ETV Bharat / bharat

ଚାଷୀ ଆନ୍ଦୋଳନ: ଦିଲ୍ଲୀରେ ମେଟ୍ରୋ ସେବା ପ୍ରଭାବିତ

author img

By ETV Bharat Odisha Team

Published : Feb 13, 2024, 4:58 PM IST

Updated : Feb 13, 2024, 5:57 PM IST

Farmers protest: ଚାଷୀ ଆନ୍ଦୋଳନ ପାଇଁ ଦିଲ୍ଲୀରେ ମେଟ୍ରୋ ସେବା ପ୍ରଭାବିତ । ବନ୍ଦ ରହିପାରେ ପ୍ରାୟ 8 ପ୍ରମୁଖ ଷ୍ଟେସନର ଏକାଧିକ ଗେଟ୍‌ । ଅଧିକ ପଢନ୍ତୁ

ଚାଷୀ ଆନ୍ଦୋଳନ: ଦିଲ୍ଲୀରେ ମେଟ୍ରୋ ସେବା ପ୍ରଭାବିତ
ଚାଷୀ ଆନ୍ଦୋଳନ: ଦିଲ୍ଲୀରେ ମେଟ୍ରୋ ସେବା ପ୍ରଭାବିତ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଫଳରେ ରାଜଧାନୀ ଦିଲ୍ଲୀରେ ମେଟ୍ରୋସେବା ପ୍ରଭାବିତ ହୋଇଛି । ସମ୍ଭାବ୍ୟ ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋର ଏକାଧିକ ପ୍ରମୁଖ ଷ୍ଟେସନର ଗେଟ ବନ୍ଦ ରଖାଯାଇପାରେ ବୋଲି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି । ଆବଶ୍ୟକ ପଡିଲେ ସହରର 9ଟି ପ୍ରମୁଖ ମେଟ୍ରୋ ଷ୍ଟେସନର ଗେଟ ବନ୍ଦ ରଖାଯିବା ନେଇ ରେଳ କର୍ପୋରେସନ ଟ୍ବିଟ କରି ସୂଚନା ଦେଇଛି ।

ଦିଲ୍ଲୀ ମେଟ୍ରୋ ନିଗମର ସୂଚନା ଅନୁଯାୟୀ, କେନ୍ଦ୍ରୀୟ ସଚିବାଳୟ ଷ୍ଟେସନ, ରାଜୀବ ଚୌକ, ଉଦ୍ୟୋଗ ଭବନ, ପଟେଲ ଚୌକ, ମଣ୍ଡି ହାଉସ୍, ବାରଖମ୍ବା ରୋଡ୍, ଜନପଥ, ଖାନ ମାର୍କେଟ୍ ଓ ଲୋକ କଲ୍ୟାଣ ମାର୍ଗ ଷ୍ଟେସନରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇପାରେ । ମଟ୍ରୋ ରେଳ ସେବା ବନ୍ଦ କରାଯିବନି ବରଂ ଏହା ପୂର୍ବ ପରି ଜାରି ରହିବ । ହେଲେ ସୁରକ୍ଷା ଦୃଷ୍ଟିରୁ ଏହି ଷ୍ଟେସନଗୁଡିକର ଏକାଧିକ ଗେଟ ବନ୍ଦ ରଖାଯାଇପାରେ । ପୋଲିସ ସହ ନିୟମିତ ଯୋଗାଯୋଗରେ ସୁରକ୍ଷା ସ୍ଥିତି ଉପରେ ନଜର ରଖାଯାଇଛି । ପୋଲିସର ଆଲର୍ଟ ଓ ସୂଚନା ଅନୁସାରେ ମେଟ୍ରୋ କର୍ପୋରେସନ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିପାରେ ।

ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛି । ଏପରିକି କେନ୍ଦ୍ରର ନୀତିକୁ ଚାଷୀମାରଣ ନୀତି ବୋଲି ଦଳ ପୂର୍ବରୁ କହିସାରିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଦିଲ୍ଲୀର ବାଓ୍ବାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରିବା ପାଇଁ ଆପ ସରକାର ଅନୁମତି ଦେଇନାହିଁ । ଚାଷୀ ଦେଶର ଅନ୍ନଦାତା । ହେଲେ ସେମାନଙ୍କୁ ରୋକିବା ପାଇଁ ଜାତୀୟ ରାଜପଥରେ ବିଶାଳ କଂକ୍ରିଟ ବାରିକେଡ ଓ ଲୁହାକଣ୍ଟା ବିଛାଯିବା ମୋଦି ସରକାରର ଚାଷୀଙ୍କ ପ୍ରତି ଘୃଣାର ପ୍ରତୀକ ବୋଲି ‘ଆପ’ କହିଛି ।

ଏହା ମଧ୍ୟ ପଢନ୍ତୁ :-ଦିଲ୍ଲୀ ଅଭିମୁଖେ ଲକ୍ଷାଧିକ କୃଷକ: ଶମ୍ଭୁ ସୀମାରେ ବାରିକେଡ ଭାଙ୍ଗିଲେ, ପୋଲିସର ଟିଅର ଗ୍ୟାସ୍ ମାଡ଼

ଆଜି ସକାଳେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । କୃଷକଙ୍କ ଏହି ବିଶାଳ ମାର୍ଚ୍ଚ ଦିଲ୍ଲୀଠାରୁ ପ୍ରାୟ 200 କି.ମି ଦୂର ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ପହଞ୍ଚିଛି । ସେଠାରେ ପୋଲିସ ସହ କୃଷକଙ୍କ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ଏଥିରେ ବହୁସଂଖ୍ୟାରେ କୃଷକ, ପୋଲିସ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଲାଠିଚାର୍ଜ, ଲୁହବୁହା ଗ୍ୟାସ ସହ ପାଣିମାଡ କରି କୃଷକଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 13, 2024, 5:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.