ETV Bharat / bharat

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; 5 ମହିଳାଙ୍କ ସମେତ 9 ମୃତ - Explosion in firecracker Factory - EXPLOSION IN FIRECRACKER FACTORY

Explosion in firecracker Factory: 50ରୁ ଅଧିକ କର୍ମଚାରୀ କାମ କରୁଥିବା ବେଳେ ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ଘଟଣାସ୍ଥଳରେ 5 ମହିଳାଙ୍କ ସମେତ 9 ମୃତ । ଅଧିକ ପଢନ୍ତୁ

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ
ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ (ETV BHARAT ODISHA)
author img

By ETV Bharat Odisha Team

Published : May 9, 2024, 9:31 PM IST

ଚେନ୍ନାଇ: ଘରୋଇ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ । ଅକାଳରେ ଚାଲିଗଲା 9 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 5 ଜଣ ମହିଳା ସାମିଲ । ଖାଲି ସେତିକି ନୁହେଁ, 12 ଜଣ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତାମିଲନାଡୁ ବିରୁଧନଗର ଜିଲ୍ଲା ଚେଙ୍ଗାମାଲପଟ୍ଟି ଗ୍ରାମରେ ଥିବା ଏକ ଘରୋଇ ବାଣ ତିଆରି କାରଖାନାରେ ଆଜି (ଗୁରୁବାର) ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ପୋଲିସ ସୂଚନା ଦେଇଛି ।

ପୋଲିସର କହିବାନୁସାରେ, କିଛି ଅତ୍ୟାଧୁନିକ ଫାୟାର କ୍ରାକର ତିଆରି କରିବା ଲାଗି ଅତ୍ୟଧିକ ଜ୍ବଳନ୍ତ ରାସାୟନିକ ପଦାର୍ଥ ମିଶାଉଥିବା ବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ନିଆଁ ଗୋଟିଏ ପରେ ଗୋଟିଏ ଗୋଦାମକୁ ବ୍ୟାପିବାରେ ଲାଗିଥିଲା । ଫଳରେ ପ୍ରାୟ 7ଟି ଗୋଦାମରେ ବିସ୍ଫରୋଣ ଘଟିଛି । ଏଠାରେ ବିକ୍ରି କରିବା ଲାଗି ଗଚ୍ଛିତ ହୋଇଥିବା ବାଣଗୁଡ଼ିକ ଜଳି ପୋଡ଼ି ପାଉଁଶ ହୋଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ରାସାୟନିକ ପଦାର୍ଥକୁ ଦେବା ସମୟରେ ଘର୍ଷଣ ଯୋଗୁଁ ନିଆଁ ଲାଗିଥିବାର ନେଇ ସନ୍ଦେହ କରାଯାଉଛି । ଅନ୍ୟପଟେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ଏହା ବି ପଢନ୍ତୁ- ଜଳିଗଲା ବାଣ ଫ୍ୟାକ୍ଟ୍ରି, ଜୀବନ୍ତ ଜଳିଗଲେ 6

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ିବା ପରେ ସତ୍ତୁର, ଭେମ୍ବକୋଟାଇ ଏବଂ ଶିବକାଶୀରୁ ଅଗ୍ନିଶମ ବାହିନୀ କାରଖାନାରେ ପହଞ୍ଚିଥିଲା । ଏହାପରେ ପ୍ରାୟ ଦୁଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଆହତମାନଙ୍କୁ ଶିବକାଶୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଏହି ବାଣ କାରଖାନାଟି 57 ବର୍ଷୀୟ ସରଭନାନଙ୍କର, ଯିଏକି ଶିବକାଶୀ ନିକଟସ୍ଥ ଥିରୁତାଙ୍ଗାଲ ଷ୍ଟାଣ୍ଡାର୍ଡ କଲୋନୀର ବାସିନ୍ଦା । ସେପଟେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡ ଆଜି ଅପରାହ୍ନରେ ଘଟିଥିଲା । ଅଗ୍ନିକାଣ୍ଡ ଘଟିବା ସମୟରେ କାରଖାନାରେ ପ୍ରାୟ 50ରୁ ଅଧିକ ପୁରୁଷ ଓ ମହିଳା କର୍ମଚାରୀ କାମ କରୁଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାୟ 10ରୁ ଅଧିକ କୋଠରୀ ନଷ୍ଟ ହୋଇଯାଇଥିବା ବେଳେ 8ଟି କୋଠରୀ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । କିଛି ଶ୍ରମିକ ଆହତ ଅବସ୍ଥାରେ ଖସି ପଳାଇଥିବା ପୋଲିସ କହିଛି ।

ଘଟଣାସ୍ଥଳରୁ ଏଯାବତ 9ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ଶିବକାଶୀ ସରକାରୀ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏହି ଅଘଟଣ ନେଇ ପୂର୍ବ ଶିବକାଶୀ ପୋଲିସ ଷ୍ଟେସନ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.