ETV Bharat / bharat

ଆଜିଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାଂସଦ ନେବେ ଶପଥ - First session of 18th Lok Sabha

author img

By ETV Bharat Odisha Team

Published : Jun 23, 2024, 3:34 PM IST

Updated : Jun 24, 2024, 6:30 AM IST

ଆଜି ଆରମ୍ଭ ହେବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ତମାମ ମନ୍ତ୍ରୀ ଓ ନବନିର୍ବାଚିତ ସାଂସଦମାନେ ନେବେ ଶପଥ । ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର । ମିଳିତ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

କାଲିଠୁ 18ଦଶ ଲୋକସଭାର ପ୍ରଥମ ଅଧିବେଶନ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାଂସଦ ନେବେ ଶପଥ
କାଲିଠୁ 18ଦଶ ଲୋକସଭାର ପ୍ରଥମ ଅଧିବେଶନ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାଂସଦ ନେବେ ଶପଥ (ETV Bharat Odisha)

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଏହାପରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଉଦଘାଟନୀ ଦିବସରେ 280 ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିବେ । ପରଦିନ ଅର୍ଥାତ 25 ତାରିଖରେ ଅବଶିଷ୍ଟ 264 ସାଂସଦ ଶପଥ ପାଠ କରିବେ । ଏହାପରେ ବାତସ୍ପତି ନିର୍ବାଚନ, ରାଷ୍ଟ୍ରପତିଙ୍କ ସମ୍ବୋଧନ, ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଆଦି କାର୍ଯ୍ୟକ୍ରମ ରହିଛି ।

ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ପାଇଁ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବାଚସ୍ପତି ଭାବେ ନିଯକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହେବ । 26ରେ ବାଚସ୍ପତି ନିର୍ବାଚନ ପରେ 27 ତାରିଖରେ ରାଷ୍ଟ୍ରପତିଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ଥିବାବେଳେ ପରବର୍ତ୍ତୀ କାର୍ଯ୍ୟଦିବସ ତଥା 28 ତାରିଖରେ ଧନ୍ୟବାଦ ପ୍ରସ୍ତାବ ଆଗତ ଓ ଚର୍ଚ୍ଚା ହେବ । ଜୁଲାଇ 2 କିମ୍ବା 3 ତାରିଖରେ ଏହି ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ରଖିପାରନ୍ତି ।

ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ନେଇ ବିବାଦ:-

7ଥର ସଂସଦକୁ ନିର୍ବାଚିତ ହୋଇଥିବା ବିଜେପିର ବରିଷ୍ଠ ସଦସ୍ୟ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ନିଯୁକ୍ତ କରାଯାଇଛି । ହେଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଶାସକ ଦଳ ଏହି ନିଷ୍ପତ୍ତିରେ ସଂସଦୀୟ ପରମ୍ପରାକୁ ଅନୁପାଳନ କରିନଥିବା ଦଳ ଅଭିଯୋଗ କରିଛି । ସଂସଦୀୟ ପରମ୍ପରା ଅନୁସାରେ, ଯେକୌଣସି ଦଳର ନିର୍ବାଚିତ ବରିଷ୍ଠ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଥାନ୍ତି । ବାଚସ୍ପତି ନିର୍ବାଚନ ସରିବା ପର୍ଯ୍ୟନ୍ତ ସେ ମାତ୍ର କିଛି ଦିନ କାର୍ଯ୍ୟଭାର ତୁଲାନ୍ତି । ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ପରେ ନବନିର୍ବାଚିତ ବାଚସ୍ପତିଙ୍କୁ କାମଚଳା ବାଚସ୍ପତି ଦାୟିତ୍ବ ହସ୍ତାନ୍ତର କରିଥାନ୍ତି । ହେଲେ ଭର୍ତ୍ତୃହରି 7ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ସାଂସଦ କୋଡିକୁନିଲ ସୁରେଶ 8ଥର ନିର୍ବାଚିତ ହୋଇଛନ୍ତି । ସେ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହେବା କଥା, ମାତ୍ର ସରକାରୀ ଦଳ ସେପରି ନକରି ସଂସଦୀୟ ପରମ୍ପରା ଭାଙ୍ଗିଛି ବୋଲି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଖଣ୍ଡନ କରିବା ସହ କଂଗ୍ରେସର ତର୍କକୁ ଅଗ୍ରହଣୀୟ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କେନ୍ଦୁଝରରେ ସିଏମ ମୋହନ ମାଝୀ; ମୁଖ୍ୟମନ୍ତ୍ରୀ ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ

ଏଥର ଗୃହରେ ଶକ୍ତିଶାଳୀ ବିରୋଧୀ:-

ଏଥର ସର୍ବୋଚ୍ଚ ପଞ୍ଚାୟର ନିର୍ବାଚିତ ସଦନ ଲୋକସଭାରେ ପୂର୍ବାପେକ୍ଷା ଶକ୍ତିଶାଳୀ ଭୂମିକାରେ ନଜର ଆସିବେ ବିରୋଧୀ । ସରକାରୀ ମେଣ୍ଟ ‘ଏନଡିଏ’ ନିକଟରେ ମୋଟ 293 ସଦସ୍ୟ ଥିବାବେଳେ ଏହାର ମୁଖ୍ୟ ତଥା ନେତୃତ୍ବାକାରୀ ଦଳ ଭାରତୀୟ ଜନତା ପାର୍ଟି ନିକଟରେ 240 ସାଂସଦ ରହିଛନ୍ତି । ସେହିପରି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ପୂର୍ବାପେକ୍ଷା ଅଧିକ ପ୍ରଭାବୀ ଭୂମିକାରେ ଆସିବାକୁ ଯାଉଛି । କାରଣ ଏଥର ମେଣ୍ଟ ନିକଟରେ 234 ସଦସ୍ୟ ରହିଛନ୍ତି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିକଟରେ 102 ସଦସ୍ୟ ରହିଛନ୍ତି । ତେଣୁ କୌଣସି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଚର୍ଚ୍ଚାରେ କଡା ତର୍କ ଓ ଶାସକ ବିରୋଧୀ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2024, 6:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.