ETV Bharat / bharat

ମାର୍ଚ୍ଚ 6ରୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ, 10ରେ ଦେଶବ୍ୟାପି ରେଳ ରୋକ - ଚାଷୀ ଆନ୍ଦୋଳନ

Farmers Protest: ଆସନ୍ତା ମାର୍ଚ୍ଚ 6 ତାରିଖରୁ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଚାଷୀ । ମାର୍ଚ୍ଚ 10ରେ ସାରା ଦେଶରେ ରେଳ ରୋକ କରିବେ । ଅଧିକ ପଢନ୍ତୁ

Farmers Protest
Farmers Protest
author img

By ETV Bharat Odisha Team

Published : Mar 4, 2024, 7:59 AM IST

Updated : Mar 4, 2024, 9:34 AM IST

ଚଣ୍ଡିଗଡ: କିଛିଦିନର ବିରତି ପରେ ପୁଣି ଗର୍ଜିବେ କୃଷକ ସଂଗଠନ । ଆସନ୍ତା ମାର୍ଚ୍ଚ 6 ତାରିଖରୁ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ହଜାର ହଜାର କୃଷକ । ଏନେଇ ସୂଚନା ଦେଇଛନ୍ତି କୃଷକ ନେତା ସରଓ୍ବାନ ସିଂ ପନ୍ଧେର । ସେହିପରି ମାର୍ଚ୍ଚ 10 ତାରିଖରେ ସାରା ଦେଶରେ କୃଷକ ମାନେ ରେଳ ରୋକ କରିବେ । ମଧ୍ୟାହ୍ନ 12ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଦେଶବ୍ୟାପି ରେଳ ରୋକ ଜାରି ରହିବ । ପଞ୍ଜାବର ଯୁବ କୃଷକ ଶୁଭକରନ୍ ସିଂଙ୍କ ଶେଷକୃତ୍ୟ ସମୟରେ ଚାଷୀ ସଂଗଠନ ଏପରି ନିଷ୍ପତ୍ତି ନେଇଛି । ଖାନୌରୀ ସୀମାରୁ ଶୁଭକରନ୍ ସିଂଙ୍କ ମୃତଦେହ ମିଳିଥିଲା ।

ମାର୍ଚ୍ଚ 6ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କୃଷକ: କୃଷକ ନେତା ସରଓ୍ବାନ ସିଂ ପନ୍ଧେର କହିଛନ୍ତି, ''ଆସନ୍ତା 6 ତାରିଖରୁ ପୁଣି କୃଷକ ଆନ୍ଦୋଳନ ଆରମ୍ଭ ହେବ । କୃଷକ ସଂଗଠନର ସଦସ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରୀ କରିବେ । ପଞ୍ଜାବର ଯୁବ କୃଷକ ଶୁଭକରନ୍ ସିଂଙ୍କ ଶେଷକୃତ୍ୟ ସମୟରେ ଚାଷୀ ସଂଗଠନ ଏପରି ନିଷ୍ପତ୍ତି ହୋଇଛି । ଖାନୌରୀ ସୀମାରୁ ଶୁଭକରନ୍ ସିଂଙ୍କ ମୃତଦେହ ମିଳିଥିଲା ।''

ଏହା ମଧ୍ୟ ପଢନ୍ତୁ-ଚାଷୀ-ସରକାରଙ୍କ ମଧ୍ୟରେ 4ର୍ଥ ପର୍ଯ୍ୟାୟ ବୈଠକ ଶେଷ, MSP ଉପରେ ସରକାର ରଖିଲେ ପ୍ରସ୍ତାବ

ମାର୍ଚ୍ଚ 10ରେ ଦେଶବ୍ୟାପି ରେଳ ରୋକ: କୃଷକ ନେତା ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ 10ରେ କୃଷକମାନେ ମଧ୍ୟାହ୍ନ 12 ଟାରୁ 4ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳ ରୋକ କରିବେ । ରେଳ ଲାଇନରେ ବସି ରେଳ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଆନ୍ଦୋଳନ ସମୟରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମାମଲାରେ ଅଲଗା ଏଫଆଇଆର କରିବାକୁ ଆମେ ପଞ୍ଜାବ ସରକାରଙ୍କୁ ଦାବି କରିବୁ ।''

"ସରକାର ପାକିସ୍ତାନ-ଚୀନ୍ ପରି ସୀମା ତିଆରି କରିଛନ୍ତି": କୃଷକ ନେତା ସରଓ୍ବାନ ସିଂ ପନ୍ଧେର ଦେଶର ସମସ୍ତ କୃଷକମାନଙ୍କୁ ଦିଲ୍ଲୀ ଯାତ୍ରା କରିବାକୁ ନିବେଦନ କରିଛନ୍ତି । ଟ୍ରେନ୍, ବସ୍ କିମ୍ବା ବିମାନ ଯୋଗେ ଦିଲ୍ଲୀ ଆସିବାକୁ କହିଛନ୍ତି । କୃଷକ ନେତା କହିଛନ୍ତି, '' ହରିୟାଣା-ପଞ୍ଜାବ ସୀମା ପାକିସ୍ତାନ-ଚୀନ୍ ସୀମା ଭଳି କରାଯାଇଛି । ଡ୍ରୋନ୍ ବ୍ୟବହାର କରି ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ୍ ଗୁଳି ଚାଳନା କରାଯାଉଛି । କୃଷକମାନଙ୍କୁ ଦିଲ୍ଲୀ ଯିବାକୁ ରୋକିବା ପାଇଁ ପଞ୍ଜାବ-ହରିୟାଣା ସୀମାରେ କାନ୍ଥ ନିର୍ମାଣ କରାଯାଇଛି ।''

ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଚାଷୀ ମାନେ ଫେବୃଆରୀ 13 ତାରିଖରୁ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ କରିଛନ୍ତି । କିଛି ଦିନର ବିରତି ପରେ ପୁଣି 6 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ ।

Last Updated : Mar 4, 2024, 9:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.