ETV Bharat / bharat

ବିପଦ ମୁହଁରେ ବାତ୍ୟା ପ୍ରବଣ ୫ ରାଜ୍ୟ, ପ୍ରତିବର୍ଷ ପ୍ରକୃତି ରଚେ ପ୍ରଳୟ, ଜାଣନ୍ତୁ...

ଓଡ଼ିଶା ଭଳି ଏମିତି କିଛି ରାଜ୍ୟ ଅଛି ଯେଉଁଠି ପ୍ରତିବର୍ଷ ପ୍ରକୃତିର ପ୍ରଳୟ ଦେଖାଯାଏ । ବାତ୍ୟା ପ୍ରବଣ କୁହାଯାଉଥିବା ଏସବୁ ରାଜ୍ୟରେ ବିଭିନ୍ନ ସମୟରେ ଲ୍ୟାଣ୍ଡଫଲ କରେ ବାତ୍ୟା । ଆସନ୍ତୁ ଜାଣିବା,

Five Cyclone Prone States
Five Cyclone Prone States (ETV Bharat Odisha)
author img

By ETV Bharat Odisha Team

Published : 7 hours ago

ହାଇଦ୍ରାବାଦ: ଆସନ୍ତୁ ଜାଣିବା ଦେଶର ଏମିତି 5ଟି ରାଜ୍ୟ ବିଷୟରେ, ଯେଉଁଠି ପ୍ରତିବର୍ଷ ପ୍ରକୃତିର ପ୍ରଳୟ ଦେଖିବାକୁ ମିଳେ । ଅନେକ ସମୟରେ ଏହି ରାଜ୍ୟଗୁଡିକରେ ବାତ୍ୟା ବହୁ କ୍ଷୟକ୍ଷତି କରିଛି ।

ଓଡ଼ିଶା:

29 ଅକ୍ଟୋବର 1999ରେ ଓଡ଼ିଶାକୁ ଆସିଥିଲା ମହାବାତ୍ୟା । ଯେଉଁଥିରେ 270 କିଲୋମିଟର ବେଗରେ ପବନ ବହିବା ସହ ସବୁକିଛି ଉଡ଼ାଇ ନେଇଥିଲା । ପାଖାପାଖି 10 ହଜାର ଲୋକଙ୍କ ଜୀବନ ଯାଇଥିଲା। ଏହାପରେ ବିଗତ ବର୍ଷମାନଙ୍କରେ ଫାଇଲିନ, ଫନି ଏବଂ ୟସ ଭଳି ବାତ୍ୟା ଓଡ଼ିଶାକୁ ଆସିଛି । ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ ଏବଂ ଭଦ୍ରକ ଭଳି ଜିଲ୍ଲା ବିଶେଷ କରି ପ୍ରଭାବିତ ହୋଇଥାଏ । ତେବେ ଚଳିତ ବର୍ଷ ପୁଣି ଘାରିଛି ବାତ୍ୟା 'ଦାନା' ଚିନ୍ତା । ବଳ ଗୋଟାଉଛି ସାମ୍ଭାବ୍ୟ ବାତ୍ୟା ‘ଦାନା’ । ଲଘୁଚାପ ସୃଷ୍ଟି ହୋଇଥିବାବେଳେ ୨୩ରୁ ବର୍ଷା ବଢ଼ିବା। ଏନେଇ ୪ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି ।

  • ୨୯ ଅକ୍ଟୋବର ୧୯୯୯ ମହାବାତ୍ୟା
  • ୨୭୦ କିଲୋମିଟରରୁ ଅଧିକ ବେଗରେ ପବନ
  • ୧୦ ହଜାର ଲୋକଙ୍କ ଜୀବନ ଯାଇଥିଲା
cyclone
cyclone (IMD)

ଆନ୍ଧ୍ରପ୍ରଦେଶ:

ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳେ । ଅର୍ଥାତ ଅନେକ ସମୟରେ ଏଠାରେ ରହିଥାଏ ବାତ୍ୟାର ଭୟ । ରିପୋର୍ଟ ଅନୁସାରେ, ଏହି ରାଜ୍ୟକୁ ପ୍ରତିବର୍ଷ ପ୍ରାୟ 2 ରୁ 3ଟି ବାତ୍ୟା ଆସିଥିବାର ନଜିର ରହିଛି । 2018ରେ ବାତ୍ୟା ତିତିଲି ଯୋଗୁ ଆନ୍ଧ୍ରପ୍ରଦେଶ ବେଶ ପ୍ରଭାବିତ ହୋଇଥିଲା। ବାତ୍ୟା ଯୋଗୁ ନେଲ୍ଲୋର, ପୂର୍ବ ଗୋଦାବରୀ ଓ କୃଷ୍ଣା ଜିଲ୍ଲାରେ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ।

