ETV Bharat / bharat

EDର ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଆଶଙ୍କା; ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ - Excise Policy Case

Delhi Excise Policy Case: ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ବାଲଙ୍କ ନୂଆ ଆବେଦନ । ଅବକାରୀ ଦୁର୍ନୀତି ମାମଲାରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Excise Policy Case
Excise Policy Case
author img

By ETV Bharat Odisha Team

Published : Mar 21, 2024, 9:54 AM IST

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଗତ 17 ତାରିଖରେ ନବମ ସମନ ଜାରି କରି ଆଜି(ମାର୍ଚ୍ଚ 21) ଇଡିରେ ହାଜର ହେବା ନେଇ କେଜ୍ରିଓ୍ବାଲଙ୍କୁ କୁହାଯାଇଥିଲା । ଏହା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟରେ ଆଉ ଏକ ଆବେଦନ କରିଛନ୍ତି କେଜ୍ରିଓ୍ବାଲ । ତାଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସେ ଆବେଦନରେ ଦର୍ଶାଇଛନ୍ତି ।

ଜଷ୍ଟିସ ସୁରେଶ କୁମାର କ୍ୟାଟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ଶୁଣାଣି କରିବେ । ଅବକାରୀ ଘୋଟଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କୁ 9ଟି ସମନ ଜାରି କରିଛି । ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟରେ ଏ ସମ୍ପର୍କୀତ ଏକ ମାମଲାର ଶୁଣାଣି କରାଯାଇଥିଲା । ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ଓକିଲ କହିଥିଲେ ଯେ, ଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିବା ଆଶଙ୍କା ରହିଛି ଏବଂ ଯଦି ତାଙ୍କୁ ସୁରକ୍ଷା ଦିଆଯାଏ ତେବେ ସେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି।

ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ, କାହିଁକି ଇଡିରେ ହାଜର ହେଉନ ?

ଗତ 17 ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ 2ଟି ସମନ କରିଥିଲା ଇଡି । ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ଓ ଅବକାରୀ ଦୁର୍ନୀତି ମାମଲାରେ ଇଡି ସମନ କରିଥିଲା । ଜଳ ବୋର୍ଡ ମାମଲାରେ 18 ତାରିଖ ଦିନ ହାଜର ହେବାକୁ କୁହାଯାଇଥିଲା । ଏହି ସମନକୁ ବେଆଇନ ବୋଲି କହି ଇଡିରେ ହାଜର ହୋଇଥିଲେ କେଜ୍ରିଓ୍ବାଲ । କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ପାଇଁ ଇଡିକୁ ବିଜେପି ବ୍ୟବହାର କରୁଥିବା ଅଭିଯୋଗ କରିଥିଲା ଆମ ଆଦମୀ ପାର୍ଟି । ସେହିପରି ଅବକାରୀ ଦୁର୍ନୀତି ମାମଲାରେ 9ମ ସମନ ଜାରି କରି ଆଜି ଇଡିରେ ହାଜରଲ ହେବା ନେଇ କେଜ୍ରିଓ୍ବାଲଙ୍କୁ କୁହାଯାଇଥିଲା । ଇଡିର ସମନକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବୁଧବାର ଦିନ ହାଇକୋର୍ଟରେ ଏହି ଆବେଦନର ଶୁଣାଣି ହୋଇଥିଲା । ବାରମ୍ବାର ସମନ ସତ୍ତ୍ବେ କାହିଁକି ଇଡିରେ ହାଜର ହେଉନ ବେଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଥିଲେ କୋର୍ଟ । କୋର୍ଟ କହିଥିଲେ ଯେ, ଇଡି କ'ଣ ଚାହେଁ ଏବଂ ଆପଣଙ୍କୁ ସାକ୍ଷୀ ଭାବେ କି ଅଭିଯୁକ୍ତ ଭାବରେ ଡକାଉଛି, ତାହା ଆପଣ ହାଜର ହେବା ପରେ ହିଁ ଜାଣିପାରିବେ । ଆସନ୍ତା 22 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଂଘଭି କୋର୍ଟକୁ କହିଥିଲେ, '' ଅବକାରୀ ଘୋଟଲା ମାମଲାରେ ଇଡି କେଜ୍ରିଓ୍ବାଲଙ୍କୁ ୯ଟି ସମନ ଜାରି କରିଛି । ସବୁ ସମନ ଉପରେ ଆମେ ଜବାବ ଦାଖଲ କରିଛୁ । ଆମେ ଭର୍ଚୁଆଲରେ ହାଜର ହୋଇ ଜବାବ ଦେବାକୁ ପ୍ରସ୍ତୁତ ଅଛୁ । କିନ୍ତୁ ଆମକୁ କିଛି ପ୍ରୋଟେକ୍ସନ ଦରକାର । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.