ETV Bharat / bharat

JK Encounter: କୁପୱାରାରେ ୩ ଆତଙ୍କୀ ନିପାତ, ରଜୌରୀରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ - Rajouri Encounter - RAJOURI ENCOUNTER

JK Rajouri Encounter: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବୃଦ୍ଧି । ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ । ସେପଟେ କୁପଲାରାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୋଲିସ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ । ଅଧିକ ପଢନ୍ତୁ

Etv Bharat
Etv Bharat (ANI)
author img

By ETV Bharat Odisha Team

Published : Aug 29, 2024, 8:32 AM IST

Updated : Aug 29, 2024, 10:14 AM IST

ଶ୍ରୀନଗର: କୁପୱାରାରେ ୩ ଆତଙ୍କୀ ସଫା ହେବା ପରେ, ପୁଣି ଜମ୍ମୁ କାଶ୍ମୀରରେ ଗର୍ଜିଛି ବନ୍ଧୁକ । ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ରଜୌରୀ ଜିଲ୍ଲାର ଖାୱସ୍ ତହସିଲର ଲାଠି-ଦାର୍ଡିଆ ଅଞ୍ଚଳରେ ଆଜି ସକାଳେ ଗୁଳିବିନିମୟ ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ଉକ୍ତ ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ ସୁରକ୍ଷା କର୍ମୀ । ଏହାପରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏନକାଉଣ୍ଟର ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କେହି ଆତଙ୍କୀ ନିପାତ ହୋଇଥିବା ଖବର ଆସିନାହିଁ ।

ଜଣେ ଅଧିକାରୀ କହିଛନ୍ତି, ''ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ଜଣାପଡିଥିଲା । ବର୍ତ୍ତମାନ ଗୁଳିବିନିମୟ ଜାରି ରହିଛି । 2ରୁ 3 ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ରହିଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା ରହିଛି । '' ଜଣେ ପୋଲିସ ଅଧିକାରୀ କହିଛନ୍ତି, ''ବୁଧବାର ରାତିରେ ରଜୌରୀ ଜିଲ୍ଲାର ଖେରୀ ମୋହରା ଲାଠୀ ଏବଂ ଦାନ୍ତାଲରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ୍ ସମୟରେ ଖେରିମୋରା ଅଞ୍ଚଳରେ ଆତଙ୍କୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ; ସେନା ଅଧିକାରୀ ଶହୀଦ, ୪ ଆତଙ୍କୀ ନିପାତ - Doda Encounter

ମାସକରେ 5ଥର ଏନକାଉଣ୍ଟର:

ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଏକ ବୃଦ୍ଧି ଘଟିଥିବାର ଦେଖାଯାଇଛି। ଚଳିତ ମାସରେ ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ 5 ଥର ଗୁଳିବିନିମୟ ଖବର ଆସିଛି । ବୁଧବାର ସନ୍ଧ୍ୟାରେ ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ତାଙ୍ଗଧର ଅଞ୍ଚଳରେ ଥିବା ଲାଇନ୍ ଅଫ୍‌ କଣ୍ଟ୍ରୋଲ୍ ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସେହିପରି ଅଗଷ୍ଟ 10 ତାରିଖରେ ଜମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାରେ ମୁହାଁମୁହିଁ ହୋଇଥିଲେ ଭାରତୀୟ ଯବାନ ଓ ଆତଙ୍କବାଦୀ । ଏଥିଲେ 2ଜଣ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ନାଗରିକ ଆହତ ହୋଇଥିଲେ ।

ସେହିପରି ଅଗଷ୍ଟ 14 ତାରିଖରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ କରିବା ବେଳେ ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ । ଡୋଡା ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ସୁରକ୍ଷାବଳର ମିଳିତ ଅପରେସନ ସମୟରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ଜଣେ ସେନା ଅଧିକାରୀ ଶହୀଦ ହୋଇଥିଲେ । ଅଗଷ୍ଟ 18 ତାରିଖରେ ଜମ୍ମୁକାଶ୍ମୀର ଉଧମପୁର ଜିଲ୍ଲାରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ଏହି ଏନକାଉଣ୍ଟରରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବା ବେଳେ 3ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସୁରକ୍ଷାକର୍ମୀମାନେ ପାଟ୍ରୋଲିଂ କରିବା ସମୟରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ ।

କୁପୱାରା ଏନକାଉଣ୍ଟର:

ଜମ୍ମୁ-କାଶ୍ମୀର କୁପୱାରା ଜିଲ୍ଲା LOC ନିକଟରେ ଦୁଇଟି ପୃଥକ ସ୍ଥାନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସେନାବାହିନୀର ଶ୍ରୀନଗର ଚିନାର କର୍ପସ ପକ୍ଷରୁ X ଜରିଆରେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ଯେ, ସୀମାରେ ଆତଙ୍କବାଦୀଙ୍କ ସନ୍ଦେହ ଗତିବିଧି ଏବଂ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ଏହାକୁ ନେଇ ଗତକାଲି ରାତିରେ( ଅଗଷ୍ଟ୨୮-୨୯) ଜମ୍ମୁ-କାଶ୍ମୀର ପୋଲିସ ଏବଂ ଆର୍ମି ପକ୍ଷରୁ ମଚ୍ଚାଲ ଏବଂ ଟାଙ୍ଗଧର ଅଞ୍ଚଳରେ ମିଳିତ ଅପରେସନ କରାଯାଇଥିଲା । ଏଥିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Last Updated : Aug 29, 2024, 10:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.