  • ୨୦୧୮ରେ ବାତ୍ୟା ତିତିଲି
  • ଆନ୍ଧ୍ରପ୍ରଦେଶ ପ୍ରଭାବିତ
  • ନେଲ୍ଲୋର, ପୂର୍ବ ଗୋଦାବରୀ ଓ କୃଷ୍ଣା ଜିଲ୍ଲା କ୍ଷତିଗ୍ରସ୍ତ

ତାମିଲନାଡୁ:

ହୀନ୍ଦ ମହାସାଗରରେ 2008 ମସିହାରେ ହୋଇଥିଲା ବାତ୍ୟା 'ନିଶା'। ଏହାର କରାଳ ରୂପ ଏଯାଏଁ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ । ଏହି ବାତ୍ୟା ଯୋଗୁଁ ପ୍ରାୟ 200 ଲୋକଙ୍କ ଜୀବନ ଯାଇଥିଲା । ଏହାସହ ତାମିଲନାଡୁରେ ପ୍ରତିବର୍ଷ ପାଖାପାଖି 5-6 ବାତ୍ୟା ଆସିବାର ଭୟ ରହିଥାଏ। ପୁଡ୍ଡୁକୁଟ୍ଟୟୀ, କଡଲୋର, କାଞ୍ଚିପୁରମ, ତିରୁୱରର, ନାଗାପତିନମ, ଚେନ୍ନାଇ, ରାମନାଥପୁରମ ଏବଂ ତିରୁନରୱେଲି ଆଦି ଜିଲ୍ଲା ପ୍ରଭାବିତ ହୋଇଥାଏ। ଗତବର୍ଷ ବାତ୍ୟା ମିଚୌଙ୍ଗ ତାମିଲନାଡୁରେ ତାଣ୍ଡବ ରଚିଥିଲା ।

  • ୨୦୦୮ରେ ବାତ୍ୟା 'ନିଶା'
  • ୨୦୦ ଲୋକଙ୍କ ଜୀବନ ଯାଇଥିଲା
cyclone
cyclone (IMD)

ପଶ୍ଚିମବଙ୍ଗ:

11 ନଭେମ୍ବର 1970 ମସିହାରେ ସବୁଠୁ ଭୟଙ୍କର ବାତ୍ୟା 'ଭୋଳା' ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା । ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ଏହି ରାଜ୍ୟର ଭୌଗୋଳିକ ସ୍ଥିତି ଏପରି ଯେ ଅଧିକାଂଶ ସମୟରେ ବାତ୍ୟାର ଆଶଙ୍କା ଘନେଇଥାଏ ।

  • ୧୯୭୦ ନଭେମ୍ବର ୧୧ରେ ବାତ୍ୟା 'ଭୋଳା' ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା
  • ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା

ପୁଡୁଚେରୀ:

2011ରେ ଏଠାରେ ହୋଇଥିବା ବାତ୍ୟାରେ 20 ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇଥିଲା । ସେହିପରି 2018ରେ ବାତ୍ୟା 'ଗାଜା' ଏଠାରେ ତାଣ୍ଡବ ରଚିଥିଲା। ସେହିପରି ପୁଡୁଚେରୀକୁ ଅନେକ ସମୟରେ ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

  • ୨୦୧୧ ବାତ୍ୟା ନେଇଥିଲା ୨୦ରୁ ଅଧିକ ଲୋକଙ୍କ ଜୀବନ
  • ୨୦୧୮ରେ ବାତ୍ୟା 'ଗାଜା' ତାଣ୍ଡବ ରଚିଥିଲା

ଏହା ବି ପଢନ୍ତୁ...ଓଡିଶା ପାଇଁ ଅଶୁଭ ଅକ୍ଟୋବର ! ବାତ୍ୟା ଆସିଲେ ମନେପଡେ ମହାବାତ୍ୟା ୧୯୯୯, ୩୦୦ କିମି ବେଗରେ ପବନ, ୮ ମିଟର ଉଚ୍ଚ ଜୁଆର ...

ଏହା ମଧ୍ୟ ପଢନ୍ତୁ:- ଆସୁଛି 'ଦାନା'; ୧୦୦ରୁ ୧୨୦ କିମି ବେଗରେ ବହିବ ପବନ, ବର୍ଷା ପାଇଁ 4 ଜିଲ୍ଲାକୁ ରେଡ୍ ଆଲର୍ଟ

ଏହା ମଧ୍ୟ ପଢନ୍ତୁ:- ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଆସୁଛି ‘ଦାନା’; ସତର୍କତା ହିଁ ସୁରକ୍ଷା, ବାତ୍ୟା ପାଇଁ ଏହି ସତର୍କତା ଅବଲମ୍ବନ କରନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.