ETV Bharat / bharat

ଶ୍ବେତପତ୍ର ବନାମ କଳାପତ୍ର, ପ୍ରତ୍ୟେକ ରାଜ୍ୟରେ ରିପୋର୍ଟ ଉପସ୍ଥାପନ କରିବ ବିଜେପି

author img

By ETV Bharat Odisha Team

Published : Feb 9, 2024, 11:12 AM IST

BJP To Take White Paper In Every State : ଲୋକସଭାରେ ଶ୍ବେତପତ୍ର ଆଗତ ହେବା ପରେ ଏହାକୁ ନିର୍ବାଚନୀ ମୁଦ୍ଦା କରିବାକୁ ଯାଉଛି ବିଜେପି । ଏହି ପ୍ରସଙ୍ଗ ନେଇ ବିଜେପି ପ୍ରତ୍ୟେକ ରାଜ୍ୟରେ ରିପୋର୍ଟ ଉପସ୍ଥାପନା କରିବ । ଅଧିକ ପଢନ୍ତୁ

BJP To Take White Paper In Every State
BJP To Take White Paper In Every State

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଶ୍ବେତପତ୍ର ଆଗତ କରିଛନ୍ତି । ଏହା ଉପରେ ଆଜି(ଶୁକ୍ରବାର) ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ୨୦୧୪ ପୂର୍ବରୁ ଭାରତର ଅର୍ଥବ୍ୟବସ୍ଥା କିଭଳି ରହିଥିଲା ଏବଂ ୨୦୧୪ ପରେ କିଭଳି ରହିଛି ତାହା ଏହି ହ୍ବାଇଟ ପେପର ବା ଶ୍ବେତପତ୍ରରେ ଦର୍ଶାଯାଇଛି । ତେବେ 10 ବର୍ଷର ଶାସନ କାଳରେ ଉପା ସରକାର ଆର୍ଥିକ ପରିଚାଳନାରେ ବିଫଳ ହୋଇଥିବା ନେଇ ଟାର୍ଗେଟ କରି କହୁଛନ୍ତି ଭାଜପା ସରକାର । ତେବେ ୟୁପିଏ ସରକାରରଙ୍କ ସମୟରେ ରୁଗୁଣ ଅର୍ଥନୀତି ରହିଥିବା ନେଇ କଂଗ୍ରେସକୁ ନିଶାଣ କରାଯାଇଛି । ତେବେ ଏହି ପ୍ରସଙ୍ଗ ନେଇ ଭାଜପା ପ୍ରତ୍ୟେକ ରାଜ୍ୟରେ ରିପୋର୍ଟ ଉପସ୍ଥାପନା କରିବ । ତେବେ 10 ବର୍ଷ ମଧ୍ୟରେ ୟୁପିଏ ସରକାର କିଭଳି ଆର୍ଥିକ ସଙ୍କଟ ସୃଷ୍ଟି କରିଥିଲା ଏବଂ କିଭଳି ଦୁର୍ନୀତି ସହିତ ଜଡିତ ହୋଇ ରହିଥିଲା ସେ ବିଷୟରେ ଭୋଟରକୁ ଜତାଇବ ଭାଜପା ।

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶ୍ବେତପତ୍ରକୁ ମୁଦ୍ଦା କରିବ ଭାଜପା । ସାମ୍ବାଦିକ ସମ୍ମିଳନୀ, ବୈଠକ, ରାଲି କରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବିରୋଧରେ ଭୋଟରଙ୍କ ନିକଟରକୁ ଶ୍ବେତପତ୍ର ପହଞ୍ଚାଇବେ ବିଜେପି ନେତା । ଲୋକସଭା ନିର୍ବାଚନ ପାଇଁ ବିଜେପି ରଣନୀତି ଏବଂ ରୋଡମ୍ୟାପ ପ୍ରସ୍ତୁତ କରିଥିବା ନେଇ ବିଜେପିର ଏକ ସୁତ୍ରରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ହ୍ବାଇଟ ପେପର ବନାମ ବ୍ଲାକ୍ ପେପର: ବିଜେପିର ଶ୍ବେତପତ୍ର ପ୍ରତିବାଦରେ କଂଗ୍ରେସର ନାରା '୧୦ ସାଲ୍ ଅନ୍ୟାୟ କାଲ୍'

ସଂସଦରେ ଚାଲିଥିବା ବଜେଟ ଅଧିବେଶନ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୟୁପିଏ କାଳରେ ଜାତୀୟ ଅର୍ଥନୀତିର ସ୍ଥିତିକୁ ନେଇ ଲୋକସଭାରେ ହ୍ବାଇଟ ପେପର ଜାରି କରିଛନ୍ତି । ତେବେ ଆଜି ଶ୍ବେତପତ୍ର ଉପରେ ଚର୍ଚ୍ଚା କରାଯିବ । ତେବେ ଶ୍ବେତପତ୍ରକୁ ନେଇ ଏନଡିଏ ପକ୍ଷରୁ କୁହାଯାଇଛି, " 2014 ମସିହାରେ ଯେତେବେଳେ ବିଜେପି ନେତୃତ୍ବାଧୀନ ସରକାର କ୍ଷମତାକୁ ଆସିଥିଲା ସେତେବେଳେ ଅର୍ଥନୀତି ରୁଗଣ ହୋଇ ରହିଥିଲା । ଆର୍ଥିକ ଅବସ୍ଥା ଖରାପ ରହିଥିଲା । ଆର୍ଥିକ ଅନଟନ ଦେଖାଯିବା ସହିତ ବଡ ଧରଣର ଏକ ଦୁର୍ନୀତି ହୋଇଥିଲା । ବ୍ୟାଙ୍କିଂ ସଙ୍କଟ ହେଉଛି ୟୁପିଏ ସରକରଙ୍କ ସବୁଠାରୁ ବଡ ସମସ୍ୟା । "

ଗୁରୁବାର ଲୋକସଭାରେ ଅର୍ଥମନ୍ତ୍ରୀ କହିଥିଲେ, "ଏନଡିଏ ସରକାର କ୍ଷମତାକୁ ଆସିବା ପୂର୍ବରୁ ୟୁପିଏ ସରକାରଙ୍କ 10 ବର୍ଷ ଶାସନ କାଳରେ ଦେଶର ବିତ୍ତୀୟ ପରିଚାଳନା ଅତ୍ୟନ୍ତ ଭ୍ରମାତ୍ମକ ସ୍ଥିତିରେ ରହିଥିଲା । ଅର୍ଥନୀତି ଦୁର୍ବଳ ହୋଇ ହେବା ସହିତ ତଳମୁହାଁ ହୋଇ ରହିଥିଲା । କିନ୍ତୁ ଏନଡିଏ ସରକାରଙ୍କ 10 ବର୍ଷର ଶାସନ କାଳ ମଧ୍ୟରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.