ETV Bharat / bharat

ଏମିତି ବି ଆସେ ମୃତ୍ୟୁ ! ପାରାଗ୍ଲାଇଡିଙ୍ଗ କରୁଥିବା ବେଳେ ଚାଲିଗଲା ଯୁବତୀଙ୍କ ଜୀବନ

author img

By ETV Bharat Odisha Team

Published : Feb 11, 2024, 9:48 PM IST

Paragliding In Kullu: ହିମାଚଳ ପ୍ରଦେଶର କୁଲ୍ଲୁରେ ପାରାଗ୍ଲାଇଡିଙ୍ଗ କରୁଥିବା ସମୟରେ ଜଣେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ । ପାରାଗ୍ଲାଇଡିଙ୍ଗ ପାଇଲଟ ଜଣକ ଠିକ ଭାବେ ପ୍ରୋଟେକ୍ସନ ବେଲ୍ଟ ପିନ୍ଧାଇ ନ ଥିବା ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat

ସିମଲା: ଦୁଃସାହାସିକ କ୍ରୀଡାରେ ଚାଲିଗଲା ନିରୀହ ଜୀବନ । ବୁଲିବାକୁ ଆସି ନିଜର ଜୀବନ ହରାଇଲେ ଯୁବତୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହିମାଚଳ ପ୍ରଦେଶର କୁଲ୍ଲୁରେ । ହିମାଚଳ ପ୍ରଦେଶରେ ପାରାଗ୍ଲାଇଡିଙ୍ଗ କରୁଥିବା ସମୟରେ ଜଣେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ଡୋଭି ଅଞ୍ଚଳରେ ଥିବା ଏକ ପାରା ଗ୍ଲାଇଡିଙ୍ଗ ସାଇଟରେ ଏପରି ଘଟଣା ଘଟିଛି । ମହିଳା ପର୍ଯ୍ୟଟକ ଜଣଙ୍କୁ ପାରାଗ୍ଲାଇଡିଙ୍ଗ ପାଇଲଟ ଜଣକ ଠିକ ଭାବେ ପ୍ରୋଟେକ୍ସନ ବେଲ୍ଟ ପିନ୍ଧାଇ ନ ଥିଲେ । ଯାହା ଫଳରେ ମହିଳା ଜଣକ ପାରାଗ୍ଲାଇଡିଙ୍ଗ କରିଥିବା ସମୟରେ ଭୂମିରୁ ବହୁ ଉଚ୍ଚତା ଉପରୁ ଖସି ପଡିଥିଲେ ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଡୋବି ପାରାଗ୍ଲାଇଡିଂ ଦୁର୍ଘଟଣା ମାମଲାରେ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପାରାଗ୍ଲାଇଡିଂ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁନୟନା ଶର୍ମା କହିଛନ୍ତି ଯେ ପାଇଲଟ ଜଣକ ପଞ୍ଜିକୃତ ହୋଇଥିଲେ ଏବଂ ତାଙ୍କର ଯନ୍ତ୍ରପାତି ମଧ୍ୟ ଅନୁମୋଦିତ ଥିଲା । ମାଜିଷ୍ଟ୍ରେଟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡୋବି ଅଞ୍ଚଳରେ ପାରାଗ୍ଲାଇଡିଂ ଉଡାଣ ଉପରେ ରୋକ ଲଗାଇଛନ୍ତି । ଏହି ଘଟଣାରେ ହାଇଦ୍ରାବାଦରୁ ହିମାଚଳ ବୁଲିବାକୁ ଆସିଥିବା 26 ବର୍ଷୀୟ ଯୁବତୀ ନଭ୍ୟାଙ୍କର ମୃତ୍ୟୁ ହୋଇଛି । ସେପଟେ ସମ୍ପୃକ୍ତ ପାଇଲଟକୁ ପୋଲିସ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ ... ମହିଳା ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ

କୁଲ୍ଲୁ ଏସପି ଡକ୍ଟର ଗୋକୁଲ ଚନ୍ଦ୍ରନ କାର୍ତ୍ତିକେୟ କହିଛନ୍ତି ଯେ ପୋଲିସ ଟିମ୍ ମଧ୍ୟ ନିଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏବଂ ମୃତଦେହର ପୋଷ୍ଟମର୍ଟମ ଢାଲପୁରରେ କରାଯାଉଛି । ପୋଷ୍ଟମର୍ଟମ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଡୋବି ପାରା ଗ୍ଲାଇଡିଙ୍ଗ ସାଇଟରେ ଅନେକ ଥର ଦୁର୍ଘଟଣା ଘଟିସାରିଛି । ସ୍ଥାନୀୟ ଲୋକ ମାନେ ପୋଲିସ ଏବଂ ପର୍ଯ୍ୟଟନ ବିଭାଗକୁ ଏଠାରେ ନିୟମିତ ପାଟ୍ରୋଲିଂ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳି ପାରିନାହିଁ । କାରଣ ଏଠାରେ ଅନେକ ଥର ବିନା ଲାଇସେନସରେ ପାରାଗ୍ଲାଇଡର ଉଡିଥାନ୍ତି, ଯାହା ପର୍ଯ୍ୟଟକ ମାନଙ୍କ ଜୀବନ ପ୍ରତି ସଂକଟ ଆଣିଥାଏ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.