ETV Bharat / bharat

ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିପାତ - Encounter in Sukma - ENCOUNTER IN SUKMA

Encounter in Sukma, Sukma Naxal News: ଛତିଶଗଡର ସୁକମାରେ ସୁରକ୍ଷାକର୍ମୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଗୁଳିବିନିମୟରେ ଜଣେ ନକ୍ସଲ ଟଳିପଡିଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Encounter in Sukma
Encounter in Sukma (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 12:51 PM IST

ରାୟପୁର: ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଥିବା ବେଳେ ଆଜି ପୁଣି ବସ୍ତର ଡିଭିଜନର ସୁକମାରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଏହଂ ସୁରକ୍ଷାକର୍ମୀ । ସକାଳେ ପ୍ରଥମେ ସୁରକ୍ଷା କର୍ମୀ ଏବଂ ଡିଆରଜି ଯବାନଙ୍କ ମଧ୍ୟରେ ଟେଟରାଇ ତୋଲନାଇ ଜଙ୍ଗଲରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ତେବେ ଏହି ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଡିଆରଜି(ଜିଲ୍ଲା ରିଜର୍ଭ ଗାର୍ଡ) ଯବାନଙ୍କ ଗୁଳିରେ ଜଣେ ନକ୍ସଲ ଟଳି ପଡିଥିବା ଜଣାପଡିଛି । ତେବେ ଡିଆରଜି ଯବାନଙ୍କ ଏନକାଉଣ୍ଟରକୁ ନେଇ ନକ୍ସଲମାନେ ଜଙ୍ଗଲ ଛାଡି ପଳାଇଥିଲେ । ତେବେ ବର୍ତ୍ତମାନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏନେଇ ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, "ଶୁକ୍ରବାର ରାତିରେ ନକ୍ସଲମାନେ ଟେଟରାଇ ତୋଲନାଇ ଜଙ୍ଗଲରେ ରହିଥିବା ନେଇ ସୂଚନା ମିଳିଥିଲା । ଏହାପରେ ସଙ୍ଗେସଙ୍ଗେ ଡିଆରଜି ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଏନକାଉଣ୍ଟରରେ ଯବାନମାନଙ୍କ ଗୁଳିରେ ଜଣେ ନକ୍ସଲଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ତେବେ ଅନକାଉଣ୍ଟର ଶେଷ ହେବା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ମୃତଦେହ ନିକଟରୁ ଗୋଟିଏ ବନ୍ଧୁକ ଏବଂ ଅନେକ ବିସ୍ଫୋଟକ ଜବତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।"

ଏହା ମଧ୍ୟ ପଢନ୍ତୁ: ସୁକମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ଜାରି - SUKMA ENCOUNTER

ଛତିଶଗଡରେ ନକ୍ସଲମାନଙ୍କ ବିରୁଦ୍ଧରେ ଯବାନମାନଙ୍କର ଅପରେସନ ଜାରି ରହିଛି । ଶୁକ୍ରବାର ଦିନ ସୁରକ୍ଷାବାହୀନି ଗରିଆବନ୍ଦର କୋଦମାଲି, ଇଚରାଡି, ଗରିବା ଏବଂ ସହବିନକଚାର ଗ୍ରାମର ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ । ତେବେ ଓଡିଶା ସୀମାନ୍ତ ଜଙ୍ଗଲରୁ 3ଟି ଆଇଡି ଜବତ ହୋଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି । ପ୍ରକାଶଥାଉକି, ଏହା ପୂର୍ବରୁ ଗତ 3 ତାରିଖରେ ମଧ୍ୟ ସୁକମାରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସୁକମାର ରାୟଗୁଡ଼ମ ଅଞ୍ଚଳରେ ଡିଆରଜି ଓ କୋବ୍ରା ଯବାନ ଅପରେସନ ପାଇଁ ବାହାରିଥିଲେ । ପୂର୍ବରୁ ସେଠାରେ ଛକି ବସିଥିବା ନକ୍ସଲମାନ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାର କଡ଼ା ଜବାବ ଦେଇଥିଲେ ଯବାନ । ସକାଳୁ ପ୍ରାୟ 2ରୁ 3 ଥର କିଛି ସମୟ ବ୍ୟବଧାନରେ ଯବାନ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଥିଲା । କିନ୍ତୁ ଏହି ଏନକାଉଣ୍ଟରରେ ଯବାନମାନଙ୍କର କୌଣସି କ୍ଷତି ହୋଇନଥିଲା । ସମସ୍ତ ଯବାନ ସୁରକ୍ଷିତ ରହିଥିବା ନେଇ ସୂଚନା ଦେଇଥିଲେ ଏସପି କିରଣ ଚୌହାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.