ETV Bharat / bharat

ମୋଦି ସରକାରଙ୍କୁ ଯିଏ ସମାଲୋଚନା କରିବ, ସେ ଦେଶଦ୍ରୋହୀ ପାଲଟିଯିବ: ଥରୁର - Shashi Tharoor targets PM Modi - SHASHI THAROOR TARGETS PM MODI

SHASHI THAROOR TARGETS PM MODI: ପଞ୍ଜାବରେ ବିରୋଧୀଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । କହିଲେ ମୋଦି ସରକାରଙ୍କୁ ଯିଏ ସମାଲୋଚନା କରିବ, ସେ ଦେଶଦ୍ରୋହୀ ପାଲଟିଯିବ । ଅଧିକ ପଢନ୍ତୁ

SHASHI THAROOR
SHASHI THAROOR (ETV Bharat)
author img

By ETV Bharat Odisha Team

Published : May 27, 2024, 8:13 PM IST

ଚଣ୍ଡିଗଡ଼: ଯେତେବେଳେ କେହି ମୋଦି ସରକାରକୁ ସମାଲୋଚନା କରିବ, ସେତେବେଳେ ସେ ଦେଶଦ୍ରୋହୀ ପାଲଟିଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ଏହାସହିତ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୁଳନା କରିଛନ୍ତି । ପଞ୍ଜାବରେ ଦଳୀୟ ନେତାଙ୍କ ଲାଗି ଭୋଟ ଭିକ୍ଷା କରିବା ସମୟରେ ବିରୋଧୀ ଦଳକୁ ଏପରି ଢଙ୍ଗରେ ଟାର୍ଗେଟ କରିଛନ୍ତି ଥରୁର ।

ଜନତାଙ୍କୁ ସମ୍ବୋଧିତ କରି ଶଶୀ ଥରୁର କହିଛନ୍ତି, "ନେହେରୁ, ଯାହାଙ୍କର ଶ୍ରାଦ୍ଧ ବାର୍ଷିକୀ ଆଜି ପାଳନ କରାଯାଉଛି, ଦିନେ ସେ କହିଥିଲେ ଯେ ଗଣତନ୍ତ୍ରକୁ ଭାରତୀୟଙ୍କ ମଧ୍ୟରେ ଉତ୍ସାହିତ କରିବା ଉଚିତ । ଗତ 17 ବର୍ଷ ପୂର୍ବେ ନେହେରୁଙ୍କ ଦ୍ବାରା ଗଣତାନ୍ତ୍ରିକ ମୂଲ୍ୟବୋଧ ଯୋଗୁଁ ଆଜି ଜଣେ ଚା' ବିକାଳି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରକୁ ସମାଲୋଚନା କରିବାର ଆମର ଅଧିକାର ରହିଛି । କିନ୍ତୁ ଯେତେବେଳେ ବି ତୁମେ ମୋଦି ସରକାରକୁ ସମାଲୋଚିତ କରିବ, ସେତେବେଳେ ତୁମେ ଦେଶଦ୍ରୋହୀ ପାଲଟିଯିବ ।"

ଏହା ବି ପଢନ୍ତୁ- ଅଜଣା ନମ୍ବରରୁ କଲ୍ ଆସିଲା- 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିଦେବି'

ବରିଷ୍ଠ କଂଗ୍ରେସ ନେତା ଆହୁରି କହିଛନ୍ତି, "ଲୋକସଭା ନିର୍ବାଚନ ଦେଶରେ ଜାରି ରହିଥିବା ବେଳେ ଦେଶକୁ ବିଭାଜିତ କରିବା ଭଳି ଶବ୍ଦର ପ୍ରଯୋଗ ହେଉଛି । ଇଣ୍ଡିଆ ମେଣ୍ଟ ଓ ଦଳୀୟ ନେତାଙ୍କ ସହିତ ଦେଶର ବିଭିନ୍ନ ରାଜ୍ୟରେ ମୁଁ ପ୍ରଚାର କରୁଛି । ଆମେ ବିଶ୍ବାସ କରୁଛୁ ଯେ ଜୁନ 4 ତାରିଖରେ ଦେଶରେ ସରକାରରେ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଜନତା ଏବେ ପରିବର୍ତ୍ତନ ଚାହୁଁଛନ୍ତି ।"

ନେହେରୁଙ୍କ ସମ୍ପର୍କରେ ଆଲୋଚନା କରି ଶଶୀ ଥରୁର କହିଛନ୍ତି ଯେ ଆଜି ହେଉଛି ପଣ୍ଡିତ ଜବାହରଲାଲ ନେହେରୁଙ୍କ 60ତମ ଶ୍ରାଦ୍ଧ ବାର୍ଷିକୀ । ଗଣତନ୍ତ୍ରକୁ ସୁଦୃଢ କରିବାରେ ତାଙ୍କର ବଳିଷ୍ଠ ଅବଦାନ ରହିଛି । 1947ରେ ଆମ ଦେଶ ସ୍ବାଧୀନ ହୋଇଥିଲା । ଅନେକ ବିଭାଜନକୁ ନେଇ ବ୍ୟଥିତ ଥିବା ବେଳେ ହଜାର ହଜାର ଲୋକେ ନିଜ ଭିଟାମାଟି ଛାଡ଼ିଥିଲେ । ସେତେବେଳେ ବିଭାଜନ ଓ ସାମ୍ପ୍ରଦାୟିକ ହିଂସାର ମାହୋଲ ଥିଲା । ସେତେବେଳେ ନେହେରୁ ଗଣତନ୍ତ୍ର ଉପରେ ବିଶ୍ବାସ ରଖିଥିଲେ ଓ ଗଣତନ୍ତ୍ର ଲାଗି ଲଢିବା ପାଇଁ କହିଥିଲେ । ସେ ସର୍ବଦା ଗଣତନ୍ତ୍ରକୁ ଗୁରୁତ୍ବ ଦେଇ ଆସୁଥିଲେ । ସେପଟେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ସମାନ କଥାକୁ ଦୋହରାଇଥିଲେ । ଦେଶର ମୂଳଦୁଆକୁ ସୁଦୃଢ କରିବାରେ ନେହେରୁଙ୍କ ବଡ଼ ଭୂମିକା ରହିଥିଲେ ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.