ETV Bharat / bharat

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ଏପ୍ରିଲ 26ରେ 88 ଆସନରେ ଭୋଟ୍ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ଦ୍ବିତୀୟ ପର୍ଯ୍ୟାୟ ଲୋକସବା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ଏପ୍ରିଲ 4 । ଏପ୍ରିଲ 26ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଅଧିକ ପଢନ୍ତୁ

Lok Sabha Election 2024
Lok Sabha Election 2024
author img

By ETV Bharat Odisha Team

Published : Mar 28, 2024, 2:06 PM IST

Updated : Mar 28, 2024, 3:06 PM IST

Lok Sabha Election 2024
Lok Sabha Election 2024

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ 19 ତାରିଖରୁ 7 ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ରାଜନୈତିକ ଦଳ । ପ୍ରଥମ ପର୍ଯ୍ୟାୟ ପରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 26 ଏପ୍ରିଲରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଜିଠାରୁ(ଗୁରୁବାର) 12ଟି ରାଜ୍ୟର 88ଟି ସଂସଦୀୟ ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି(ଗୁରବାର) ପ୍ରକାଶ ପାଇଛି ବିଜ୍ଞପ୍ତି ।

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରତିଦ୍ବନ୍ଦି ଦଳର ପ୍ରାର୍ଥୀ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ଏପ୍ରିଲ 4 ରହିଛି । ଏପ୍ରିଲ 5 ତାରିଖରେ ଜମ୍ମୁ କାଶ୍ମୀର ବ୍ୟତୀତ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ହେବ । ଜମ୍ମୁ କାଶ୍ମୀରରେ ଏପ୍ରିଲ 6 ରେ ଯାଞ୍ଚ କରାଯିବ। ମଣିପୁର ଲୋକସଭା ନିର୍ବାଚନମଣ୍ଡଳୀର ଗୋଟିଏ ଭାଗରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ମଧ୍ୟ ଅନୁଷ୍ଠିତ ହେବ । ଏପ୍ରିଲ 8 ତାରିଖ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ମଣିପୁରର 15ଟି ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । 13 ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

ଦ୍ବିତୀୟ ପର୍ଯ୍ୟାୟ ବିଜ୍ଞପ୍ତି
ଏପ୍ରିଲ 4ନାମାଙ୍କନ ପତ୍ର ଦାଖଲ
ଏପ୍ରିଲ 5 ନାମାଙ୍କନ ପତ୍ର ଯାଞ୍ଚ
ଏପ୍ରିଲ 6ଜମ୍ମୁ କାଶ୍ମୀରରେ ନାମାଙ୍କନ ପତ୍ର ଯାଞ୍ଚ
ଏପ୍ରିଲ 8 ନାମାଙ୍କନ ପ୍ରତ୍ୟାହାର

ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ରାଜ୍ୟ: ଆସାମ(5), ବିହାର (5), ଛତିଶଗଡ(3), ଜମ୍ମୁ କାଶ୍ମୀର (1), କର୍ଣ୍ଣାଟକ(14), କେରଳ(20), ମହାରାଷ୍ଟ୍ର(8), ମଧ୍ୟପ୍ରଦେଶ(7), ରାଜସ୍ଥାନ(13), ତ୍ରିପୁରା (1), ଉତ୍ତରପ୍ରଦେଶ(8) ଏବଂ ପଶ୍ଚିମବଙ୍ଗ (3), ମଣିପୁର(1) ।

ଏହା ମଧ୍ୟ ପଢନ୍ତୁ-ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠାରୁ ନାମାଙ୍କନ, ଏପ୍ରିଲ 19ରେ 102 ଆସନରେ ଭୋଟ୍

ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଯାଞ୍ଚ: ମାର୍ଚ୍ଚ 20 ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାର୍ଚ୍ଚ 27 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିଥିଲା । ଆଜି ନାମାଙ୍କନ ପତ୍ର ଯାଞ୍ଚ ହେବ । ମାର୍ଚ୍ଚ 30 ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ବିହାରରେ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ସୀମା ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଆଜି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।

ନାମାଙ୍କନ ପ୍ରକ୍ରିୟା କଣ: ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୁଏ । ଆଜି ଦ୍ବିତୀଯ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ 88ଟି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କ ନାମ ପଞ୍ଜିକରଣ କରିବେ । ନିର୍ବାଚନ କ୍ଷେତ୍ରରେ ଜନସାଧାରଣଙ୍କ ଭୋଟ୍ ପାଇବା ପାଇଁ ସେ ଜଣେ ଉପଯୁକ୍ତ ପ୍ରାର୍ଥୀ ବୋଲି ଦର୍ଶାଇବେ । ଏହାପରେ ପ୍ରାର୍ଥୀମାନେ ଦେଖଲ କରିଥିବା ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ପରେ ପାର୍ଥୀ ନିଷ୍ପତ୍ତି ନିଆଯିବ । ପ୍ରାର୍ଥୀ ସ୍ଥିର ହେବା ପରେ ବା ପ୍ରାର୍ଥିପତ୍ର କାଏମ ରହିବା ପରେ ହିଁ ଜଣେ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2024, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.