ETV Bharat / bharat

ଓଡିଶା-ଛତିଶଗଡ ସୀମାରେ ନକ୍ସଲ ଅପରେସନ, ଜଣେ ଓଡିଆ ଯବାନ ଗୁରୁତର - naxalite operation

author img

By ETV Bharat Odisha Team

Published : May 20, 2024, 9:58 AM IST

Updated : May 20, 2024, 3:13 PM IST

Firing in Gariaband: ଓଡିଶା-ଛତିଶଗଡ ସୀମା ଗାରିଆବନ୍ଧରେ ନକ୍ସଲ ଅପରେସନ ବେଳେ ସୁରକ୍ଷାବଳ ଉପରେ ଗୁଳିମାଡ । ଜଣେ ଓଡିଆ ଏସଓଜି ଯବାନ ଗୁରୁତର । ବେକରେ ଲାଗିଛି ଗୁଳି । ରାୟପୁର ସ୍ଥାନାନ୍ତର । ଅପରେସନ ଜୋରଦାର କଲା ସୁରକ୍ଷାବଳ । ଅଧିକ ପଢନ୍ତୁ

ଓଡିଶା-ଛତିଶଗଡ ସୀମାରେ ଏନକାଉଣ୍ଟର, ଜଣେ ଓଡିଆ ଯବାନ ଗୁରୁତର
ଓଡିଶା-ଛତିଶଗଡ ସୀମାରେ ଏନକାଉଣ୍ଟର, ଜଣେ ଓଡିଆ ଯବାନ ଗୁରୁତର (ETV Bharat Odisha)

ରାୟପୁର/ନୂଆପଡା: ଛତିଶଗଡ-ଓଡିଶା ସୀମାନ୍ତରେ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ କରିଛନ୍ତି ନକ୍ସଲ । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଛତିଶଗଡ଼ ସୀମାନ୍ତ ଶିବନାରାୟନପୁର ଗାଁ ନିକଟସ୍ଥ ଜଙ୍ଗଲରେ SOG ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ନକ୍ସଲମାନେ ଅତର୍କିତ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଏଥିରେ ଜଣେ ଓଡିଆ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଯବାନ ଓଡିଶା ‘ଏସଓଜି’ର କାର୍ଯ୍ୟରତ ଜଣେ ଯବାନ ଭାବେ ଚିହ୍ନଟ ହୋଇଛନ୍ତି । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟପୁର ସ୍ଥାନାନ୍ତର କରିବାକୁ ପଡିଛି । ଏବେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି ।

ସୀମାରେ ନକ୍ସଲ ଅପରେସନ
ସୀମାରେ ନକ୍ସଲ ଅପରେସନ (ETV Bharat Odisha)

ଗତକାଲି ଛତିଶଗଡ ପୋଲିସ, କେନ୍ଦ୍ରୀୟ ଫୋର୍ସ ସମେତ ଓଡିଶାର ‘ଏସଓଜି’ ସୁରକ୍ଷାକର୍ମୀ ଗାରିଆବନ୍ଧ ଏରିଆରେ ଅପରେସନରେ ବାହାରିଥିଲେ । ଜଙ୍ଗଲ ମଧ୍ୟରେ କମ୍ବିଂ ଜାରି ରହିଥିବା ବେଳେ ହଠାତ ଗୁଳିମାଡ କରାଯାଇଥିଲା । ଏଥିରେ ଜଣେ ଯବାନଙ୍କ ଦେହରେ ଗୁଳି ଲାଗିଥିଲା । ଯବାନଙ୍କ ବେକରେ ଗୁଳି ଲାଗିଛି । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ରାଜଧାନୀ ରାୟପୁରର ଏକ ହସ୍ପିଟାଲକୁ ପଠାଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି । ହେଲେ ଏହି ଗୁଳିମାଡ ପଛରେ ନକ୍ସଲଙ୍କ ସମ୍ପୃକ୍ତି ପ୍ରାୟ ଜଣାପଡୁଥିଲେ ସୁଦ୍ଧା ପୋଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ସ୍ଥାନୀୟ ଅଞ୍ଚଳରେ ବ୍ୟାପାକ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥାନୀୟ ଜଙ୍ଗଲକୁ କର୍ଡନ କରାଯାଇଛି । ଅଧିକ ସଂଖ୍ୟାରେ ପହଞ୍ଚିଛନ୍ତି ସୁରକ୍ଷାବଳ । ଅପରେସନକୁ ଜୋରଦାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ରାୟବରେଲିର ସ୍ଥାନେ ସ୍ଥାନେ ସୂଚନା ଫଳକ, ଲେଖା ଅଛି 'ୱାୟନାଡ 2000 କିମି' - Rae Bareli to Wayanad 2000kms

ଏବେ ଦେଶରେ ନିର୍ବାଚନ ଜାରି ରହିଥିବା ବେଳେ ଛତିଶଗଡରେ ଏକାଧିକ ଅପରେସନରେ ବହୁସଂଖ୍ୟାରେ ନକ୍ସଲଙ୍କୁ ନିପାତ କରିବାରେ ସୁରକ୍ଷାବଳ ସଫଳ ମଧ୍ୟ ହୋଇସାରିଛନ୍ତି । ପୂର୍ବରୁ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଏକାଧିକ ନକ୍ସଲ ହିଂସା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଗ୍ରାମବାସୀଙ୍କୁ ଆକ୍ରମଣ କରି ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିଲେ ନକ୍ସଲ । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ନକ୍ସଲ ଆକ୍ରମଣରେ ପ୍ରାୟ 4 ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ପରେ ସୁରକ୍ଷାବଳ ଅପରେସନକୁ ଜୋରଦାର କରିଥିଲେ । ଏବେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ନକ୍ସଲ ହିଂସା ଦେଖିବାକୁ ମିଳୁଛି । ସୁରକ୍ଷାବଳ ମଧ୍ୟ ନିୟମିତ ନକ୍ସଲ ବିରୋଧୀ ଅପରେସନ ଜାରି ରଖିଛି ।

ଇଟିଭି ଭାର, ନୂଆପଡା

Last Updated : May 20, 2024, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.