ କହିଛନ୍ତି । ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଗୁରୁବାର ଦିନ ବେଙ୍ଗାଲୁରୁର ଏକ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନ ଜାରି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ମାର୍ଚ୍ଚ 14 ତାରିଖରେ ସଦାଶିବନଗର ପୋଲିସ ଷ୍ଟେସନରେ ବିଏସ ୟେଦୁରପ୍ପାଙ୍କ ବିରୋଧରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ପୀଡିତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ POCSO ଆକ୍ଟ ଏବଂ IPC ଧାରା 354 (A) ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା ପୋଲିସ । ଫେବୃଆରୀ 2 ତାରିଖରେ ନାବାଳିକା ଜଣଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ଯେତେବେଳେ ପୀଡିତା ଓ ତାଙ୍କ ମାଆ ଏକ ଠକେଇ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିବାକୁ ଯାଇଥିଲେ ।

ବିଏସ ୟେଦୁରପ୍ପା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିହା ସହ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଥିବା କହିଛନ୍ତି । ଏହି ମାମଲା ବିରୋଧରେ ସେ କୋର୍ଟରେ ଲଢିବେ ବୋଲି ମତ ରଖିଛନ୍ତି । ୟେଦୁରପ୍ପାଙ୍କ ବିରୋଧରେ ମାମଲା ଦାୟର କରିଥିବା ପୀଡିତାଙ୍କ ମାଆ କର୍କଟ ରୋଗରେ ପୀଡିତ ଥିବାରୁ ଗତ ମାସରେ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଗତବର୍ଷ (2023) ଫେବୃଆରୀ ମାସରେ ରାଜନୀତିରୁ ଅବସର ନେଇଥିଲେ ବରିଷ୍ଠ ବିଜେପି ନେତା ବିଏସ ୟେଦୁରପ୍ପା ।

ପ୍ରଥମେ ଏହି ମାମଲା ଥାନାରେ ପଞ୍ଜିକୃତ ହେବା ପରେ ୟେଦୁରପ୍ପା କହିଥିଲେ ଯେ, ଜଣେ ମହିଳା ମୋ ଘରକୁ ଆସି ତାଙ୍କର କିଛି ସମସ୍ୟା ଥିବା କାନ୍ଦି କାନ୍ଦି କହୁଥିଲେ । ମୁଁ ତାଙ୍କୁ ସମସ୍ୟା ସମ୍ପର୍କରେ ପଚାରିଥିଲି ଓ ପୋଲିସ କମିଶନରଙ୍କୁ ଫୋନ କରି ତାଙ୍କୁ ସାହାଯ୍ୟ କରିବାକୁ କହିଥିଲି । ପରେ ମହିଳା ଜଣକ ମୋ ବିରୋଧରେ କହିବା ଆରମ୍ଭ କରିଥିଲେ । ମୁଁ ଏହି ମାମଲାକୁ ପୋଲିସ କମିଶନରଙ୍କୁ ଅବଗତ କରାଇଥିଲି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.